Advertisment

କୁଆଡ଼େ ଗଲା ଶ୍ରୀଗଣେଶଙ୍କ ପ୍ରକୃତ ମସ୍ତକ?

ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ […]

author-image
Pramod Behera
କୁଆଡ଼େ ଗଲା ଶ୍ରୀଗଣେଶଙ୍କ ପ୍ରକୃତ ମସ୍ତକ?

Untitled-1

ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ ମଧ୍ୟ ପୂରଣ ହୋଇଯାଏ। ଗଣେଶଙ୍କ ବିନା କୌଣସି ବି ପୂଜା ପୂର୍ଣ୍ଣ ହୋଇ ନ ଥାଏ। ଆମେ ଗଣେଶଙ୍କୁ ଗଜାନନ ଭାବେ ମଧ୍ୟ ଜାଣିଛେ। ତାଙ୍କର ଗଜମୁଖ ଥିବାରୁ ଏଭଳି ନାମକରଣ ହୋଇଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି ତାଙ୍କର ପ୍ରକୃତ ମସ୍ତକ କୁଆଡେ ଗଲା।

Advertisment

ଧାର୍ମିକ ଶାସ୍ତ୍ରରେ ଗଣେଶଙ୍କ ପ୍ରକୃତ ମୁଖ ଚନ୍ଦ୍ରମୁଣ୍ଡଳକୁ ଯାଇଥିବା ଉଲ୍ଲେଖ ରହିଛି। ଭଗବାନ ଗଣେଶଙ୍କ ଗଜାନନ ସ୍ୱରୂପ ଏକ ବିଲକ୍ଷଣ ଓ ଅତ୍ୟନ୍ତ ମଙ୍ଗଳକାରୀ ମଧ୍ୟ। ଆପଣମାନେ ମଧ୍ୟ ଶ୍ରୀଗଣେଶଙ୍କ ଗଜାନନ ହେବାର ପୌରାଣିକ କାହାଣି ଶୁଣିଥିବେ ନହେଲେ ପଢିଥିବେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶଙ୍କ ପ୍ରକୃତ ମସ୍ତକର ରୋଚକ ପୌରାଣିକ କଥାବସ୍ତୁ ବିଷୟରେ।

publive-image

ଶ୍ରୀଗଣେଶଙ୍କ ଜନ୍ମକୁ ନେଇ ଦୁଇଟି ପୌରାଣିକ କାହାଣୀ ଅଛି। ପ୍ରଥମ କଥାବସ୍ତୁ ଅନୁସାରେ ମାତା ପାର୍ବତୀ ଶ୍ରୀଗଣେଶଙ୍କୁ ଜନ୍ମ ଦେଇଥିଲେ। ସେହି ସମୟରେ ଇନ୍ଦ୍ର, ଚନ୍ଦ୍ର ସମେତ ସବୁ ଦେବଦେବୀ ଗଣେଶଙ୍କ ଦର୍ଶନ ଇଛକରି ଉପସ୍ଥିତ ହେଲେ। ଏହି ଅବସରରେ ଶନିଦେବ ମଧ୍ୟ ଆସିଥିଲେ। ଏହା ମଧ୍ୟ କୁହାଯାଏ ଯେ ଶନିଦେବଙ୍କ ଦୃଷ୍ଟି ଯେଉଁଠି ପଡେ ସେଠାରେ ଅନିଷ୍ଟ ହିଁ ହୁଏ। ଏଠାରେ ମଧ୍ୟ ଶନିଦେବଙ୍କ ଦୃଷ୍ଟି ପଡିବାରୁ ଶ୍ରୀଗଣେଶଙ୍କ ମସ୍ତକ ଅଲଗା ହୋଇ ଚନ୍ଦ୍ରମଣ୍ଡଳକୁ ଚାଲିଗଲା। ଏହା ବଦଳରେ ଭଗବାନ ଶଙ୍କର ସେ ସ୍ଥାନରେ ଏକ ଗଜମୁଖ ଲଗେଇଦେଲେ।

Advertisment

ଅନ୍ୟଏକ କଥାବସ୍ତୁ ଅନୁସାରେ, ମାତା ପାର୍ବତୀ ନିଜ ଶରୀରର ମଇଳାରୁ ଶ୍ରୀଗଣେଶଙ୍କ ସ୍ୱରୂପ ତିଆରି କଲେ ଏବଂ ସ୍ନାନ କରିବା ପର୍ଯ୍ୟନ୍ତ ଗଣେଶଙ୍କୁ ଦ୍ୱାରରେ ପହରା ଦେବା ସହ କାହାରିକୁ ଭିତରକୁ ପ୍ରବେଶ କରେଇ ନ ଦେବାକୁ ଆଦେଶ ଦେଲେ। ଶ୍ରୀଗଣେଶ ପହରା ଦେଉଥିବା ବେଳେ ଭଗବାନ ଶଙ୍କର ଯେତେବେଳେ ସେଠାକୁ ଆସିଲେ ସେ ତାଙ୍କୁ ଭିତରକୁ ଯିବାକୁ ଦେଲେନି। ଫଳରେ ଭଗବାନ ଶଙ୍କର କ୍ରୋଧିତ ହୋଇ ଶ୍ରୀଗଣେଶଙ୍କ ମସ୍ତକ ଛେଦନ କରିଥିଲେ। ପରେ ଉକ୍ତ ମସ୍ତକଟି ଚନ୍ଦ୍ରଲୋକକୁ ପଳେଇଥିଲା। ପରବର୍ତ୍ତି ସମୟରେ ପାର୍ବତୀଙ୍କ କୋପକୁ ଶାନ୍ତ କରିବା ନେଇ ଶଙ୍କର ସେ ସ୍ଥାନରେ ଏକ ହାତୀମୁଣ୍ଡ ସ୍ଥାନୀତ କରିଥିଲେ।

ଶ୍ରୀଗଣେଶଙ୍କ ପ୍ରକୃତ ମସ୍ତକ ଚନ୍ଦ୍ରଲୋକକୁ ଯାଇଥିବା ଏହି ଦୁଇ ତଥ୍ୟ୍ରୁ ଜଣାଯାଏ। ତେଣୁ ଧାର୍ମିକ ଶାସ୍ତ୍ର ଅନୁସାରେ ପୂରା ବର୍ଷ ସଂକଷ୍ଟୀ ଚତୁର୍ଥୀରେ ୧୩ ବ୍ରତ ରଖାଯାଏ। ଏହି ତିଥୀଗୁଡ଼ିକରେ ଚନ୍ଦ୍ରଦର୍ଶନ ବା ଅର୍ଘ୍ୟ ଦେଇ ଶ୍ରୀଗଣେଶଙ୍କ ଉପାସନା କରାଯାଏ। ଏହା କରି ସଂକଟନାସନ ଓ ମଙ୍ଗଳ କାମନା କରାଯାଇଥାଏ।

Advertisment
Advertisment