ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ ପୁଦିନା ଚା’ ତିଆରି କରିବାର ପ୍ରଣାଳୀ ଓ ଉପକାରିତା।
ପୁଦିନା ଚା’ର ଉପକାରିତା
-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ
-ପାଚନ କ୍ରିୟା ନିୟନ୍ତ୍ରଣ କରେ
-ପରିସ୍ରା ଜଳାପୋଡ଼ା ଦୂର କରେ
- ଶ୍ୱସନ ସମସ୍ୟା ଓ ଶ୍ୱାସ ନଳୀ ସଂକ୍ରମଣ ଦୂର କରେ
-ମାନସିକ ବିଷାଦ ଦୁର କରେ
-କ୍ୟାନସରରୁ ସୁରକ୍ଷା ଦିଏ
ପୁଦିନା ଚା’ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ
ପୁଦିନା ପତ୍ର
ଗୋଲ ମରିଚ
କଳାଲୁଣ
ଆବଶ୍ୟକୀୟ ଅନୁସାରେ ପାଣି
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପ୍ୟାନ୍ରେ ପାଣି ଗରମ କରନ୍ତୁ। ସେଥିରେ ୮-୧୦ ଟି ପୁଦିନା ପତ୍ର, ଗୋଲ ମରିଚ, କଳା ଲୁଣ ପକାଇ ଫୁଟାନ୍ତୁ। କିଛି ସମୟ ପରେ ଏହାକୁ ଛାଣିଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କର ପୁଦିନା ଚା’।
ଚା’ କଫି ପିଇଲେ ଶରୀରର କ୍ଷତି ହେବାର ଆଶଙ୍କା ରହିଛି। ପୁଦିନା ଚା’ରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ବିଶେଷ କରି ବର୍ଷା ଦିନେ ଏହି ଚା’ ପିଇବା ଅନନ୍ଦ ଦାୟକ ଏବଂ ସ୍ୱାସ୍ଥ୍ୟପ୍ରଦ ମଧ୍ୟ।