• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

SHASHITHAROOR
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବଢ଼ିଲା ଶଶୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଅଡୁଆ ବଢ଼ିଲା। ଦିଲ୍ଲୀ କୋର୍ଟରେ ଶୁଣାଣି ବେଳେ ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯଦିଓ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି, ହେଲେ ମୃତ୍ୟୁ ପୂର୍ବରୁ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଶଶୀ ଥରୁରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ପରେ ପ୍ରଥମ ଥର ପାଇଁ […]

twitter-
ଟ୍ୱିଟର୍‌ ଠାରୁ ବି ନିରାଶ ହେଲା ପାକିସ୍ତାନ; ବନ୍ଦ ହେଲା ୨୦୦ ପାକ୍‌ ଆକାଉଣ୍ଟ୍

ଇସ୍‌ଲାମାବାଦ: ସବୁ ଦେଶ ଏବଂ ଜାତିସଂଘ ପରେ ଶେଷରେ ଟ୍ୱିଟରଠାରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ। ପୂର୍ବରୁ କଶ୍ମୀର ବାବଦରେ ଅପପ୍ରଚାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଥିବା କାରଣରୁ ୨୦୦ଟି ପାକିସ୍ତାନୀ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା। ଏଥିରେ ପକ୍ଷପାତିତା ହୋଇଥିବା ଦର୍ଶାଇ ପାକିସ୍ତାନ ଟ୍ୱିଟରର ଦ୍ୱାରସ୍ଥ ହୋଇଥିଲା। ପ୍ରତିକ୍ରିୟାରେ ଟ୍ୱିଟର ପକ୍ଷରୁ କୁହାଯାଇଛି ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ନିୟମ ଅନୁଯାୟୀ କରାଯାଇଛି। ସୋମବାର ପାକିସ୍ତାନ ସରକାର ଏହି ୨୦୦ […]

ndtv
ଗିରଫ ହୋଇପାରନ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଆଜି କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍‌ ଅବଧି ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଉଭୟ ତଦନ୍ତକାରୀ ସଂସ୍ଥା ଯେ କୌଣସି ମୁହୂର୍ତ୍ତରେ […]

Untitled-1
ଭାରତର 'ମିଶନ ମୁନ୍‌'କୁ ଆଉ ପାଦେ ସଫଳତା; ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିସାରିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ‘ଚନ୍ଦ୍ରଯାନ-୨’କୁ ସଫ୍ଟ ଲ୍ୟାଣ୍ଡ୍ କରାଇ ଇତିହାସ ରଚିବା ପାଇଁ ଇସ୍ରୋ ପୂରା ଦମ୍‌ ଲଗାଇଦେଇଛି। କାହିଁକି ବିଭିନ୍ନ ଦେଶ ଏବଂ କମ୍ପାନୀ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିବାକୁ ଚାହାଁନ୍ତି ସେ ସମ୍ପର୍କରେ ଆଜି ଇସ୍ରୋ କେତେକ […]

Chhota Rajan 2
ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ ଓ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ ଏବଂ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୨ ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି। ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍‌ ଏବଂ ଅନ୍ୟ ୫ ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଆଜି ଅପରାହ୍ଣରେ ଏହି […]

army2
ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ; ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ […]

yedu
ୟେଦ୍ୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳ ଗଠନ ପରେ ଦଳରେ କନ୍ଦଳ

ବେଙ୍ଗାଲୁରୁ: ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କର୍ଣ୍ଣାଟକାରେ ସର୍ବାଧିକ ୩୩ ଜଣ ମନ୍ତ୍ରୀ ହୋଇପାରିବେ। ତେଣୁ ଦଳୀୟ ହାଇକମାଣ୍ଡ ୧୬ଟି ପଦ ଫାଙ୍କା ରଖିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଆଶା ରଖିଥିବା ବିଜେପି ନେତାମାନେ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉଠାଇବା […]

tr
ବାପାଙ୍କୁ ଖଣ୍ଡଖଣ୍ଡ କରି କାଟି ରକ୍ତ, ମାଂସ ଓ ହାଡ଼କୁ ବାଲ୍‌ଟିରେ ରଖିଲା ପୁଅ

ସିକନ୍ଦରାବାଦ: ପୁଅ ପେଟେ ଖାଇବ ବୋଲି ବାପା ଦିନେ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ପୁଅକୁ ଖୁଆଉଥିଲା। ପୁଅ ଖାଇଲେ ବାପାର ବି ପେଟ ପୂରି ଯାଉଥିଲା। ଆଉ ପୁଅ ଯେବେ ବଡ଼ ହେଲା, ସେଇ ବାପାକୁ ସେ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଏଭଳି ସମ୍ପର୍କକୁ ରକ୍ତରଞ୍ଜିତ କରିଦେବା ଭଳି ଖବର ଆସିଛି ତେଲେଙ୍ଗାନା ସିକନ୍ଦରାବାଦ ମାଲକାଜିଗରି ଅଞ୍ଚଳରୁ। ନିଜ ବାପାକୁ ହତ୍ୟା କରିବା ପରେ ପୁଅ ଜଣଙ୍କ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ […]

shehla-rasheed-
ଧାରା ୩୭୦ ଉଚ୍ଛେଦ; ଶେହଲାଙ୍କୁ ଗିରଫ୍ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କାଶ୍ମୀର ପିପଲ୍ସ ମୁଭ୍‌ମେଣ୍ଟ ନେତା ତଥା ପୂର୍ବତନ ଜେଏନ୍‌ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ ଆଜି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି,ଶେହଲା ରସିଦ ଭାରତ ସରକାର ଓ ସେନାର ଯବାନଙ୍କ ବିରୋଧରେ ଅପପ୍ରଚାର […]

photo-1
ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ୧୪ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ମିଳିଲା ଆଉ ୨ ସପ୍ତାହ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଏହି ଅବଧି ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ମେଡିକାଲ ଖର୍ଚ୍ଚ ପାଇଁ ୫ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦୁଷ୍କର୍ମ ପୀଡ଼ିତା ଓ […]

ଏହି ସର୍ଟକର୍ଟ 'କି' ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜିର ସମୟରେ କମ୍ପ୍ୟୁଟରର ବ୍ୟବହାର ଅପରିହାର୍ଯ୍ୟ ହୋଇଗଲାଣି। ସମସ୍ତ ଛୋଟବଡ଼ ସରକାରୀ ଓ ବେସରକାରୀ ସଂସ୍ଥାରେ କମ୍ପ୍ୟୁଟର୍ ବ୍ୟବହାର ହେଉଛି। ତେବେ କମ୍ପ୍ୟୁଟର୍‌ ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସଫ୍ଟୱେର ରହିଛି। ଏହିସବୁ ସଫ୍ଟୱେର ରେ ଖବ୍‌ଶୀଘ୍ର ଓ କମ୍‌ ସମୟରେ ଅଧିକ କାମ କାମ କରିବା ପାଇଁ କିଛି ସର୍ଟକର୍ଟ ‘କି’ ମଧ୍ୟ ରହିଛି। ଏହାକୁ ଜାଣିଲେ ଆପଣ ଖୁବ୍‌ ଶୀଘ୍ର ଓ କମ୍‌ ସମୟରେ  ଅଧିକ କାମ କରିପାରିବେ। ଫଟରେ ଆସନ୍ତୁ ଜାଣନ୍ତୁ […]

photo
ମରଣ ମୁହଁରୁ ଜୀବନ ଛଡ଼ାଇ ଆଣିଲେ ସେନା ଯବାନ

ଶ୍ରୀନଗର: ନିଶ୍ଚିତ ମରଣ ମୁହଁରୁ ବଞ୍ଚିଲା ଦୁଇ ଜୀବନ। ଜମ୍ମୁର ତାୱି ନଦୀ ବନ୍ୟାରେ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ଦୁଇ ଜଣ ମତ୍ସଜୀବୀ ନଦୀକୁ ଯାଇଥିବା ବେଳେ ହଠାତ ନଦୀର ଜଳସ୍ତର ବଢ଼ିବାରୁ ଏମାନେ ଜଳବନ୍ଦୀ ଅବସ୍ଥାରେ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବାୟୁସେନାର ହେଲିକପ୍ଟର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ଅଧଘଣ୍ଟାର ରେସ୍‌କ୍ୟୁ ଅପରେସନ ପରେ ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଯବାନ […]

photo
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ନୂଆଦିଲ୍ଲୀ: ଆଜି ହେଉଛି ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’। ପ୍ରତିବର୍ଷ ୧୯ ଅଗଷ୍ଟ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ଭାବରେ ପାଳନ କରାଯାଇଥାଏ। ସାରା ବିଶ୍ୱର ଫଟୋଗ୍ରାଫର ମଧ୍ୟ ଆଜିର ଦିନକୁ ଧୁମ୍‌ଧାମରେ ପାଳନ କରିଥାନ୍ତି। କେଭିନ୍‌ଙ୍କ କାହାଣୀ ଜାଣନ୍ତୁ ଯେଉଁ ଫଟୋଗ୍ରାଫର୍‌ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିଛନ୍ତି, ଆଜିର ଦିନଟି ସେହିମାନଙ୍କୁ ସମର୍ପିତ ହୋଇଛି। ଆଜିର ସମୟରେ ଫଟୋ ଜରିଆରେ ଆମେ ନିଜ ଜୀବନର ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ। କିନ୍ତୁ କ’ଣ […]

khusi-620x330
୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ଭୁବନେଶ୍ୱର:ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍ । ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନେଇ ନିଖୁଣ ଭାବେ ତିଆରି […]

nim
ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମା 

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍‌ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ। #DDNews की […]

akbruddin
ଭାରତୀୟ ରାଷ୍ଟ୍ରଦୂତଙ୍କ କଥାରେ ଚୁପ୍ ହୋଇଗଲେ ପାକିସ୍ତାନ ସାମ୍ବାଦିକ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ […]

WhatsApp-Image-2019-08-16-a
ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଆସୁଛି ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’। ନିକଟରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଓ ଅଭିନେତା ମୁନ୍ନା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଯୋଜକ ଡ. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ରାଜୀବ ମହାନ୍ତି ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରର କାହାଣୀ ମହାନ ସ୍ୱାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ […]