Advertisment

ପୃଥିବୀର ସୁରକ୍ଷା ପାଇଁ ଗଛ ହିଁ ଜରୁରୀ

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ-ଜନ୍ତୁ ଓ ବୃକ୍ଷ-ଲତାକୁ ରକ୍ଷା କରିବା ନେଇ ସାରା ଦୁନିଆକୁ ପର୍ଯ୍ୟାବରଣ ବିଷୟରେ ଅବଗତ କରିବା ନେଇ ପ୍ରତି ବର୍ଷ ଏପ୍ରିଲ ୨୨ ରେ ପୃଥିବୀ ଦିବସ ପାଳନ କରାଯାଉଛି। ୧୯୭୦ରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ୧୯୨ ଦେଶ ଆପଣେଇ ଥିବା ବେଳେ ଆଜି ସାରା ବିଶ୍ଵ ଏହାକୁ ପାଳନ କରୁଛି। ଏହି ଅବସରରେ ପର୍ଯ୍ୟାବରଣକୁ ରକ୍ଷା କରିବା ନେଇ ସମସ୍ତେ ସଙ୍କଳ୍ପ ନେଇଥାନ୍ତି। ଯେପରି କରୋନା ମହାମାରୀକୁ ନେଇ […]

author-image
Pramod Behera
ପୃଥିବୀର ସୁରକ୍ଷା ପାଇଁ ଗଛ ହିଁ ଜରୁରୀ

Untitled-1

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ-ଜନ୍ତୁ ଓ ବୃକ୍ଷ-ଲତାକୁ ରକ୍ଷା କରିବା ନେଇ ସାରା ଦୁନିଆକୁ ପର୍ଯ୍ୟାବରଣ ବିଷୟରେ ଅବଗତ କରିବା ନେଇ ପ୍ରତି ବର୍ଷ ଏପ୍ରିଲ ୨୨ ରେ ପୃଥିବୀ ଦିବସ ପାଳନ କରାଯାଉଛି। ୧୯୭୦ରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ୧୯୨ ଦେଶ ଆପଣେଇ ଥିବା ବେଳେ ଆଜି ସାରା ବିଶ୍ଵ ଏହାକୁ ପାଳନ କରୁଛି। ଏହି ଅବସରରେ ପର୍ଯ୍ୟାବରଣକୁ ରକ୍ଷା କରିବା ନେଇ ସମସ୍ତେ ସଙ୍କଳ୍ପ ନେଇଥାନ୍ତି। ଯେପରି କରୋନା ମହାମାରୀକୁ ନେଇ ଲୋକେ ଚିନ୍ତିତ ହୋଇପଡୁଛନ୍ତି ସେହିଭଳି ପର୍ଯ୍ୟାବରଣକୁ ରକ୍ଷା କରିବା ମଧ୍ୟ ବହୁତ ଜରୁରୀ। ତେବେ ପୃଥିବୀକୁ ସୁରକ୍ଷିତ ରଖିବା, ରୋଗମୁକ୍ତ କରିବା ଓ ସୁନ୍ଦର ବନେଇବା ନେଇ ବୃକ୍ଷ ଲତା ଲଗେଇବା ଆବଶ୍ୟକ। ତେବେ ଆସନ୍ତୁ ଜାଣିନେବା ଯେ ପୃଥିବୀପୃଷ୍ଠରେ ଅଧିକରୁ ଅଧିକ ବୃକ୍ଷ ଲତା ରହିଲେ କି ଉପକାର ହେବ।

Advertisment

ଗଛର ପ୍ରଥମ ସବୁଠାରୁ ବଡ଼ ଗୁଣ ହେଲା, ସେ ଅଙ୍ଗାରକାମ୍ଳ ଗ୍ୟାସକୁ ବାୟୁମଣ୍ଡଳରୁ ଗ୍ରହଣ କରିନେଉଥିବା ବେଳେ ଏହା ବଦଳରେ ମଣିଷର ଜୀବନ କୁହାଯାଉଥିବା ଅମ୍ଳଜାନ ଦେଇଥାଏ। ବିନା ଅମ୍ଳଜାନରେ ଜୀବ ଜଗତ ତିଷ୍ଠି ରହିବା ଅସମ୍ଭବ। ଏନେଇ ବୃକ୍ଷ ରୋପଣ ଜରୁରୀ।

publive-image

ଗଛ ଯେ କେବଳ ଅଙ୍ଗାରକାମ୍ଳ ନିଏ ତାହା ନୁହେଁ, ବାତାବରଣରେ ଥିବା ଅନେକ ହାନିକାରକ ଗ୍ୟାସକୁ ମଧ୍ୟ ସେ ଅବଶୋଷିତ କରି ବାରାବରଣକୁ ତାଜା ରଖିଥାଏ। ଯାନବାହାନ ଓ ଶିଳ୍ପ କାରଖାନାଗୁଡ଼ିକରୁ ପ୍ରତ୍ୟେହ ହାନିକାରକ ଗ୍ୟାସ ଉତ୍ପନ ହୋଇ ପରିବେଶକୁ ପ୍ରଦୂଷଣ କରିଥାଏ। ଏନେଇ ଅଧିକରୁ ଅଧିକ ବୃକ୍ଷ ରୋପଣ କଲେ ଏଭଳି ପ୍ରଦୂଷିତ ଗ୍ୟାସରୁ ମୁକ୍ତି ମିଳିଥାଏ। ବୃକ୍ଷ ଲତା ମଧ୍ୟ ପରିବେଶକୁ ଶାନ୍ତ ରଖିବାରେ ସହଯୋଗ ହୋଇଥାଏ। ଏହା ମଧ୍ୟ ଗରମର ପ୍ରଭାବକୁ କମ କରିଥାଏ। ଏହା ସହିତ ଅନେକ ପଶୁ-ପକ୍ଷୀଙ୍କ ସାହାର ବୃକ୍ଷ ହୋଇଥାଏ। ପକ୍ଷୀମାନେ ଗଛରେ ବସା କରିଥାନ୍ତି। ସେହିଭଳି ଗଛ ମଧ୍ୟ ମାଙ୍କଡ, କଙ୍ଗାରୁ ଆଦି ଅନେକଙ୍କର ଆଶ୍ରହସ୍ଥଳ ହୋ‍ଇଥାଏ।

Advertisment

ଗଛରୁ ମିଳୁଥିବା ଫଳ ମଧ୍ୟ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଯନ୍ତୁମାନଙ୍କର ଆହର ହୋଇଥାଏ। ଗାଇ, ଛେଳି, ହାତୀ ଭଳି ଜୀବମାନେ ମଧ୍ୟ ଗଛର ପତ୍ର ଖାଇ ଜୀବନ ଅତିବାହିତ କରନ୍ତି। ଏନେଇ ପୃଥିବୀପୃଷ୍ଠରେ ବୃକ୍ଷ ଲତା ଅଧିକରୁ ଅଧିକ ଆବଶ୍ୟକତା ରହିଛି। ଖାଲି ଯେ ବାୟୁମଣ୍ଡଳକୁ ଶୋଧନ କରିବାରେ ଗଛ ସାହାଯ୍ୟ କରିଥାଏ ତାହା ନୁହେଁ, ଗଛ ମଧ୍ୟ ଜଳ ପ୍ରଦୂଷଣକୁ ନିଯନ୍ତ୍ରଣ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ନେଇଥାଏ। ତେଣୁ ସମସ୍ତେ ଆଜିର ଏହି ପୃଥିବୀ ଦିବସରେ ସଂକଳ୍ପ ନେବା, ଗଛଟିଏ ଲଗେଇବା।

Advertisment
Advertisment