ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।
ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। ଏହା ଏକପ୍ରକାର ଇନ୍ସୁଲିନ୍ ଭଳି କାମ କରିଥାଏ।
ଏହି ଗଛର ନାମ ଏଥିପାଇଁ ସଦାବାହାର ରଖାଯାଇଛି ଯେ, ଏହି ଗଛର ଫୁଲ ବାର ମାସ ଯାଏ ଫୁଟିଥିଏ। ଏଥିପାଇଁ ଏହାକୁ ବାରମାସୀ ବା ସଦ୍ପୁଷ୍ପା ମଧ୍ୟ କୁହାଯାଏ। ଏଥିରେ ଅନେକ ଔଷଧିୟ ଗୁଣ ଥିବାରୁ ଏହାକୁ ସଂଜୀବନୀ ମଧ୍ୟ କୁହାଯାଏ।
ସଦାବାହାର ଦ୍ୱାରା କ୍ୟାନ୍ସର ଉପଚାର-
କ୍ୟାନ୍ସର ରୋଗୀଙ୍କୁ ସଦାବାହାର ପତ୍ରର ଚଟଣୀ ଖାଇବାକୁ ଦେଲେ ଅନେକ ଫାଇଦା ମିଳିଥାଏ।
ଏହାର ରସ ବାହାର କରି ମଧ୍ୟ ପିଇପାରିବେ। କିନ୍ତୁ ଏହାକୁ ଖାଲି ପେଟରେ ଖାଇବା କି ପିଇବା ଆବଶ୍ୟକ।
ଡାଇବେଟିସ୍ ଉପଚାର
୧.ସଦାବାହାରର ପୂରା ଗଛରେ ପାଖାପାଖି ୧୫୦ ପ୍ରକାର Alkaloid ରହିଥାଏ।
୨.ଏହା ଆମ ଶରୀରରେ ସୁଗାର ଲେବଲ ବା ଶର୍କରା ସ୍ତର କମ୍ କରିବା ପାଇଁ ଅନେକ ସାହାଯ୍ୟ କରିଥାଏ।
୩.ଏହି Alkaloid ଆମ ଶରୀରର ପାନ୍କ୍ରିୟାସ୍ର ବିଟା ସେଲସ୍କୁ ଶକ୍ତି ପ୍ରଦାନ କରିଥାଏ। ଯାହାଦ୍ୱରା ପାନ୍କ୍ରିୟାସ୍ ଠିକ୍ ଭାବେ ଇନ୍ସୁଲିନ୍ ନିଃସରଣ କରିଥାଏ।
୪. ଏହା ଟାଇପ୍ ୧ ଓ ଟାଇପ୍ ୨ ଦୁଇ ପ୍ରକାର ଡାଇବେଟିସ୍ ରୋଗୀଙ୍କ ପାଇଁ ଅନେକ ଲାଭଦାୟକ ହୋଇଥାଏ। ସଦାବାହାର ପତ୍ରକୁ ଖରାରେ ଶୁଖାଇ ଗୁଣ୍ଡ କରିବା ପରେ ଏୟାରଟାଇଟ୍ ଡବାରେ ରଖନ୍ତୁ। ପ୍ରତିଦିନ ସକାଳେ ଏକ ଚାମଚ ଗୁଣ୍ଡ ପାଣି ସହ ଖାଆନ୍ତୁ। ଡା. ଆଶୁତୋଷ ଗୌତମଙ୍କ ମତରେ ଉଭୟ ଫୁଲ ଓ ପତ୍ର ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ପ୍ରକାର ମହୌଷଧି ଭଳି।
୫. ସଦାବାହାର ଗଛର ପତ୍ର, ଫୁଲ ଡାଳ ଇତ୍ୟାଦି ଖାଲି ପେଟରେ ଖାଇବା ଆବଶ୍ୟକ। ଏହାର ଚଟଣୀ ତିଆରି କରି ମଧ୍ୟ ଖାଇପାରିବେ। ଏହାର ପତ୍ର ଓ ଫୁଲକୁ ଆପଣ ହର୍ବାଲ ଟି’ ଭଳି ସକାଳ ଓ ସନ୍ଧ୍ୟାରେ ବ୍ୟବହାର କରିପାରିବେ।
୬.ଆହୁରି ମଧ୍ୟ ଏହାର ୪, ୫ଟି ପତ୍ରକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ ଶୌଚ ହେଲା ପରେ ଏହାକୁ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହା କରିବାର ୧୦ ଦିନ ପରେ ସୁଗାର ଯାଞ୍ଚ କରନ୍ତୁ। ଏହାର ଲାଭ ଆପଣ ଜାଣି ପାରିବେ।
ଉଚ୍ଚ ରକ୍ତଚାପର ଉପଚାର
୧.ଏହି ଗଛରେ Ajmalicine ଓ Serpentine ନାମକ Alkaloid ରହିଥାଏ। ଯାହାକି Anti Hypersensitive ହୋଇଥାଏ।
୨.ଏହା ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ ହୋଇଥାଏ। ଏହାର ମୂଳକୁ ଭଲରେ ସଫା କରି ସକାଳେ ଖାଲି ପେଟରେ ଖାଆନ୍ତୁ। ଅବା ଏହାର ମୂଳକୁ ଦାନ୍ତକାଠି ଭଳି ଚୋବାଇ ଏହାର ରସ ପିଅନ୍ତୁ।
୩. ଏହାର ପତ୍ରକୁ ମଧ୍ୟ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ଖାଇପାରିବେ।
୪.ଯେତେବେଳେ ଏହି ଗଛକୁ ଆପଣ ବ୍ୟବହାର କରୁଛନ୍ତି ଧ୍ୟାନ ରଖନ୍ତୁ କେବଳ ଗୋଲାପୀ ଓ ଧଳା ଫୁଲ ଥିବା ଗଛ ବ୍ୟବହାର କରିବେ।