/odishatv-khabar/media/post_attachments/uploadimage/library/16_9/16_9_0/phone-4_1626696946.jpg)
phone 4
ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍ରେ ଗେମ୍ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ମାର୍ଟଫୋନ୍ ଆପଣଙ୍କ ପିଲାର କ’ଣ କ୍ଷତି କରୁଛି।
ଜାଣନ୍ତୁ ସ୍ମାର୍ଟଫୋନ୍ ଆପଣଙ୍କ ପିଲା ଉପରେ କିପରି ଖରାପ ପ୍ରଭାବ ପକାଉଛି
୧. ଆପଣ ଛୋଟ ଛୁଆଙ୍କ କାନ୍ଦକୁ ଚୁପ୍ କରିବା ପାଇଁ ସ୍ମାର୍ଟଫୋନ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ପିଲାଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଥାଏ। ଛୋଟ ପିଲା ଯାହା ଦେଖିଥା’ନ୍ତି ସେଇଆ ଶିଖିଥା’ନ୍ତି। ତେଣୁ କାଟୁର୍ନ ଓ ଗେମ୍ ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହେବାଦ୍ୱାରା ସବୁବେଳେ ସେମାନେ କାଟୁର୍ନ ଦୁନିଆରେ ରହିଥାନ୍ତି। ଏହାଦ୍ୱାରା ସେମାନଙ୍କର ଦକ୍ଷତାର ବିକାଶ ହୋଇନଥାଏ।/odishatv-khabar/media/post_attachments/wp-content/uploads/2018/08/phone8.png)
୨. ଆଜିକାଲିର ପିଲା ଅଧିକ ସମୟ ଫୋନ୍ରେ ଗେମ୍ ଖଳିବାରେ ବିତାଇଥାନ୍ତି। ସେଥିପାଇଁ ଖେଳ କୁଦ କରିବାକୁ ପସନ୍ଦ କରନ୍ତି ନାହିଁ। ପାଠ ପଢ଼ାରେ ସେମାନେ ଧ୍ୟାନ ଦେଇ ପାରନ୍ତି ନାହିଁ। ସବୁବେଳେ ଗେମ୍ ଖେଳିବାକୁ ଜିଦ୍ କରିଥା’ନ୍ତି।/odishatv-khabar/media/post_attachments/wp-content/uploads/2018/08/phone5.jpg)
୩. ସ୍ମାର୍ଟଫୋନ୍ରେ ଅଧିକ ସମୟ ବିତାଇବା ଦ୍ୱାରା ପିଲା ଖେଳକୁଦ କରିବାକୁ ସମୟ ପାଏ ନାହିଁ । ଏହା ଛୋଟ ଛୁଆଙ୍କ ଶାରିରୀକ ବିକାଶ ଉପରେ ପ୍ରଭାବ ପକାଇଥାଏ।
୪.ଯେଉଁ ପିଲାମାନେ ଅଧିକ ସ୍ମାର୍ଟଫୋନ୍ ବା ଟାବ୍ଲେଟ୍ ଅଧିକ ବ୍ୟବହାର କରିଥାନ୍ତି ସେମାନଙ୍କର ମୋଟା ହେବା ଓ ଓଜନ ବଢ଼ିବା ସମ୍ଭାବନା ୩୦ ପ୍ରତିଶତ ଅଧିକ ଥାଏ। ଧିରେ ଧିରେ ପିଲା ଏହା ସହ ଜଡ଼ିତ ରୋଗର ଶିକାର ହୋଇଥାନ୍ତି। /odishatv-khabar/media/post_attachments/wp-content/uploads/2018/08/phone7.jpg)
୫.ପ୍ରାୟ ୭୦ ପ୍ରତିଶତ ପିତାମାତା ପିଲାଙ୍କ ମୋବାଇଲ୍ ବ୍ୟବହାର ଉପରେ କୌଣସି କଟକଣା ଲଗାଇନଥା’ନ୍ତି। ଏହା ଦ୍ୱାରା ପିଲାମାନେ ଶୋଇବା ସମୟରେ ନ ଶୋଇ ଅଧିକ ରାତି ଯାଏ ଫୋନ୍ରେ ଗେମ୍ ଖେଳିଥାନ୍ତି। ଏହା ଦ୍ୱାରା ପିଲାମାନଙ୍କର ଯେତିକି ସମୟ ଶୋଇବା ଆବଶ୍ୟକ ତାହା ହୋଇପାରିନଥାଏ। ଏହା ମଧ୍ୟ ପିଲାମାନଙ୍କର ଶରୀର ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।
୬.ଅଧିକ ମୋବାଇଲ ଫୋନ୍ର ବ୍ୟବହାର ଦ୍ୱାରା ପିଲାମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ସେମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି। ଅନ୍ୟମାନଙ୍କ ସହ ମିଶିବା ଖେଳିବା ପାଠ ପଢ଼ିବା ଅପେକ୍ଷା ସେମାନଙ୍କ ମସ୍ତିଷ୍କରେ ସବୁବେଳେ ମୋବାଇଲ୍ର କାଟୁର୍ନ ଓ ଗେମ୍ ରହିଥାଏ।/odishatv-khabar/media/post_attachments/wp-content/uploads/2018/08/phone3.jpg)
୭.ସ୍ମାଟ୍ଫୋନ୍ରେ ସମୟ ବ୍ୟବହାର କରିବା ଦ୍ୱାରା ସେମାନଙ୍କର ମନେରଖିବା କ୍ଷମତା ଧିରେ ଧିରେ କମ୍ ହେବାକୁ ଲାଗିଥାଏ। ମୋବାଇଲରୁ ହେଉଥିବା ଏକ ପ୍ରକାର ବିକିରଣ ରେଡିଓ ଫ୍ରିକ୍ୱେନ୍ସି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡ (RF-EMF) ପ୍ରଭାବରେ ପିଲାମାନଙ୍କର ଏମିତି ହୁଏ ବୋଲି ନିକଟରେ ହୋଇଥିବା ଏକ ବୈଜ୍ଞାନିକ ସର୍ବେକ୍ଷଣରୁ ଜଣାଯାଇଛି ।
୮.ଛୁଆମାନେ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ପିତା ମାତା ତଥା ପରିବାର ଲୋକଙ୍କ ପାଖରୁ ଦୂରେଇ ଯାଆନ୍ତି। ଫୋନ୍ ନଥିବା ବେଳେ ପିଲାମାନେ ଗୁରୁଜନଙ୍କ ପାଖରେ ବସି ପାଠ ପଢ଼ିବା ସହ ଜୀବନରେ ସଫଳ ହେବାର ଅନେକ କଥା ଶିଖୁଥିଲେ। କିନ୍ତୁ ଏବେ ତାହା ହୋଇପାରୁନାହିଁ। ତେଣୁ ପିଲାମାନେ ମୋବାଇଲ ଗେମ୍ ଓ କାଟୁର୍ନ୍ ଭିତରେ ନିଜର ଅଲଗା ଦୁନିଆ ତିଆରି କରି ସାରିଲେଣି।
୯.ଅତ୍ୟଧିକ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ସବୁଠୁ ଖରାପ ପ୍ରଭାବ ପଡ଼ୁଛି ଛୋଟ ଛୋଟ କୋମଳମତି ପିଲାଙ୍କ ଆଖି ଉପରେ। ମୋବାଇଲ୍ର ଏଲ୍ସିଡିରୁ ବାହାରୁଥିବା ସଟ୍ ୱେଭ୍ଲେଙ୍ଗ୍ଥ (short wavelength) ଲାଇଟ୍ ଆଖିର ରେଟିନା ଓ ଆଖିରେ ଥିବା ସୂକ୍ଷ୍ମକୋଷକୁ ପ୍ରଭାବିତ କରେ। ଆଜିକାଲି ପିଲାମାନେ ବହୁତ କମ୍ ବୟସରେ ଚଷମା ଲଗାଉଥିବା ସମସ୍ତେ ଦେଖିଛନ୍ତି। ମୋବାଇଲ୍ ଡିସ୍ପ୍ଲେ ଲାଇଟ୍ର ତାହାର ଅନ୍ୟତମ କାରଣ ।/odishatv-khabar/media/post_attachments/wp-content/uploads/2018/08/phone6.jpg)
୧୦. ଆହୁରି ମଧ୍ୟ ଅଧିକ ସମୟ ଫୋନ୍ ଧରି ବସି ରହିବା ଦ୍ୱାରା ଶରୀରର କାନ୍ଧ, ମେରୁଦଣ୍ଡ ଓ ହାତ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।
କେମିତି ପିଲାମାନଙ୍କୁ ମୋବାଇଲଠାରୁ ଦୂରରେ ରଖିବେ।
୧.ଛୁଆ ଯେତେବେଳେ କାନ୍ଦୁଛି ତାକୁ ଫୋନ୍ ବିଲକୁଲ ଦିଅନ୍ତୁ ନାହିଁ। ପ୍ରଥମରୁ ଏହି ଅଭ୍ୟାସ କଲେ ତାହା ବଡ଼ ହେବା ପର୍ଯ୍ୟନ୍ତ ରହିଥାଏ। ତାକୁ ଖେଳଣା ଦିଅନ୍ତୁ।
୨.ପିଲାମାନଙ୍କୁ ବାହାରେ ସାଙ୍ଗସାଥିଙ୍କ ସହ ଖେଳିବାକୁ ଛାଡ଼ନ୍ତୁ। ସବୁବେଳେ କିଛି ନୂଆ ଓ ଭଲ କାମ କରିବା ଆଡ଼କୁ ଧ୍ୟାନ ଆକର୍ଷିତ କରାନ୍ତୁ।
୩.ଯେତେବେଳେ ପିଲା ଫୋନ୍ ପାଇଁ କାନ୍ଦୁଛି ସେତେବେଳେ ତାକୁ ମାରନ୍ତୁନାହିଁ। ତା’ ସହ କଥା ହୋଇ ଫୋନ୍ ମାଗିବା କଥା ଭୁଲାଇ ଦିଅନ୍ତୁ।
୪.ପିଲା ମାନଙ୍କର ମନୋରଞ୍ଜନ ପାଇଁ ଫୋନ୍ ଅପେକ୍ଷା, ଖେଳିବା ପଢ଼ିବା,ପୁସ୍ତକ ମେଳା ବିଜ୍ଞାନ ମେଳା ଇତ୍ୟାଦି ବୁଲାନ୍ତୁ।
୫. ପିତାମାତା ଅଧିକରୁ ଅଧିକ ସମୟ ପିଲାଙ୍କ ପାଖରେ ବିତାଇବାକୁ ଚେଷ୍ଟା କରନ୍ତୁ। ସେମାନଙ୍କୁ ପରିବାରର ଅନ୍ୟ ଗୁରୁଜନଙ୍କ ସହ ସମୟ ବିତାଇବାକୁ ଦିଅନ୍ତୁ।
(ତଥ୍ୟ ସଂଗ୍ରହ ଓ ସଂପାଦନା: ରୋଜାଲିନ୍ ରଥ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)