ବାଲେଶ୍ୱର: ପାରିବାରିକ କଳହ ଶେଷରେ କରୁଣ ପରିଣତିର ରୂପ ନେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ବାହାନଗା ବରିପଦା ଗାଁରେ। ସୂଚନା ଅନୁସାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା। ପରେ ନିଜେ ମଧ୍ୟ ଝୁଲି ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ବ୍ରହ୍ମପୁର: ଦୀର୍ଘ ସାଢ଼େ ୫ ଘଣ୍ଟା ପରେ ଅାଜି ବ୍ରହ୍ମପୁର ମେଡିକାଲ୍ରେ ଶେଷ ହୋଇଛି ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍। ଏହି ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ବିରଳ ଅସ୍ତ୍ରୋପଚାର ପରେ ସେ ନୂଅା ଚେହେରା ପାଇବ ବୋଲି ଅାଶା କରାଯାଉଛି। ଏମ୍କେସିଜି ଅଧୀକ୍ଷକ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଓ ନିଶ୍ଚେତକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅପରେସନ୍ କରିଥିଲା ୧୨ […]
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଗୁଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ରାଜନୈତିକ ହିଂସା ବୋଲି କହିବା ସହ ସିଧାସଳଖ ବିଜେପି ଓ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ଗୁଳିକାଣ୍ଡରେ ଜୟନାରାୟଣ ଜାମିନରେ ବାହାରିବା ପରର ସାଇଡ୍ ଇଫେକ୍ଟ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ବିଜେପି ବନ୍ଧୁକ ମୁନରେ ଭଟ୍ଲି ନିର୍ବାଚନ ମଣ୍ଡଳୀରେ ଶାସନ କରିବାକୁ ଚାହୁଁଛି ବୋଲି ସୁଶାନ୍ତ ଅଭିଯୋଗ […]
ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲରେ ଅପାରଗ ଜିଲ୍ଲା ପ୍ରଶାସନ। ଏଭଳି ଅଭିଯୋଗ ଆଣି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ଏମିତିକି ତୁରନ୍ତ ୟା ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି। ଯେଉଁଥିରେ ନଗେନ୍ଦ୍ର ଦର୍ଶାଇଛନ୍ତି-୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏମ୍ପି ଲାଡ୍ ସ୍କିମରେ ତାଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ତେବେ ପ୍ରଶାସନିକ ତଦାରଖରେ ଅବହେଳାରୁ ଅନୁଦାନ ରାଶିର ସଠିକ୍ ବିନିଯୋଗ […]
ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପାଖେ ଲାଗି ହେଲା ରସଗୋଲା। ନିଳାଦ୍ରୀ ବିଜେର ଏ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲିଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏ ପରମ୍ପରା ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା। ଏପଟେ ରସଗୋଲାକୁ ନେଇ ପାହାଳରେ ପାଳନ ହେଇଛି ରସଗୋଲା ଦିବସ। ଏଠାରେ ଯୋଗ ଦେଇଛନ୍ତି ମନ୍ତ୍ରୀ ,ବିଧାୟକ, ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତି। ହେଲେ କାହା ମନରେ ଅନୁଶୋଚନା ନାହିଁ ଯେ, ଓଡ଼ିଶା ରସଗୋଲାକୁ ଏପର୍ଯ୍ୟନ୍ତ ଜିଓଗ୍ରାଫିକାଲ […]
ଭୁବନେଶ୍ୱର: ଆର୍ଟିଓ ଅଫିସ୍, ତହସିଲ୍ ଅଫିସ୍, ଯୋଗାଣ ଅଫିସ୍ ଓ ପୌର କାର୍ଯ୍ୟାଳୟ ସବ୍ ରେଜିଷ୍ଟ୍ରାର ଅଫିସ୍ ଏସବୁ ସରକାରୀ ଅଫିସ୍ରେ ଆଜି ରେଡ୍ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଥିବା ଅଫିସର୍ ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ୍। କେଉଁ ଅଫିସର୍ ଟିଟୋକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ଓ ପ୍ରତିବଦଳରେ କିପରି ଅନୁଗୃହୀତ ହୋଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ସେପଟେ କିଛି ଓଏଏସ୍ ଅଫିସର୍ ଓ ପୁଲିସ ଅଧିକାରୀ ଟିଟୋଠାରୁ […]
ମାଲକାନଗିରି: ଆସନ୍ତାକାଲି ଉଦ୍ଘାଟିତ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାକୁ ଥିବାବେଳେ ଆଜି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେତୁ ସାଜସଜ୍ଜା, ବ୍ୟାରିକେଡ୍ ଓ ହେଲିପେଡ୍ ନିର୍ମାଣ ସରିଛି। ନିଜେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ସେଠାକୁ ଯାଇ ଏହାର ତଦାରଖ କରିଛନ୍ତି। ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସୁରକ୍ଷା […]
ଭୁବନେଶ୍ୱର: ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ସରକାରଙ୍କ ଆନ୍ତରିକତା ନେଇ ଉଠିଛି ପ୍ରଶ୍ନ। ଜୁନ୍ ମାସରେ ଜିଆଇ କର୍ତ୍ତୃପକ୍ଷ ଏ ସମ୍ପର୍କିତ ତଥ୍ୟ ଦେବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏଁ ତଥ୍ୟ ଦେଇନାହାନ୍ତି। ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି MSME ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଜିଆଇ କର୍ତ୍ତୃପକ୍ଷ ଆମକୁ ୧୪ଟି ପ୍ରଶ୍ନର ତଥ୍ୟ ମାଗିଥିଲେ। ଏହି ତଥ୍ୟ ୧ ମାସ ମଧ୍ୟରେ ଦେବାକୁ କହିଥଲେ। କିନ୍ତୁ ଆମେ ଅଗଷ୍ଟ ୨୧ ତାରିଖ ସୁଦ୍ଧା […]
ଭୁବନେଶ୍ୱର: ଜୁନ ୧୩ରେ ପୌର ପ୍ରଶାସକ କହିଥିଲେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ସରକାର। କିନ୍ତୁ ପାଖାପାଖି ଦେଢ଼ମାସ ହୋଇଯାଇଥିଲେ ବି ଚୁପ୍ ବସିଛନ୍ତି ସରକାର। ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ମାମଲା ଦାୟର ପାଇଁ କେବଳ ଡ୍ରାଫ୍ଟ୍ ପ୍ରସ୍ତୁତ ହୋଇ ସରକାରଙ୍କ ଓକିଲଙ୍କୁ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏନେଇ ଆବେଦନ କରିବେ। […]
ଭୁବନେଶ୍ୱର: ଆଉ ଭୟ ନାହିଁ, ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ କି ଦୁଇ ପ୍ରମୁଖ ନଦୀ, ମହାନଦୀ ଓ ବୈତରଣୀ ଆଉ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ଭଦ୍ରକ ଜିଲ୍ଲାରେ ବନ୍ୟା ଚିନ୍ତା ଦୂର ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ତଥ୍ୟ ଅନୁସାରେ ମୁଣ୍ଡଳୀରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ଯାହାକି […]
ଭୁବନେଶ୍ୱର: ରାଜ୍ୟର ସବୁ ଟ୍ରକ୍ ଟର୍ମିନାଲ୍ ଫୁଲ୍। ରାସ୍ତାକଡ଼ରେ ଲମ୍ବା ଲମ୍ବା ଧାଡ଼ି ବି ଲାଗିଛି। ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବିକ୍ଷୋଭ ବି ଚାଲିଛି। ଜାତୀୟ ରାଜପଥରେ କ୍ଷୀର, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ଟ୍ରକ୍ ଅଖ-ଚକ ବନ୍ଦ। ଏପଟେ ଧର୍ମଘଟ ଯୋଗୁଁ ଓଡ଼ିଶା ବଜାରରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଷ୍ଟକ୍ ସବୁ ଖାଲି ହେବାରେ ଲାଗିଲାଣି। ରାଜ୍ୟର ସବୁଠାରୁ […]
ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ, ଆଉ କେଉଁଠି ଘର ଭିତରେ ଅଣ୍ଟାଏ ପାଣି। ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ଚେହେରା ବର୍ତ୍ତମାନ ସରକାର ଓ ପ୍ରଶାସନର ପାରିବାପଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମସ୍ତ ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଏକ ନିଆରା ସୋନୁ ସଙ୍ଗ ମାଧ୍ୟମରେ ସରକାରଙ୍କୁ ଚେତାଇବାକୁ ଉଦ୍ୟମ କରିଛି କଂଗ୍ରେସ। ଗୀତ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି […]
ପୁରୀ: ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ସେଲଫି ମାନିଆ। ବଦଦାଣ୍ଡରେ ଭିଡ଼ ସତ୍ତ୍ୱେ ତିନି ରଥ ଆଗରେ ସେଲଫି ନେବାକୁ କିନ୍ତୁ ଭୁଲି ନଥିଲେ ଭକ୍ତ। ଗତକାଲି ଶ୍ରୀଜୀଉଙ୍କର ସୁନାବେଶ ଥିବାରୁ ମହଣ ମହଣ ଅଳଙ୍କାରରେ ସଜେଇ ହୋଇଥିଲେ ମହାପ୍ରଭୁ। ଆଉ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିଥିଲେ ଶ୍ରଦ୍ଧାଳୁ। ଏଥିସହ ଭଗବାନଙ୍କ ସହ ସେଲଫି ନେବାକୁ ଭୁଲି ନଥିଲେ କେହି। ସୁନାବେଶ ଆରମ୍ଭଠାରୁ ବେଶ ଓଲାଗି ପର୍ଯ୍ୟନ୍ତ ଭକ୍ତଙ୍କ ମଧ୍ୟରେ ଦେଖିବାକୁ […]
ଆସିକା: ବାଦ୍ୟ ମହୁରୀରେ ପ୍ରକମ୍ପିତ ପରିବେଶ। ବାଜା ବଜାଇ ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଲେ ଲୋକେ। ଧରାକୋଟର ବାହୁଡ଼ାଯାତ୍ରାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଦେବ ନୀତି ସଂପନ୍ନ କରିବା ଲାଗି ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ମଧ୍ୟ ଏଥିଲାଗି ସ୍ୱୀକୃତି ମିଳିଛି । ପାଲିଙ୍କିରେ ଯାଇ […]
ବାଲେଶ୍ୱର: ବାଲେଶ୍ୱର ସହରରେ ଦୁର୍ଘଟଣା ପରେ ଲଙ୍କାକାଣ୍ଡ। ବାଲେଶ୍ୱର ଷ୍ଟେସନ୍ ଗୋଧିବସା ଅଞ୍ଚଳରେ ଟ୍ରକ୍ ଚାପାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳକାଣ୍ଡ। ଉତ୍ତ୍ୟକ୍ତ ଲୋକେ ମାଲଗୋଦାମରେ ପଶି ୭୦ରୁ ଅଧିକ ଟ୍ରକ୍ର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନେ ଟ୍ରକ୍ ଆସୋସିଏସନ୍ କାର୍ଯ୍ୟାଳୟରେ ବି ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ସାଢ଼େ ୧ଟା ବେଳେ ମାଲଗୋଦାମରେ ଏକ ଟ୍ରକ୍ ପଛକୁ ଆସୁଥିବା ବେଳେ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଫଳରେ […]
ସୁନ୍ଦରଗଡ଼: ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଲା ପରେ ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ କ୍ଲାସ୍ ରୁମ୍ରେ […]
ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଆଜି ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ପ୍ରଥମେ ଖୋଲାଯାଇଥିଲା। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଡ୍ୟାମ୍ ଦେଇ ନିଷ୍କାସନ କରାଯାଇଛି। ଦିନ ୧୨ଟା ୩୦ ସୁଦ୍ଧା ଡ୍ୟାମ୍ର ୪ଟି ଗେଟ୍ ଜରିଆରେ ବନ୍ୟା ଜଳ ଛଡ଼ା ଯାଉଛି। ପର୍ଯ୍ୟାୟକ୍ରମେ ୧୫ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ତେବେ ୩୬ ଘଣ୍ଟା ପରେ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବ।
ଭୁବନେଶ୍ୱର: ଗୋଟିଏ ପଟେ ଆମ୍ବୁଲାନ୍ସ ସେବା ନ ପାଇ ଖଟିଆରେ ଆସନ୍ନ ପ୍ରସବା ବୁହା ହେଉଥିବାବେଳେ ଅନ୍ୟପଟେ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲୋଡ଼୍ କରାଯାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନାର ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଫର୍ଣ୍ଣିଚର ଲୋଡ୍ କରାଯାଉଥିବା ଦେଖିବାକୁ ମିଳିଛି। ତାହା ବି ପୁଣି ସଦର ମହକୁମାର ଜନଗହଳିପୂର୍ଣ୍ଣ ଡିଏନ୍କେ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଖୋଦ୍ ଜଣେ ଫାର୍ମାସିଷ୍ଟ ଏବଂ ଡ୍ରାଇଭର ଏହି ଫର୍ଣ୍ଣିଚରକୁ ଆମ୍ବୁଲାନ୍ସରେ ଲୋଡ୍ […]
ପାଲଲହଡ଼ା: ପୁଣି ସ୍କୁଲ୍ରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ରୀ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ର ଚଷା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଏକ ଅଟୋରିକ୍ସା ମାଡ଼ିଯିବାରୁ ୪ ଜଣ ନବମ ଶ୍ରେଣୀ ଛାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କୁ ପାଲଲହଡ଼ା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅାହତ ଛାତ୍ରୀମାନେ ଉଦୟପୁର ଗାଁର ବୋଲି ଜଣାପଡ଼ିଛି। ସେପଟେ ଅଟୋ ରିକ୍ସାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଫେରାର୍ ହୋଇଯାଇଛି। ଗତ ଶୁକ୍ରବାରଦିନ ଭଦ୍ରକ ରାହାଞ୍ଜରେ ଟ୍ରକ୍ ମାଡ଼ିଯାଇ ୫ […]
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖରଖରି ନଦୀରେ କୃଷ୍ଣସାର ମୃଗ ଭାସି ଯାଉଥିବା ଦେଖିବାକୁ ମିଳିଛି। ନଦୀ ପାଣିରେ ୧୦ରୁ ଅଧିକ ମୃଗ ଭାସୁଥିବାର ଦୃଶ୍ୟ କ୍ୟାମେରାର କଏଦ ହୋଇଛି। ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିର ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନ ଥିବାବେଳେ ଆସିକା ଅଞ୍ଚଳରୁ ନଦୀ ପାଣିରେ କୃଷ୍ଣସାର ମୃଗ ଭାସି ଆସିଥିବା ଅନୁମାନ କରାଯାଉଛି। ହଠାତ ନଦୀରେ ପାଣି ଆସିବାରୁ କୃଷ୍ଣସାର ମୃଗ […]
କଟକ: ମା’ ଭଟ୍ଟାରିକାଙ୍କ ପୀଠରେ ପାଣି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ମା’ ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ନଦୀର ବନ୍ୟା ଜଳ ପ୍ରବେଶ କରିବା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଦେବତ୍ତୋର ବିଭାଗ ସ୍ଥାନାନ୍ତର କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନୀଦରେ ବନ୍ୟାସ୍ଥିତି ଦେଖା ଦେଇଛି। ନରସିଂହପୁର: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ସାହୁକୁ ପୁଲିସ୍ ଏନ୍କାଉଣ୍ଟର କରିଛି। କେନ୍ଦ୍ରାପଡ଼ା ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍କାଉଣ୍ଟର ହୋଇଛି। ବହୁ ଦିନ ଧରି ପୋଲିସ ସହ ଲୁଚକାଳି ଖେଳୁଥିବା ବାବୁ ଗତକାଲି ଇଚ୍ଛାପୁର ଅଞ୍ଚଳରେ ଥିବା ଖବର ମିଳିବା ପରେ ପୁଲିସ୍ ସେଠାରେ ପହଞ୍ଚିଥିଲା। ତେବେ ପୁଲିସ୍କୁ ଦେଖି ବାବୁ ପ୍ରଥମେ ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବ ପୁଲିସ୍ ଦେଇଥିଲା। ସୂଚନା ଅନୁସାରେ, ବାବୁର […]
ସମ୍ବଲପୁର: ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, SRIT କଲୋନୀ ଏବଂ ଅଇଁଠାପାଲିରେ ପାଣି ନାକେଦମ୍ କରିଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟକେନ୍ଦ୍ରରେ ରଖାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଗୋଶାଳା-କଳାମାଟି ଅଞ୍ଚଳରେ କେନାଲ୍ରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ରେ ବି ଅବସ୍ଥା ସାଂଘାତିକ। କାହା ଘରେ ଆଣ୍ଠୁଏ […]
ପୁରୀ : ଅାସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। କାଲି ସକାଳୁ ଶ୍ରୀଜିଉମାନଙ୍କର ମଙ୍ଗଳ ଅାଳତି, ଅବକାଶ ନୀତି, ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୫ଟାରୁ ଠାକୁରଙ୍କ ସୁନାବେଶ ଅାରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ […]