• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pak
ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଆଇସିସିକୁ ଦୋଷ ଦେଲା ପାକିସ୍ତାନ

ଲଣ୍ଡନ: ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍‌ ରନ୍‌ ରେଟ୍‌ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଦଳର କୋଚ୍‌ ମିକି ଆର୍ଥର ଆଇସିସିକୁ ପରୋକ୍ଷରେ ଦୋଷ ଦେଇଛନ୍ତି। ଆର୍ଥର କହିଛନ୍ତି, :”ଆଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଆଇସିସି ନେଟ୍‌ ରନ୍‌ ରେଟ୍‌ ଅପେକ୍ଷା ହେଡ୍‌ ଟୁ ହେଡ୍‌ ମୁକାବିଲାକୁ […]

jadeja
ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜାଡେଜା‌ଙ୍କୁ ସଫଳତା

ଲିଡ୍ସ: ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଜାଡେଜା ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲ୍‌ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍‌ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି। ଏହାର ପରବର୍ତ୍ତୀ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଯାଦୁ ଦେଖାଇ ଶ୍ରୀଲଙ୍କା ପକ୍ଷରୁ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଅଭିସ୍କା ପର୍ଣ୍ଣାଡୋ(୨୦)ଙ୍କୁ ଆଉଟ୍‌ କରି […]

tv anchor
ଟିଭିରେ ଲାଇଭ୍‌ ପ୍ରୋଗ୍ରାମ ଚାଲିଥିବା ବେଳେ ଭୂକମ୍ପ ଭୟରେ ଡେସ୍କ ତଳେ ଲୁଚିଗଲେ ଆଙ୍କର୍

ଲସ୍‌ ଏଞ୍ଜେଲେସ: ଟିଭି ଷ୍ଟୁଡିଓରେ ପ୍ରୋଗ୍ରାମ ଚାଲିଥିବା ବେଳେ ହଠାତ୍‌ ଭୂମିକମ୍ପ ହେବାରୁ ଭୟରେ ଡେସ୍କ ତଳେ ଲୁଚିଗଲେ ଉପସ୍ଥାପିକା(ଆଙ୍କର୍ )। ଆଜ୍ଞା ହଁ ତା’ ବି ପୁଣି ଅଗଣିତ ଦର୍ଶକଙ୍କ ଆଗରେ। ଲସ୍‌ ଏଞ୍ଜେଲେସ୍‌ରେ ଏକ ଟିଭି ଚ୍ୟାନେଲ୍‌ରେ ସିଧା ପ୍ରସାରଣ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଉପସ୍ଥାପିକା ଜଣକ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ଲାଇଭ୍‌ ପ୍ରୋଗ୍ରାମରେ କହିଥିଲେ, ‘ଆମେ ଜୋର ଝଟ୍‌କା ଅନୁଭବ କରୁଛୁ। ମୁଁ ଭାବୁଛି ସୁରକ୍ଷା ପାଇଁ ଆମକୁ […]

representational image
ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ପ୍ରିନ୍ସିପାଲଙ୍କ ଦୁଷ୍କର୍ମ!

ନୂଆଦିଲ୍ଲୀ: ସ୍କୁଲ୍‌ କ୍ୟାମ୍ପସରେ ଜଣେ ପ୍ରିନ୍ସିପାଲଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ଜାସୋଲା ଠାରେ ଥିବା ଏକ ସ୍କୁଲ୍‌ର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବିତ୍ର ଶିକ୍ଷାନୁଷ୍ଠାନରେ ହିଁ ଏଭଳି ଘଟଣା ଘଟିଛି। ପୁଲିସ୍‌ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି। ଶିକ୍ଷୟିତ୍ରୀ ଜଣଙ୍କ ପୁଲିସ୍‌ ଷ୍ଟେସନରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରିନ୍ସିପାଲ ଜଣଙ୍କ ପ୍ରଥମେ ୨୦୧୭ ଜୁନ୍‌ ମାସରେ ଶିକ୍ଷୟିତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। ସ୍କୁଲ ସମୟ ପରେ ପ୍ରିନ୍ସିପାଲ […]

kumar swammy
କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା; ୮ ‍ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା। ଉଭୟ ଜେଡିଏସ୍‌ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବାଚସ୍ପତିଙ୍କୁ ଏହି ୮ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ବାଚସ୍ପତି ନ ଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ୮ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୫ ଓ ଜେଡିଏସର ୩ ଜଣ ବିଧାୟକ ରହିଛନ୍ତି। ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହି ୮ […]

match
ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ଲିଡ୍ସ: ଶ୍ରୀଲଙ୍କା ବିପକ୍ଷ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଟସ୍‌ ହାରିଛନ୍ତି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କାର ଶେଷ ଲିଗ୍‌ ମ୍ୟାଚ୍‌। ଭାରତ ପୂର୍ବରୁ ହିଁ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି।  ତେବେ ଆଜିର ମ୍ୟାଚ୍‌ ଜିତି ଦଳ ସେମିଫାଇନାଲ୍‌ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ରେ ଭାରତ […]

agra
ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଦାଦାଗିରି; ଟୋଲ୍‌ ପ୍ଲାଜାର କର୍ମଚାରୀଙ୍କୁ ପିଟିଲେ

ଆଗ୍ରା: ଦବଙ୍ଗ ବିଧାୟକ ଓ ସାଂସଦଙ୍କ ପରେ ଜଣେ ଦବଙ୍ଗ ସୁରକ୍ଷାକର୍ମୀଙ୍କ ଦାଦାଗିରି ଘଟଣା ଏବେ ସାମ୍ନାକୁ ଆସିଛି। ଆଗ୍ରାର ଏକ ଟୋଲ୍ ପ୍ଲାଜାରେ ନିୟୋଜିତ ଜଣେ କର୍ମଚାରୀଙ୍କୁ ବିଜେପି ସାଂସଦ ରାମଶଙ୍କର କଠେରିଆଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସ୍‌ଓ) ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ିଛି। ସାଂସଦଙ୍କ ଉପସ୍ଥିତିରେ ହିଁ ସେ କର୍ମଚାରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଜଣକ ବନ୍ଧୁକ ବାହାର କରି ଖୋଦ୍ ସାଂସଦଙ୍କ ସମ୍ମୁଖରେ ଫାଙ୍କା ଗୁଳି ଚାଳଣା […]

jio
ଜିଓ ପକ୍ଷରୁ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ନାମ ‘ଡିଜିଟାଲ୍‌ ଉଡାନ୍‌’। ପ୍ରଥମଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍‌ କ’ଣ ବୁଝାଇବା ଏବଂ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଫେସବୁକ୍‌ ସହିତ ମିଶି ପାଖାପାଖି ୧୩ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିସହ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ୍‌ ସାହାଯ୍ୟରେ ଜିଓ ବ୍ୟବହାରକାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଖୁବଶୀଘ୍ର […]

cyclone fani
‘ଫୋନି’ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ୯ ଲକ୍ଷ ଡଲାରର ସହାୟତା ଘୋଷଣା କଲେ ହଂକଂ ସରକାର

ବେଜିଂ: ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଶୁକ୍ରବାର ଚୀନ୍‌ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ […]

budget
ବଜେଟ୍‌ ୨୦୧୯: ଜାଣନ୍ତୁ କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ। ସେହିପରି ଆୟକର ରିଟର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ମହଙ୍ଗା ହେବ…. ପେଟ୍ରୋଲ ଡିଜେଲ ଆମଦାନୀ ହେଉଥିବା ସୁନା ଓ ମୂଲ୍ୟବାନ ଧାତୁ ଆମଦାନୀ ହେଉଥିବା ବହି ଡିଜିଟାଲ କ୍ୟାମେରା କାଜୁବାଦାମ ଅପ୍‌ଟିକାଲ୍‌ ଫାଇବରସ୍‌ ସିସିଟିଭି ଓ […]

adhar pan
ଏଣିକି ଆଧାର ବଦଳରେ ପାନ୍‌, ପାନ୍‌ ବଦଳରେ ଆଧାର ଚଳିବ

ନୂଆଦିଲ୍ଲୀ: ଏଣିକି ଆୟକର ରିଟର୍ଣ୍ଣ ବେଳେ ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ଆୟକର ରିଟର୍ଣ୍ଣ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ। ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ […]

gold ornaments
ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

ନୂଆଦିଲ୍ଲୀ: ବଢ଼ିବ ପେଟ୍ରାଲ, ଡିଜେଲ  ଓ ସୁନା ଦର। ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ସୁନା ଗହଣା ଉପରେ ମଧ୍ୟ ଉତ୍ପାଦ ଶୁଳ୍କ (କଷ୍ଟମ ଡ୍ୟୁଟି)୧୦ରୁ ୧୨.୫% ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଖାଲି ଏତିକି ନୁହେଁ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବଢ଼ାଇବାକୁ ଆଜି ବଜେଟ୍‌ରେ ନିଷ୍ପତ୍ତି ହୋଇଛି।

aadhar
ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତୀୟ ପାସ୍‌ପୋର୍ଟ ଥିବା ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ଙ୍କୁ ଭାରତ ପହଞ୍ଚିବା ପରେ ଆଧାର କାର୍ଡ ଦେବାକୁ ଯୋଜନା କରାଯାଉଛି। ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଆହୁରି ମଧ୍ୟ ପଢ଼ନ୍ତୁ: ବଜେଟ୍‌ରେ ଗ୍ରାମାଞ୍ଚଳର […]

indian villages
ବଜେଟ୍‌ରେ ଗ୍ରାମାଞ୍ଚଳର ବିକାଶ ଉପରେ ଫୋକସ୍‌

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲ୍‌ପିଜି ଓ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ୧.୯୫ କୋଟି ଲୋକଙ୍କ ପାଇଁ ଘର ଯୋଗାଇ ଦିଆଯିବ। ୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌ ଯୋଗାଇ ଦିଆଯିବ ବୋଲି […]

water
ବଜେଟ୍‌ ୨୦୧୯: ୨୦୨୨ ସୁଦ୍ଧା ଗାଁରେ ଥିବା ସବୁ ଘରକୁ ବିଦ୍ୟୁତ୍‌, ୨୦୨୪ ସୁଦ୍ଧା ପିଇବା ପାଣି ଯୋଗାଣ

ନୂଆଦିଲ୍ଲୀ: ଗାଁରେ ଥିବା ସବୁ ଘରକୁ ୨୦୨୨ ସୁଦ୍ଧା ବିଦ୍ୟୁତ୍‌ ଓ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ ବୋଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ‘ହର୍ ଘର୍ ଜଲ୍’ ଯୋଜନାରେ ସବୁ ଗାଁକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳଶକ୍ତି ମନ୍ତ୍ରାଳୟ କରାଯାଇଛି […]

money
ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: ତିନି କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନ୍‌ସନ୍‌ ମିଳିବ। ଏଥିସହ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନ୍‌ସନ୍‌ ମିଳିବ। ଏନେଇ ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ୍‌ ମିଳିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୬୫୭କି.ମି. ମେଟ୍ରୋ […]

budget
ବଜେଟ୍‌ ୨୦୧୯: ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ବହି-ଖାତା ଧରି ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ […]

mud attack
ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗିବା ଘଟଣାରେ ଗିରଫ ହେଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ […]

govt. employee
ଆଜି କେନ୍ଦ୍ର ବଜେଟ୍‌ରେ ସରକାରୀ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ଖୁସି ଖବର। ଆଜି ସାଧାରଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି। ସରକାରୀ କର୍ମଚାରୀଙ୍କ ଅବସର ବୟସ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରଫେସର କେଭି ସୁବ୍ରମନ୍ୟନ୍‌ ଇକନମିକ୍‌ ସର୍ଭେରେ ଅବସର ସୀମା ବଢ଼ାଇବାର ପ୍ରସ୍ତାବ ଦେଇଛନ୍ତି। ସେ ପ୍ରସ୍ତାବରେ କହିଛନ୍ତି, ହାରାହାରି ଆୟୁ […]

union budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ।  ନିଜ ପେଡ଼ିରେ କ’ଣ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତା’ ଉପରେ ସମସ୍ତଙ୍କ ନଜର। କାରଣ ଅର୍ଥମନ୍ତ୍ରୀଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ୫.୮ ପ୍ରତିଶତକୁ ଅଭିବୃଦ୍ଧି ହାର ଖସି ଆସିଥିଲା। ଫଳରେ  […]