• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା।

ଲବଙ୍ଗକୁ କିପରି ବ୍ୟବହାର କରିବେ?

[caption id="attachment_26374" align="aligncenter" width="750"] image credit-indiamart.com[/caption]

ପେଟ ଦରଜ- ଯଦି ଆପଣଙ୍କ ସବୁବେଳେ ପେଟ ଦରଜ ବା ପାଚନ ଜନିତ ସମସ୍ୟା ରହୁଛି ତାହାଲେ ରାତିରେ ଶୋଇବା ଆଗରୁ ଗରମ ପାଣିରେ ୨ଟି ଲବଙ୍ଗ ଫୁଟାଇ ସେହି ପାଣି ପିଅନ୍ତୁ। ଦୁଇଟି ଲବଙ୍ଗ ଚୋବାଇ ଖାଇଲେ ମଧ୍ୟ ଏହାର ଲାଭ ଆପଣ କମ୍‌ ଦିନରେ ପାଇପାରିବେ।

ମୁଣ୍ଡ ବିନ୍ଧା- ପେଟ ଦରଜ ସହ ଏହା ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ। ଯେତେବେଳେ ମୁଣ୍ଡ ବିନ୍ଧା ହେଉଛି ସେତେବେଳେ ପାଣିରେ ଦୁଇଟି ଲବଙ୍ଗ ଫୁଟାଇ ପାଣି ପିଅନ୍ତୁ। ଦେଖିବେ ବହୁତ କମ୍‌ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା କମ୍‌ ହୋଇଯିବ।

ଗଳା ଦରଜ- ପାଣିପାଗରେ ପରିବର୍ତ୍ତନ ହେଲେ ଥଣ୍ଡା ହେବା ସହ ଗଳାରେ ଦରଜ ହୋଇଥାଏ। ଦରଜ ଯୋଗୁ ଖାଇବା ପିଇବାରେ ଅସୁବିଧା ହେଉଥିଲେ ଏକ ଲବଙ୍ଗ ଚୋବାଇ ଦିଅନ୍ତୁ ବା ଗୋଟେ ଲବଙ୍ଗକୁ ଜିଭରେ ରଖି ଧିରେ ଧିରେ ରସ ଢ଼ୋକନ୍ତୁ। ଏହା ଦ୍ୱାରା ଗଳା ଦରଜ କମିଯିବ।

[caption id="attachment_26376" align="aligncenter" width="750"] imagr credit-httpnewshawks24.com[/caption]

ଥଣ୍ଡା-  ଥଣ୍ଡା ଏକ ସାଧାରଣ ରୋଗ। ଥଣ୍ଡା ଭଲ କରିବା ପାଇଁ ଆମେ ଅନେକ ଘରୋଇ ଉପଚାର କରିଥାଉ। ତେବେ ଲବଙ୍ଗ ଦ୍ୱାରା ମଧ୍ୟ ଆମେ ଥଣ୍ଡା ଭଲ କରିପାରିବା। ଗୋଟିଏ ଚାମଚ ମହୁରେ ଗୋଟିଏ ଲବଙ୍ଗ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ଥଣ୍ଡା ଭଲ ହୋଇଯିବ।

ମୁହଁ ବ୍ରଣ- ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଅନେକ ବିଭିନ୍ନ ପ୍ରକାର ଫେସ୍ ପ୍ୟାକ୍‌ ବା କ୍ରିମ୍‌ ବ୍ୟବହାର କରିଥାନ୍ତି। ତେଣୁ ଆପଣ ଯେତେବେଳେ ଫେସ୍‌ ପ୍ୟାକ୍‌ ବ୍ୟବହାର କରୁଛନ୍ତି ସେତେବେଳେ ସେଥିରେ କିଛି ଲବଙ୍ଗ ତେଲ ପକାଇ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରେ ବ୍ରଣ ଭଲ ହୋଇଯିବା ସହ ତ୍ୱଚା ଉଜ୍ୱଳ ଦିଶିବ।

ପାଟିରୁ ଦୁର୍ଗନ୍ଧ ହେଉଥିଲେ- ଅନେକଙ୍କର ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଲବଙ୍ଗ ଦ୍ୱାରା ଏହାକୁ ଆମେ ଦୂର କରିପାରିବା। ଲବଙ୍ଗ ତେଲ ସହ ଚିନି ମିଶାଇ ଖାଆନ୍ତୁ। ଏହା ଦ୍ୱାରା ପାଟି ଦୁର୍ଗନ୍ଧ ହେବନାହିଁ।

[caption id="attachment_26377" align="aligncenter" width="750"] image credit-dailyhunt.in[/caption]

ଦାନ୍ତବିନ୍ଧା- ଦାନ୍ତ ପାଇଁ ଲବଙ୍ଗ ଏକ ଉପକାରୀ ଜିନିଷ। ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଦାନ୍ତ ମୂଳରେ ରଖିଲେ ଦାନ୍ତ ବିନ୍ଧା ଦୂର ହୋଇଥାଏ । ଏହା ନିୟମିତ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୁତ୍‌ ହେବା ସହ ଦାନ୍ତ ଜନିତ କୌଣସି ସମସ୍ୟା ରହେ ନାହିଁ।

ଆଣ୍ଠୁଗଣ୍ଠି ଦରଜ- ଆଣ୍ଠୁଗଣ୍ଠି ବା ଅଣ୍ଟା ଦରଜ ହେଉଥିଲେ ଲବଙ୍ଗ ତେଲକୁ ମାଲିସ୍‌ କରନ୍ତୁ। ଲବଙ୍ଗ ତେଲ ଆୟୁର୍ବେଦିକ ଔଷଧ ଦୋକାନଗୁଡ଼ିକରେ ଉପଲବ୍ଧ।

OTV is now on Whatsapp

Join and get latest news update delivered to you via whatsapp

Join Now