Advertisment

ହୁ’ର ମତ : କରୋନା ବେଳେ କ’ଣ ଖାଇବେ କ’ଣ ନ ଖାଇବେ

ଦେଶସାରା କରୋନାର ଦ୍ଵିତୀୟ ଲହର ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ନୂଆ କୋଭିଡ୍ ଷ୍ଟ୍ରେନ୍ ଅଧିକରୁ ଅଧିକ ସଂକ୍ରାମକ ଓ ଆକ୍ରମକ ହେଉଛି। ବିଭିନ୍ନ ସ୍ଵାସ୍ଥ୍ୟ ସଂସ୍ଥା ଲୋକଙ୍କୁ ସଚେତନ ନେଇ ଉପଦେଶମାନ ଦେଇଚାଲିଛନ୍ତି। ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ’) ଲୋକମାନଙ୍କୁ ଖାଇବା ପିଇବାରେ ବିଶେଷ ଧ୍ୟାନ ଦେବା ନେଇ କହିଛି। ତେବେ ଏହି କରୋନାକୁ ମୁକାବିଲା କରିବା ନେଇ ଆମର ଖାଦ୍ୟ କ’ଣ ହେବ ସେ ବିଷୟରେ ହୁ’ କହିଛି। ମହାମାରୀ ସମୟରେ […]

author-image
Pramod Behera
ହୁ’ର ମତ : କରୋନା ବେଳେ କ’ଣ ଖାଇବେ କ’ଣ ନ ଖାଇବେ

Untitled-1

ଦେଶସାରା କରୋନାର ଦ୍ଵିତୀୟ ଲହର ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ନୂଆ କୋଭିଡ୍ ଷ୍ଟ୍ରେନ୍ ଅଧିକରୁ ଅଧିକ ସଂକ୍ରାମକ ଓ ଆକ୍ରମକ ହେଉଛି। ବିଭିନ୍ନ ସ୍ଵାସ୍ଥ୍ୟ ସଂସ୍ଥା ଲୋକଙ୍କୁ ସଚେତନ ନେଇ ଉପଦେଶମାନ ଦେଇଚାଲିଛନ୍ତି। ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ’) ଲୋକମାନଙ୍କୁ ଖାଇବା ପିଇବାରେ ବିଶେଷ ଧ୍ୟାନ ଦେବା ନେଇ କହିଛି। ତେବେ ଏହି କରୋନାକୁ ମୁକାବିଲା କରିବା ନେଇ ଆମର ଖାଦ୍ୟ କ’ଣ ହେବ ସେ ବିଷୟରେ ହୁ’ କହିଛି। ମହାମାରୀ ସମୟରେ ଉଚିତ ପୋଷଣ ଓ ପ୍ରଚୁର ପାଣି ପିଇବା ଜରୁରୀ ବୋଲି ହୁ’ କହିଛି। ଯେଉଁମାନେ ସନ୍ତୁଳିତ ଖାଦ୍ୟ ଖାଉଛନ୍ତି ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାବେଳେ ସେମାନେ ସଂକ୍ରମଣରୁ ରକ୍ଷା ପାଇଯାଉଥିବା ଜଣାଯାଏ। ଏହା ଜରୁରୀ ଯେ ଲୋକେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ, ମିନେରାଲ, ଫାଇବର, ପ୍ରୋଟିନ, ଆଣ୍ଟିଅକ୍ସିଡେଣ୍ଟ ଦୈନିକ ଖାଦ୍ୟରେ ସାମିଲ କରିବା ଜରୁରୀ। ଏହା ସହିତ ଯେତେ ସମ୍ଭବ ନିଜକୁ ଓଭର ୱେଟ୍, ହାର୍ଟ ଡିଜିଜ୍, ଡାଏବେଟିସ୍ ଆଦିରୁ ଦୂରେଇ ରଖିବା ଦରକାର।

Advertisment

ଡାଏଟ୍ ପ୍ରତି ସଚେତନତା:

publive-image

  • ପ୍ରତ୍ୟେହ ସବୁଜ ପନିପରିବା, ଡାଲି, ବାଦାମ, ବିନ୍ସ, ମାଛ, ମାଂସ, ଅଣ୍ଡା ଓ କ୍ଷୀର ଆଦି ସେବନ କରିବା ଉଚିତ।
  • ଦୈନିକ ଦୁ‍ଇ କପ ଫଳ, ଦେଢ କପ ପନିପରିବା, ୧୮୦ ଗ୍ରାମ କମଳା, ୧୬୦ ଗ୍ରାମ ବିନ୍ସ ସେବନ କରିବେ।
  • ଜଳଖିଆରେ କେବେ ବି ଚିନି, ଲୁଣ ଓ ଫ୍ୟାଟ୍ ଭଳି ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହା ବଦଳରେ ଫଳମୂଳ ଖାଇବା ସବୁଠାରୁ ଭଲ।
  • ପନିପରିବାଗୁଡିକୁ ଅତ୍ୟଧିକ ସିଝାନ୍ତୁ ନାହିଁ। କାରଣ ଏହା ଦ୍ୱାରା ନ୍ୟୁଟ୍ରିସନ୍ ନଷ୍ଟ ହୁଏ।

ପ୍ରଚୁର ଜଳ ପାନ:

publive-image

ଦୈନିକ ୧୦ରୁ ୧୨ ଗ୍ଲାସ୍ ପାଣି ପି‍ଇବା ଜରୁରୀ। ଏହା ଫଳରେ ଶରୀରରେ ପାଣିର ପରିମାଣ କମ ହୁଏନି। ଏହା ଛଡା ତାଜା ଫଳରେ ପ୍ରସ୍ତୁତ ଜୁସ୍, ଲେମନ୍ ଜୁସ୍ ଆଦି ସେବନ କରନ୍ତୁ। କେଫିନ୍, ହାର୍ଡ ଡ୍ରିକ୍ସ ବା କୋଲ୍ଡ ଡ୍ରିଙ୍କ୍ସରୁ ରୂରେଇ ରୁହନ୍ତୁ।

Advertisment

ଆବଶ୍ୟକ ପରିମାଣର ଫ୍ୟାଟ୍ ସେବନ:

publive-image

ସାଚୁରେଟେଡ୍ ଫ୍ୟାଟ୍ ତୁଳନାରେ ଅନସାଚୁରେଟେଡ୍ ଫ୍ୟାଟ୍ ସେବନ କରିବା ଉଚିତ। ରେଡ୍ ମିଟ୍ ବଦଳରେ ହ୍ୱାଇଟ୍ ମିଟ୍ ବା ଚିକେନ୍ ବା ମାଛ ଆଦି ଖାଇବା ଭଲ। ପ୍ରୋସେସ୍ଡ  ମିଟ୍ ବ୍ୟବହାର କରନ୍ତୁ ନାହିଁ। ଲୋ ଫ୍ୟାଟ୍ ମିଲ୍କ ବ୍ୟବହାର କରନ୍ତୁ। ଫାଷ୍ଟ୍ ପୁଡ୍, ଫ୍ରାଏଡ୍ କୁକ୍, ଫ୍ରୋଜେନ୍, ପିଜା, କୁକୀଜ୍ ଆଦି ଖାଇବା ଅନୁଚିତ।

ଅଧିକ ଲୁଣ ବା ଚିନି ସେବନ କରନ୍ତୁ ନାହିଁ:

publive-image

ଖାଦ୍ୟ ତିଆରି କରିବା ବେଳେ ଯେତେ ସମ୍ଭବ ସେତେ କମ ଲୁଣ ବ୍ୟବହାର କରନ୍ତୁ। ସସ୍‌ଠାରୁ ଦୂରେଇ ରୁହନ୍ତୁ। ଦୈନିକ ଗୋଟେ ଚାମଚ୍ ଲୁଣ ଯଥେଷ୍ଟ। ମିଠା ଓ ଚକମକ କରୁଥିବା ଜଳଖିଆ ଠାରୁ ଦୂରେଇ ରୁହନ୍ତୁ।

ବାହାର ଖାଦ୍ୟରୁ ଦୂରରେ ରହିବା:

publive-image

ଜଣେ ଅନ୍ୟଜଣର ସଂପର୍କରେ ଆସିଲେ କରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବ୍ୟାପୁଛି। ଏନେଇ ବାହାର ଖାଦ୍ୟରୁ ଦୂରେଇ ରହିବା ଭଲ। ବାହାରର ଆସ୍ୱାସ୍ଥ୍ୟକର ଖାଦ୍ୟକୁ ମଧ୍ୟ ସେବନ କରନ୍ତୁ ନାହିଁ। ଯେତେ ସମ୍ଭବ ଘର ତିଆରି ଖାଦ୍ୟ ଖାଆନ୍ତୁ।

ମାନସିକ ସ୍ତରରେ ସୁସ୍ଥ ରହିବା:

publive-image

ଯେଉଁମାନେ କରୋନାରେ ଯୁଝୁଛନ୍ତି ବା ଯେଉଁମାନଙ୍କ ପରିବାର ଏଥିରେ ପିଡୀତ ସେମାନଙ୍କ ପାଇଁ ହେଲ୍ଦି ଡାଏଟ୍ ସାଙ୍ଗକୁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବା ଜରୁରୀ। ଯଥାସମ୍ଭବ ଘରେ ସକାରାତ୍ମକ ପରିସ୍ଥିତି ତିଆରି କରନ୍ତୁ। ଆବଶ୍ୟକ ପଡିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Advertisment
Advertisment