• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

mulayam
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି।  ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଲାୟମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମୁଲାୟମ ଗୁରୁତର ଅସୁସ୍ଥ ଥିଲେ। ୫ ଦିନ ମଧ୍ୟରେ ମୁଲାୟମ ଏଭଳି ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ […]

marrige
ଏମିତି ବାହାଘର... ସବୁଦିନ ପାଇଁ ମନେ ରହିବ

କାନପୁର: ଲକଡାଉନ କଟକଣା ପାଇଁ ସାଂସ୍କୃତିକ, ଧାର୍ମିକ ଏପରିକି ବିବାହବ୍ରତ ପରି ସାମାଜିକ କାର୍ଯ୍ୟକ୍ରମମାନ ମଧ୍ୟ ବନ୍ଦ କରାଯାଇଛି। କରୋନା ଭୟ ପାଇଁ ଦୁନିଆ ଏକ ପ୍ରକାର ଠପ୍‌ ହୋଇଯାଇଛି। ହେଲେ ଏପରି ସମୟରେ ସାମାଜିକ ଦୂରତାକୁ ପାଳନ କରି ଅନୁଷ୍ଠିତ ହୋଇଛି ବିବାହ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନା ଥିଲେ ବନ୍ଧୁବାନ୍ଧବ, ନା ଥିଲା ବାଣରୋଷଣୀ। ପରିବାର ଲୋକ ଓ ପୁରୋହିତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱକୁ ମାନି  ସାରା ଜୀବନର ସାଥୀକୁ ଆପଣେଇ ନେଇଥିଲେ। ଏମିତି […]

mido--1
୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତୀତର ଏଇ ଐତିହାସିକ ଉପଲବ୍ଧିର ସ୍ମୃତି ରୋମନ୍ଥନ କରି ସେଇ ବୈଜ୍ଞାନିକ, ରାଜନୈତିକ ନେତୃତ୍ୱକୁ ସଲାମ ଜଣାଇ ଟ୍ୱିଟ କରିଛନ୍ତି। ଆଜି ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୯୮ ଆଜିର ଦିନରେ ରାଜସ୍ଥାନର ପୋଖରାନରେ ୫୮ କିଲୋର ପରମାଣୁ ପରୀକ୍ଷଣ କରି ଇତିହାସ ରଚିଥିଲା ଭାରତ।  ପରମାଣୁ ଅସ୍ତ୍ର ପରୀକ୍ଷଣ କରି ଏଥିରେ ସଫଳ […]

anti drug
‘କମ୍ବୋ-ଡ୍ରଗ୍‌’- କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବରଦାନ

ନୂଆଦିଲ୍ଲୀ: ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବରଦାନ ପାଲଟିବ କି କମ୍ବୋ-ଡ୍ରଗ୍? ଇଣ୍ଟର୍ଫେରନ୍ ବିଟା-1B, ଲୋପିନାଭିର୍-ରିଟୋନାଭିର୍ ଏବଂ ରାଇବାଭାଇରିନର ମିଳିତ ପ୍ରୟୋଗ କରୋନା ଆକ୍ରାନ୍ତଙ୍କ ଠାରେ ଲାଭପ୍ରଦ ହେଉଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି । ଗୋଟିଏ ଆଣ୍ଟିଭାଇରାଲ୍ ଔଷଧ ଅପେକ୍ଷା ୩ ପ୍ରକାର ଔଷଧର ମିଳିତ ପ୍ରୟୋଗ ଲାଭପ୍ରଦ ହେଉଥିବା ଏକ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ହଂକଂରେ ୧୨୭ ଜଣ କରୋନା ଆକ୍ରାନ୍ତଙ୍କଠାରେ ଏହି ଔଷଧ ପରୀକ୍ଷାମୂଳକ ପ୍ରୟୋଗ ହୋଇଥିଲା । କରୋନା ଲକ୍ଷଣ ପ୍ରକାଶ […]

Capture
ଘର ବାହୁଡା ଶ୍ରମିକଙ୍କ ଦୁଃଖ: ଟ୍ରକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜାଲନା ଓ ଔରଙ୍ଗାବାଦ ମଝିରେ ଟ୍ରେନରେ କଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଦୁଃଖ  ମନରୁ  ଲିଭିନି।  ଏହାର ଦୁଇ ଦିନ ପରେ ଆଉ ଏକ ଦୁଖଦ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଲକଡାଉନ ଯୋଗୁଁ ରୋଜଗାର ହରାଇ ଫସି ରହିଥିବା ୫ ଜଣ ଶ୍ରମିକ ବଞ୍ଚିବା ପାଇଁ ଘରକୁ ଫେରୁଥିବାବେଳେ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।  ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ତେଲଙ୍ଗାନାର ହାଇଦ୍ରାବାଦରେ କାମ କରୁଥିବା ଏହି ଶ୍ରମିକମାନେ […]

family welfare
୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ୬୦ ହଜାର ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା। କାଲି  ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ସଂଖ୍ୟା ୬୨ ହଜାର ୯୩୯ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଇଛି କରୋନା। ଏଥି ସହ ମୃତ୍ୟୁ ସଂଖ୍ୟା ୨୧୦୯ ଛୁଇଁଛି । ସେହିଭଳି ଦେଶରେ ଏବେ ଯାଏ ୧୯ ହଜାର ୩୫୮ […]

central-team
କରୋନା ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି କାହିଁକି ?

ନୂଆଦିଲ୍ଲ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହେଉଛି ଏଠି ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଉନି। ତେବେ ରୋଗୀଙ୍କ ପାଖରେ କାହିଁକି ଲକ୍ଷଣ ଦେଖାଯାଉନି ? ଏ ନେଇ  ଏକ ସର୍ଭେ କରିବ ICMR। ଦେଶର କରୋନା ପ୍ରଭାବିତ ୭୫ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ସାଧାରଣ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥାଇ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ଉପରେ ମୁଖ୍ୟତଃ ଏହି ସର୍ବେକ୍ଷଣ ହେବ । […]

trump
ବ୍ୟକ୍ତିଗତ ସହାୟକ କରୋନା ଆକ୍ରାନ୍ତ, ପୁଣି କୋଭିଡ ଟେଷ୍ଟ କରିବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨ୟ ଥର ପାଇଁ କରୋନା ଟେଷ୍ଟ କରିବେ। କାରଣ ତାଙ୍କର ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକର କରୋନା ପଜିଟିଭ ରିପୋର୍ଟ ଆସିଛି। । ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏଥିସହିତ ଉପରାଷ୍ଟ୍ରପତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ଏହା ପୂର୍ବରୁ ମଧ୍ୟ ଥରେ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଥିଲା। କିନ୍ତୁ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ସୂଚନାଥାଉ କି, […]

supremecourt
ମଦର ଅନ୍‌ଲାଇନ ବିକ୍ରି କିମ୍ବା ହୋମ ଡେଲିଭରି ପାଇଁ ପରାମର୍ଶ ଦେଲେ ସୁପ୍ରମ୍‌କୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ବନ୍ଦ ନ କରି ଅନ୍‌ଲାଇନ କିମ୍ବା  ହୋମ୍ ଡେଲିଭରି ନେଇ ବିଚାର କରନ୍ତୁ ରାଜ୍ୟ ସରକାର । ଆଜି ଏମିତି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଦ ପାଇଁ ଦେଶବ୍ୟାପୀ ଦୋକାନ ଆଗରେ ଲମ୍ବା ଲାଇନ ଲାଗିବା ସହ ସାମାଜିକ ଦୂରତା ନିୟମର ଖୋଲା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି।  ଏହାଦ୍ୱାରା କରୋନା ସଂକ୍ରମଣର ଭୟ ଅଧିକ ରହିଛି। ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ତେବେ ବିଚାରପତି […]

shanti patha
କରୋନାରୁ ମୁକ୍ତି ପାଇଁ ହ୍ୱାଇଟ୍‌ ହାଉସ୍‌ରେ ବୈଦିକ ମନ୍ତ୍ରପାଠ କଲେ ହିନ୍ଦୁ ପୂଜାରୀ

ୱାଶିଂଟନ: ଆମେରିକାରେ କରୋନା ଭୟାବହତା ଟ୍ରମ୍ପ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମରିକାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବଧିକ। ସଂକ୍ରମଣ ଯେପରି ଥମିବାର ନାଁ ଧରୁନି। ଏପରି ପରିସ୍ଥିତିରେ ଶୁକ୍ରବାର ଆମେରିକା ତା’ର ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ପାଳନ କରିଛି। ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପଙ୍କ ଉପସ୍ଥିତିରେ ହ୍ୱାଇଟ୍‌ ହାଉସ୍‌ର ରୋଜ୍‌ ଗାର୍ଡନରେ ଏହି ପ୍ରାର୍ଥନା ଦିବସ ପାଳିତ ହୋଇଥିଲା। ଏହି ସମୟରେ […]

journalist
କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଆଗ୍ରା: କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ମୃତ ସାମ୍ବାଦିକ ଜଣକ ଆଗ୍ରାର ବୋଲି ଜଣାପଡ଼ିଛି। ଟେଷ୍ଟ ରିପୋର୍ଟ ପିଜିଟିଭ ଆସିବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାରଠାରୁ ଆଇସୋଲେସନ ୱାର୍ଡରେ  ରଖାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି। ସୂଚନାଥାଉ […]

0001
ଜିଓରେ ୧୧,୩୬୭ ଟଙ୍କା ନିବେଶ କରିବ ଆଉ ଏକ ଆମେରିକୀୟ କମ୍ପାନୀ

ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ଜିଓ ଡିଜିଟାଲ ପ୍ଲାଟଫର୍ମ ଲିମିଟେଡରେ ପୁଞ୍ଜି ନିବେଶ କରିବ ଆମେରିକୀୟ କମ୍ପାନୀ ଭିସ୍ତା। ଫେସବୁକ୍‌ ଏବଂ ସିଲଭର ଲେକ ପରେ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ଭିସ୍ତା(Vista) ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟ ଟଙ୍କା ନିବେଶ କରିବ। ଜିଓ ତଥା ରିଲାଏନ୍ସ ପକ୍ଷରୁ ଗୁରୁବାର ଏ ନେଇ ଘୋଷଣା କରାଯାଇଛି। ଭିସ୍ତାର ଏହି ପୁଞ୍ଜିନିବେଶ କରି ଜିଓ ପ୍ଲାଟଫର୍ମରେ ତାର ୨.୩୨ ଶେୟାର କିଣିବ। ଜିଓ ପ୍ଲାଟଫର୍ମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତଥା […]

airport-1
ସ୍ୱଦେଶ ମାଟି ଛୁଇଁଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ସ୍ୱଦେଶ ଛୁଇଁଲେ ପ୍ରବାସୀ ଭାରତୀୟ। ଆଜି ବିଦେଶ ଫେରନ୍ତାଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନ ଭାରତରେ ପହଞ୍ଚିଛି।  ୪ ଜଣ ଶିଶୁଙ୍କ ସମେତ ୧୭୭ ଯାତ୍ରୀଙ୍କୁ ଧରି ଏହି ବିମାନ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ଗତକାଲି ରାତି ସାଢେ ଦଶଟାରେ ପହଞ୍ଚିଛି। ଏୟାର୍ ଇଣ୍ଡିଆର ଏହି  ସ୍ୱତନ୍ତ୍ର ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ । ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ […]

011111
ସପ୍ତାହେ ପାଇଁ ସଟଡାଉନ୍ ହେଲା ଏହି ସହର

ଅହମ୍ମଦାବାଦ : ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହେ ପାଇଁ ସଟଡାଉନ୍ ହୋଇଛି ଗୁଜରାଟର ଅହମ୍ମଦାବାଦ୍ ସହର । ଏହି ସଟ୍‌ଡାଉନ ସମୟରେ କ୍ଷୀର ଓ ଔଷଧ ଦୋକାନକୁ ବାଦ ଦେଲେ  ଅନ୍ୟ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସମ୍ପୂର୍ଣ୍ଣ କର୍ଫ୍ୟୁ ଭଳି ଦୋକାନ ବଜାର ବନ୍ଦ ହେବ। ଏହାସହ କର୍ଫ୍ୟୁ ଭଳି ହିଁ ନିୟମ ଲାଗୁ ହେବ ବୋଲି […]

corona updates
ଜଟିଳ ହେଉଛି କରୋନା ସ୍ଥିତି; ୭ ଦିନରେ ୨ ଗୁଣ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଭୟଙ୍କର ରୂପ ନେଉଛି । ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଇତି ମଧ୍ୟରେ  ୫୬ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମହାମାରୀ ଦେଶରେ ଏଯାଏ ୧୮୮୬ ଜଣଙ୍କ ଜୀବନ ନେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ସାମ୍ନାକୁ ଆସିଥିବାବାଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି କରୋନା ଆକ୍ରାନ୍ତଙ୍କ ହାରବୃଦ୍ଧି। […]

imd
ଗିଲଗିତ୍‌-ବାଲ୍ଟିସ୍ତାନ ଓ ମୁଜାଫରବାଦକୁ ଭାରତର ଅଙ୍ଗ କହିଲା IMD

ନୂଆଦିଲ୍ଲୀ: ପାକିସ୍ତାନ ଅଧୀନରେ ଥିବା ଗିଲଗିତ୍‌ ବାଲ୍‌ଟିସ୍ଥାନ ଭାରତର ଅଭିନ୍ନ ଅଙ୍ଗ।  ଭାରତୀୟ ପାଣିପାଗ ବିଭାଗ (IMD) ତାର ବୁଲେଟିନ୍‌ରେ ଏକଥା ସଷ୍ଟ କରିଛି। IMD ତାର ମେ’ ୫ ତାରିଖ ବୁଲେଟିନ୍‌ରେ ଜମ୍ମୁ-କାଶ୍ମୀର ସବ୍‌ଡିଭିଜନରେ  ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ସାମିଲ କରିବା ଆରମ୍ଭ କରିଛି। ଏଠି କହି ରଖିବୁ ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ  ଏବେ ପାକିସ୍ତାନ ନିଜ କବ୍‌ଜାରେ ରଖିଛି। ମଙ୍ଗଳବାର IMD ଉତ୍ତର-ପଶ୍ଚିମ ଭାରତର ପାଣିପାଗ ବିବରଣୀ ଦେବାବେଳେ ଏଥିରେ ପାକ୍‌ […]

america
ପର୍ଲ ହାର୍ବର ଓ ୯/୧୧ ଆକ୍ରମଣଠାରୁ ଆହୁରି ଭୟଙ୍କର କରୋନା ପ୍ରଭାବ

ୱାଶିଂଟନ: ପ୍ରାଣଘାତୀ କରୋନା ଭାଇରସର ପ୍ରଭାବ ପର୍ଲ ହାର୍ବର ଏବଂ ୯/୧୧ ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନର୍ସମାନଙ୍କ ସହ ଏକ ବୈଠକ ସମୟରେ  ସାମ୍ବାଦିକମାନଙ୍କୁ କହିଛନ୍ତି, ଆମ ଦେଶ ଏବେ ସବୁଠାରୁ ବଡ ଆକ୍ରମଣକୁ ସାମ୍ନା କରୁଛି। କରୋନା ଭାଇରସ ପ୍ରକୃତରେ ବହୁତ ବଡ ଏକ ଆକ୍ରମଣ। ପର୍ଲ ହାର୍ବରଠାରୁ ମଧ୍ୟ ଭୟଙ୍କର। ଏପରି ୱାର୍ଲଡ ଟ୍ରେଡ୍ ସେଣ୍ଟର ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର। […]

patient
ଆମେରିକା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨୦ ହଜାର ବଢୁଛି

ଲଣ୍ଡନ:ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ବ୍ରିଟେନ୍‌ରେ ୬୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଦେଶରେ ୨୯,୪୨୭ ଜଣଙ୍କର ଜୀବନ ନେଲାଣି। ବ୍ରିଟେନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ,ମତ୍ୟୁ ସଂଖ୍ୟାର ବ୍ରିଟେନ ଇଟାଲି ଓ ସ୍ପେନ୍‌କୁ ପଛରେ ପକାଇ ସାରିଲାଣି। ଇଟାଲିରେ ବର୍ତ୍ତମାନ ସୁଦ୍ଧା ୨୯,୩୧୫ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ପେନ୍‌ରେ ୨୫ ହଜାର ୮୫୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଫ୍ରାନ୍ସରେ ଏହି ଭାଇରସ ପ୍ରଭାବରେ ୨୫, ୫୩୧ ଜଣଙ୍କର ମୃତ୍ୟୁ […]

plant
ପଲିମର୍ସ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌; ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ବିଶାଖାପଟନମ୍‌: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍‌ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଣ୍ଟରେ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୮ ଛୁଇଁଲାଣି।  ମୃତ ୮ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେଣି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ବିଶାଖାପାଟଣା ସହରର […]

modi-2
‘ବୁଦ୍ଧ ଏକ ନାମ ନୁହେଁ,ଏକ ପବିତ୍ର ବିଚାର’

ନୂଆଦିଲ୍ଲୀ:ବୁଦ୍ଧ କୌଣସି ପରିସ୍ଥିତିରେ ସୀମିତ ନୁହଁନ୍ତି, କୌଣସି ପ୍ରସଙ୍ଗରେ ସୀମିତ ନୁହଁନ୍ତି। ଆଜି ସମୟ ବଦଳିଛି। ସ୍ଥିତି ବି ବଦଳିଛି। ସମାଜର ବ୍ୟବସ୍ଥା ବଦଳିଛି। କିନ୍ତୁ ଭଗବାନ ବୁଦ୍ଧଙ୍କ ସନ୍ଦେଶ ବା ବାର୍ତ୍ତା ଆମ ଜୀବନରେ ନିରନ୍ତର ପ୍ରବାହିତ ହେଉଛି। କାରଣ ବୁଦ୍ଧ କେବଳ ଏକ ନାମ ନୁହେଁ ବରଂ ଏକ ପବିତ୍ର ବିଚାର। ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର […]

agas
ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୩ ମୃତ, ୧୦୦୦ ଅସୁସ୍ଥ

ବିଶାଖାପଟନମ୍‌: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍‌ ସ୍ଥିତ ଏକ ପ୍ଲାଣ୍ଟରେ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିକ୍‌  ହୋଇଛି। ଏହି ଗ୍ୟାସ୍‌ ପ୍ରଭାବରେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ଲାଣ୍ଟ […]

yeddu
ଲକ୍‌ଡାଉନ ପ୍ୟାକେଜ୍‌: ବାରିକ, ଧୋବା ଓ ଅଟୋ ଡ୍ରାଇଭରଙ୍କୁ ମିଳିବ ସହାୟତା

ବେଙ୍ଗାଲୁରୁ: କରୋନା ଲକଡାଉନ ଯୋଗୁ ଗରିବ, ଶ୍ରମିକ, ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ  କର୍ଣ୍ଣାଟକ ସରକାର ୧୬୧୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି।  ଏହି ସହାୟତା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସେଲୁନ ବ୍ୟବସାୟୀ ବା ବାରିକ, ଲୁଗାସଫାକାରୀ ବା ଧୋବା, ବୁଣାକାର ଓ ଅଟୋ ଡ୍ରାଇଭରଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଚାଷୀ, ଫୁଲ ବ୍ୟବସାୟୀ, ଟ୍ୟାକ୍ସ ଡ୍ରାଇଭର, ଏମଏସଏମଇ, ବଡ଼ ଶିଳ୍ପସଂସ୍ଥା, […]

trump
ଆମେରିକା ବୈଜ୍ଞାନିକଙ୍କ ଖୁଲାସା..ବରିଷ୍ଠ ଅଧିକାରୀମାନେ କରୋନା ଚେତାବନୀକୁ ଅଣଦେଖା କରିଥିଲେ

ୱାଶିଂଟନ: କରୋନ ଭାଇରସ  ଆମେରିକା କାହିଁକି ଏତେ ଭୟଙ୍କର ରୂପ ନେଲା ? ଟ୍ରମ୍ପ ପ୍ରଶାସନ ଏ ନେଇ କ’ଣ ପ୍ରତିକାର କରିଥିଲା ? ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଆମରିକାର ବରଖାସ୍ତ ହୋଇଥିବା ଜଣେ ବୈଜ୍ଞାନିକ କହିଛନ୍ତି, ଟ୍ରମ୍ପ ସରକାଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କରୋନା ଭାଇରସର ଭୟବହତା ସମ୍ପର୍କରେ ଅନେକ ବାର ଚେତାବନୀ ଦିଆଯାଇଥିଲା। ଏପରିକି ଭାରତ ଓ ପାକିସ୍ତାନରୁ ଆସିଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରକ୍ୱିନ୍‌ର ଗୁଣବତ୍ତା ବିଷୟରେ ମଧ୍ୟ କୁହାଯାଇଥିଲା।  ହେଲେ […]

atanki
ଯେଉଁ ସୁଡ଼ଙ୍ଗରେ ଲୁଚିଥିଲା, ସେହିଠାରେ କବର ନେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ରିୟାଜ

ଅୱନ୍ତିପୁରା:ପୁଲୱାମା ଜିଲ୍ଲା ବେଗପୋରାଠରେ ଆଜି ସୁରକ୍ଷାକର୍ମୀଙ୍କର ଏକ ଏନକାଉଣ୍ଟରରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ରିୟାଜ ନାୟକୁ (Riyaz Naikoo) ନିହତ ହୋଇଛି। ଆତଙ୍କୀ ରିୟାଜ  A++ ଶ୍ରେଣୀର ଆତଙ୍କୀ ଥିଲା। ଦୀର୍ଘଦିନ ଧରି ସେନା ରିୟାଜକୁ ଖୋଜୁଥିଲା ଏବଂ ଏହା ଉପରେ ୧୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଘୋଷଣା କରିଥିଲା। ରିୟାଜକୁ ଧରିବା ପାଇଁ ସେନା ବାହିନୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରିୟାଜ ଖୁବ୍‌ ଚାଲାକ […]