• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ବେଳା ଖରାପ !
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବୋରିସ୍‌ ଜନସନ୍‌

ଲଣ୍ଡନ: ଲାଗୁଛି ଯେମିତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ବେଳା ଖରାପ ପଡ଼ିଛି ! କିଛି ଦିନ ତଳେ କରୋନାରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେଥିରୁ ସୁସ୍ଥ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଥିଲେ।  ଏବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋରିସଙ୍କ କାର ବୁଧବାର ଲଣ୍ଡନ ସଂସଦ ଭବନ ବାହାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜଣେ ବିକ୍ଷୋଭକାରୀ ଅଚାନକ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ଯାହାଫଳରେ ସେଠାରେ ଥିବା ଅନେକ […]

una
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ମିଳିତ ଜାତିସଂଘ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭୋଟିଂ ପ୍ରକ୍ରିୟାରେ ଜାତିସଂଘର  ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ୧୮୪ଜଣଙ୍କ ସମର୍ଥନ ମିଳିଥିଲା । ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ। ଭାରତ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ଗୋଟିଏ ସିଟ୍ ପାଇଁ ଏକମାତ୍ର ଦେଶ ଭାବେ ନିର୍ବାଚନରେ ସାମିଲ ହୋଇଥିଲା ।ଗତ ଜୁନ୍ ମାସରେ ଚୀନ, […]

sushant
କରଣ ଜୋହରଙ୍କ ପାଇଁ ସଫେଇ ଦେଲେ ରାମଗୋପାଳ ବର୍ମା, ସୋଶାଲ ମିଡିଆରେ ଟ୍ରୋଲ ହେଲେ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକଳା ବିୟୋଗରେ ବଲିଉଡ୍‌ରେ ପରିବାରବାଦକୁ ନେଇ ଏବେ ନିଆଁ ଜଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଲୋକେ କରଣ ଜୋହର ଏବଂ ସଲମାନଙ୍କ ପରି ଅନେକ କଳାକାରଙ୍କୁ ଦାୟୀ କରୁଛନ୍ତି। ହେଲେ କରଣ ଜୋହରଙ୍କ ପାଇଁ ସଫେଇ ଦେବାକୁ ସାମ୍ନାକୁ ଆସି ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ  ରାମ ଗୋପାଳ ବର୍ମା ଖୁବ୍‌ ଟ୍ରୋଲ ହୋଇଛନ୍ତି ସୋସିଆଲ ମିଡିଆରେ। Yentha teesukunnav…?? Aa…?? How much..?? pic.twitter.com/xsR9dXRbeB — yashwanth […]

232323
ନିଖୋଜ ଅଛନ୍ତି ଏକାଧିକ ଭାରତୀୟ ଯବାନ

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି। ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ […]

chaina made
ସାରା ଦେଶରେ ଶୁଭିଲା ‘ଗୋ ଚାଇନା ଗୋ ’

ନୂଆଦିଲ୍ଲୀ: ସୁଚିନ୍ତିତ ଯୋଜନା କରି ନିରସ୍ତ୍ର ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିବା ଚୀନ ବିରୋଧରେ ସାରା ଦେଶରେ ଜଳୁଛି ନିଆଁ। ସୀମାନ୍ତରେ ଚୀନର ଦାଦାଗିରିକୁ ସବୁ ମହଲରେ ବିରୋଧ କରାଯାଇଛି। ଆଜି ଉତ୍ତରପ୍ରଦେଶର ବାରଣାସୀରେ ଏହାକୁ ନେଇ ବିରୋଧ କରିବା ସହ ଜଳାପୋଡା କରିଛନ୍ତି। ଚୀନର ବିଭିନ୍ନ ସାମଗ୍ରୀକୁ ବର୍ଜନ କରିବା ସହ ଚୀନ ରାଷ୍ଟପ୍ରତି ଜିନ୍‌ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦେଶବ୍ୟାପି ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସ୍ଥାନରେ ଚୀନ୍ […]

sahid list
୨୦ ସହିଦଙ୍କ ନାଁ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ସହିଦ ହୋଇଛନ୍ତି ୨୦ ଭାରତୀୟ ଯବାନ। ଭାରତୀୟ ସେନାଙ୍କ ଜବାବି ଆକ୍ରମଣରେ ଚୀନର ୪୫ ସୈନିକ ନିହତ ହୋଇଛନ୍ତି । ସୀମାନ୍ତରେ ସହିଦ ୨୦ ଭାରତୀୟ ଯବାନଙ୍କ ନାଁ ସରକାର ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସହିଦଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ ରହିଛନ୍ତି । ମୟୂରଭଞ୍ଜ ବିଜାତଳା ବ୍ଲକ ନୁସାଡିହିର ନନ୍ଦୁରାମ ସୋରେନ୍ ଏବଂ କନ୍ଧମାଳ ରାଇକିଆ ଅଂଚଳର ଚନ୍ଦ୍ରକାନ୍ତ ପ୍ରଧାନ । ସହିଦମାନେ ହେଉଛନ୍ତି- ୧-କର୍ଣ୍ଣେଲ ବି ସନ୍ତୋଷ […]

modi-raj
ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି । ଭାରତ-ଚୀନ ସାଂପ୍ରତିକ ସ୍ଥିତିକୁ […]

china-12
ମୁହଁଟାଣ ଦେଖାଇଲା ଚୀନ, କହିଲା-ଭାରତ ଯବାନ ପ୍ରୋଟୋକଲ ଭାଙ୍ଗିଛନ୍ତି

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ଯବାନ ସଂଘର୍ଷ ଘଟଣା ପରେ ପ୍ରେସମିଟରେ ମୁହଁଟାଣ ଦେଖାଇଲେ ଚୀନ । ପ୍ରେସ୍‌ମିଟ୍‌ରେ ବୈଦେଶିକ ବ୍ୟାପାର ମୁଖପାତ୍ର ଗାଲୱାନ ଭ୍ୟାଲିକୁ ଚୀନ୍‌ର ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି,  ଭାରତ ଯବାନ ବଦମାସୀ କରିଛନ୍ତି । ଅଯଥା ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି। ଯାହା ସବୁ ଘଟିଛି, ତାହା ଚୀନ ସୀମା ଭିତରେ । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ […]

jhard
୧୭ ଦିନର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ସହିଦ ବାପା

ସାହିବଗଞ୍ଜ: ଭାରତ-ଚୀନ ବର୍ଡର ଲଦାଖର ଗଲୱାନୀ ଭାରତ-ଚୀନ ସେନାର ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଝାରଖଣ୍ଡ ସାହିବଜଞ୍ଜ ଜିଲ୍ଲା ସଦର ଡାହିବ ଗାଁର କୁନ୍ଦନ କୁମାର ଓଝା। ୨୬ ବର୍ଷ ବୟସ୍କ କୁନ୍ଦନଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ସହିତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  ଟ୍ୱିଟ କରି କହିଛନ୍ତି, ‘ଯେବେ ଯେବେ ସୀମାନ୍ତରେ ଦେଶ ସାର୍ବଭୌମତା ଉପରେ ଆକ୍ରମଣ […]

border-1
ଗଲଓ୍ୱନକୁ ନିଜର ବୋଲି ଦାବି କଲା ଚୀନ

ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସେଠାକାର ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି । ସୋମବାର ରାତିର […]

china-1
ପୁଣି ଚୀନ୍‌ର ଧୋକାବାଜି: ଲୁଚି ଲୁଚି ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିଲା

ନୂଆଦିଲ୍ଲୀ: ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍‌ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ। ଏହି ସଂଘର୍ଷରେ କର୍ନଲ ସନ୍ତୋଷ ବାବୁଙ୍କ ସମେତ ୨୦ ଯବନା ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ୪୦ ସେନା ନିହତ ଡୋଇଥିବା ଖବର ମିଳିଛି। ଚୀନର ଜଣେ […]

bihar
ସହିଦ ପୁଅ ପାଇଁ କାଲି ପଡ଼ିଥିଲା କାନ୍ଦବୋବାଳି, ହେଲେ ଆଜି..

ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି।  ଖେଳି ଯାଇଥିଲା ଶୋକର ଲହରି ।  ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା।  ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ  ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍‌ ସୁନିଲ ରାୟ ସୀମାରେ ସହିଦ୍‌ ହୋଇନାହାନ୍ତି। ସେ ଠିକ୍‌ଠାକ୍‌ ଅଛନ୍ତି। ଇଣ୍ଡୋ-ଚୀନ ବର୍ଡରରେ ଉତ୍ତେଜନା ଲାଗି ରହିଛି। ଏଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଛନ୍ତି। ଗତକାଲି ସୁନିଲଙ୍କ ପରିବାରକୁ ଖବର ମିଳିଲା, […]

corona-nation
ଦେଶରେ ୨୪ ଘଣ୍ଟାରେ ୧୦, ୯୭୪ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧, ୯୦୩କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧତ୍କ ୧୦ ହଜାର ୯୭୪ ଆକ୍ରାନ୍ତ ହୋଇଥିବାବେଳେ  ୨୦୦୩ ଜୀବନ ଯାଇଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନସୁଦ୍ଧା ଆକ୍ଟିଭ କେସ୍- ୧,୫୫,୨୨୭ […]

123456789
ସୁଶାନ୍ତଙ୍କ ପରି ଏମାନେ ଅଦିନରେ ମଉଳି ଯାଇଛନ୍ତି

ମୁମ୍ବଇ: ବଲିଉଡ୍‌ର ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନକୁ ଜିତିଥିବା ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ଅକାଳ ବିୟୋଗରେ କେବଳ ବଲିଉଡ କାନ୍ଦୁନି । ସାରା ଦେଶରେ ଥିବା ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି । ଏମିତି ଏକ ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି । ତେବେ କାହିଁକି ସୁଶାନ୍ତ ଏମିତି ଚରମ ପଦକ୍ଷେପ ନେଲେ ? କ’ଣ ଅସୁବିଧା ହୋଇଥିଲା ତାଙ୍କର ? ଫ୍ୟାନ୍ସମାନେ ତାଙ୍କର ମୃତ୍ୟୁର କାରଣ ଖୋଜୁଛନ୍ତି । ବଲିଉଡର […]

bank
ବ୍ୟାଙ୍କର କାଚ ଡୋରରେ ପିଟି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଥିରୁଅନନ୍ତପୁରମ୍‌: କେରଳର ଏର୍ଣ୍ଣାକୁଲମରେ ଘଟିଛି ଏକ ଦୁଃଖଦ ଘଟଣା।  ବ୍ୟାଙ୍କର ପ୍ରବେଶ ପଥରେ ଲାଗିଥିବା କାଚ କବାଟରେ ପିଟି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଟଙ୍କା ଜମା କରିବା ଲାଗି ବ୍ୟାଙ୍କକୁ ଯାଇଥିଲେ।  ହେଲେ ତରବରରେ ସ୍କୁଟିର ଚାବି ନେବାକୁ ଭୁଲି ଯାଇଥିଲେ। ଡିପୋଜିଟ୍ ଫର୍ମ ପୂରଣବେଳେ ମହିଳାଙ୍କର ଗାଡ଼ି ଚାବି କଥା ମନେ ପଡ଼ିଯାଇଥିଲା।  ଦୌଡ଼ି ଦୌଡ଼ି ବାହାରକୁ ଆସୁଥିଲେ ଚାବି ନେବାପାଇଁ। ହେଲେ ବ୍ୟାଙ୍କ ପ୍ରବେଶ ପଥରେ ଲାଗିଥିବା କାଚ […]

LAC
LACରେ ଭାରତ-ଚୀନ ସେନା ମୁହାଁମୁହିଁ, ୩ ଯବାନ ସହିଦ

ନୂଆଦିଲ୍ଲୀ:ଭାରତ-ଚୀନ୍ ସୀମାନ୍ତ LAC ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସେନା।  ଚୀନ ସେନା ପୁଣି ଦାଦାଗିରି ଦେଖାଇଛି। ଚୀନ ସେନାର ଆକ୍ରମଣରେ  ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ରାତିରେ ହଠାତ୍‌ ଗାଲବାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ପକ୍ଷରୁ ଗୁଳିବର୍ଷଣ କରା ଯାଇଥିଲା। ଏଥରେ ଭାରତର ଜଣେ କର୍ଣ୍ଣେଲ ଏବଂ ଦୁଇ ଯବାନ ସହିଦ ହୋଇଥିଲେ। ତେବେ ଚୀନ ପକ୍ଷରୁ କ’ଣ କ୍ଷୟକ୍ଷତି ହୋଇଛି ତା‘ର କୌଣସି […]

pak-india
ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅପହରଣ ପରେ ଦିଆଯାଇଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍‌ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ। ସବୁଠାରୁ ଆଶ୍ଚର୍ଯ୍ୟର କଥା,  ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ […]

corona ward
କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ କହିଥିଲେ । ଏହାଛଡ଼ା ଅତିରିକ୍ତ କ୍ୟାଣ୍ଟିନ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଯଦି କାର୍ଯ୍ୟକ୍ଷମ କ୍ୟାଣ୍ଟିନର କର୍ମଚାରୀଙ୍କୁ କରୋନା ସଂକ୍ରମଣ […]

sushant singh rajput suicide
ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା। ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। […]