ସିମଲା: ସ୍କୁଲ୍ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍ଡ୍ରେନ୍ ଭିଲେଜ(TCV) ସ୍କୁଲ୍ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭ ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା ଥିବା ବେଳେ ୨୦ ଜଣ ବାଳକ ରହିଛନ୍ତି। ହିମାଚଳ ସରକାରଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ପ୍ରତିକାର ସ୍ୱରୂପ ସ୍କୁଲ୍ ପିଲା ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରିବା […]
ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍ରେ ରଖିବାକୁ ପଡ଼ିବ। ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍ସିୟମର କୋଲ୍ଡ ଚେନ୍ ବଜାୟ ରଖିବା ବହୁତ କଷ୍ଟ। ଟିକା ନେଇ ଲୋକଙ୍କୁ ଦିଆଯିବା ପର୍ଯ୍ୟନ୍ତ ଏତେ ଥଣ୍ଡା ପରିବେଶରେ ଟିକା ରଖିବାକୁ ପଡ଼ିବ। ତେଣୁ ଏହା ଏକ […]
ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସଂପର୍କରେ ଡାଟା ସଂଗ୍ରହ କରାଯାଇଥିଲା। ସେମାନେ କେଉଁ ଜାଗାକୁ ଯାଇଥିଲେ, କେତେ ସମୟ ରହିଥିଲେ, କାହା କାହା ସଂସ୍ପର୍ଶରେ ଆସିଥିଲେ, […]
ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି। ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍ନ୍ୟାସ୍ନାଲ୍ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ […]
ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୭୩, ୪୭୯ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୨୦ ମୃତ୍ୟୁ […]
ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]
ବେଜିଂ: ପ୍ୟାକେଟ୍ ଗୋମାଂସ ଓ ଚିଙ୍ଗୁଡ଼ିରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଚାଇନା ସତର୍କତା ଦେଖାଇଛି। ବ୍ରାଜିଲ୍ରୁ ଆସିଥିବା ବିଫ୍ ଓ ସାଉଦି ଆରବରୁ ଆସିଥିବା ଚିଙ୍ଗୁଡ଼ିରେ ଏହି ଭାଇରସ ଥିବା ଜଣାପଡ଼ିଛି। ଯଦିଓ ଥଣ୍ଡା ଖାଦ୍ୟରେ କରୋନା ବିପଦ କମ୍ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ତେବେ ବିଦେଶରୁ ଶୀତଳ ଯନ୍ତ୍ରରେ ରହି ଆସୁଥିବା ମାଂସରେ ପଜିଟିଭ୍ ଚିହ୍ନଟ ହୋଇଛି। ରୟଟର୍ସର ଖବର ଅନୁସାରେ ବ୍ରାଜିଲ୍ରୁ ଉହାନ ସହରକୁ ଆସିଥିବା ବରଫ ଦିଆ […]
ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ […]
କୋଲକାତା: ବର୍ଷ ୨୦୨୦ ପୁଣି ଜଣେ କିମ୍ବଦନ୍ତି କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ହେଲେ ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ। କୋଲକାତାରେ ଘରୋଇ ନର୍ସିଂ ହୋମ୍ ବେଲ୍ଲେ ଭ୍ୟୁ କ୍ଲିନ୍କରେ ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧୨: ୧୫ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। […]
ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏ ନେଇ ସେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ।” I have tested positive for COVID-19. I request all those who came in close contact with […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୩ ହଜାର ୨୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ ୯୫ […]
ନୂଆଦିଲ୍ଲୀ: ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ଅକ୍ଟୋବର ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବେଠାରୁ ଡାକ୍ତରଙ୍କ ଚିକିତ୍ସାରେ ରହୁଥିଲେ ଅହମଦ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୭୧ ବର୍ଷୀୟ ଅହମଦ ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ […]
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ […]
ଭୁବନେଶ୍ୱର: ଜାନୁଆରୀରେ ଆସିପାରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି. କେ. ପଲ୍। ସେ କହିଛନ୍ତି ଅକ୍ସଫୋର୍ଡ, ଆଷ୍ଟ୍ରାଜେନେକା ଓ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ଫେଜ-୩ ପଞ୍ଜୀକରଣ ସରିଛି । ଆମ ଦେଶରେ ଯେଉଁ ଫେଜ୍-୩ ପରୀକ୍ଷା ହୋଇଛି ତାହାର ଫଳାଫଳ ଜାନୁଆରୀରେ ଜଣାପଡ଼ିବ । ତେବେ ଏହି ଟିକା ଅନ୍ୟ ଦେଶରେ ମଧ୍ୟ ପରୀକ୍ଷା ଚାଲିଛି। […]
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ ୪୧ ହଜାରରୁ ଅଧିକ ଲୋକଙ୍କ ଦେହରେ ଟିକାର ଦୁଇଟି ଡୋଜ୍ ପ୍ରୟୋଗ କରିବା ପରେ ଏହି ରେଜଲ୍ଟ ଆସିଛି। ଫାଇଜର ଖୁବଶୀଘ୍ର ସର୍ବସାଧାରଣଙ୍କୁ ଟିକା ପ୍ରୟୋଗ ପାଇଁ […]
ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ଜରିମାନା ୫୦୦ରୁ ୨ ହଜାରକୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସବୁବେଳେ ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। […]
ଅହମ୍ମଦାବାଦ: ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଅହମ୍ମଦାବାଦରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]
ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି ଟିକା ୨ଟି ଡୋଜର ଦାମ ପ୍ରାୟ ହଜାରରୁ ୧୨ ଶହ ଟଙ୍କା ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା। ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି […]
ଅହମଦାବାଦ: କରୋନା ଭାଇରସ ସଂଖ୍ୟା ବଢ଼ିବାରୁ ଗୁଜରାଟ ସରକାର ଗତକାଲି ଅହମଦାବାଦ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ। ଏବେ ଅହମଦାବାଦ ସହିତ ସୁରତ, ଭଦୋଦରା ଓ ରାଜକୋଟ୍ରେ ବି ରାତ୍ରୀକାଳିନ କର୍ଫ୍ୟୁ ଲଗାଇଛନ୍ତି ଗୁଜରାଟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ଏହି ୩ ସହରରେ ପାଇଁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବ। ଏନେଇ ଶୁକ୍ରବାର ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ୍ ସୂଚନା ଦେଇଛନ୍ତି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ଆତଙ୍କରେ ଥରୁଛି। ଏହାର ପ୍ରକୋପରେ ୧୮୦ଟି ଦେଶର ଲୋକେ ପ୍ରଭାବିତ ହୋଇଛନ୍ତି। ଏବେ କରୋନାକୁ ନେଇ ଏକ ବଡ ଷଡଯନ୍ତ୍ର ସାମ୍ନାକୁ ଆସିଛି। ବିଶ୍ୱର ବଡ ବଡ ନେତାଙ୍କ ବିରୋଧରେ ଶତ୍ରୁମାନେ COVID-19 ପ୍ରୟୋଗ କରୁଛନ୍ତି। ଇଣ୍ଟରପୋଲ ସବୁ ଦେଶର ପ୍ରମୁଖ ଏଜେନ୍ସମାନଙ୍କୁ ଏ ନେଇ ଚେତାବନୀ ଦେଇ କହିଛି, ନେତାମାନଙ୍କ ପାଖକୁ କରୋନା ସଂକ୍ରମିତ ଚିଠି ଆସିବାର ଆଶଙ୍କା ରହିଛି। ବିଶେଷକରି ବିଶ୍ୱସ୍ତରୀୟ ନେତାଙ୍କୁ ଟାର୍ଗେଟ ରଖି ଏପରି […]
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ନୂଆ ମୃତ ସଂଖ୍ୟାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୨ ହଜାର ୭୨୬ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ […]