• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Puri-Jagannath-temple-
ଜଗମୋହନରୁ ଗଳୁଛି ପାଣି

ପୁରୀ: ASI ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି। ଅଣସରପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ASI ପକ୍ଷରୁ ସତ୍ୟପାଠ ଦିଆଯାଇଥିବା ବେଳେ କାର୍ଯ୍ୟର ମାନକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠ ସତ୍ୱେ ପାଣି ଗଳିବା ନେଇ […]

  • Monday, 19 July 2021
image
କାନ୍ଥ ପଡ଼ି ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର

କେନ୍ଦୁଝର: କାନ୍ଥ ପଡ଼ି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଂଚୁପଲି ପଂଚାୟତର ବେଉସାହିରେ। ମୃତକ ଜଣକ ହେଲେ ଭାସ୍କର ଦେହୁରୀ। ଗୁରୁତର ତିଳୋତ୍ତମାକୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିବାରୁ ଘଟଣାସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି।

  • Monday, 19 July 2021
Capture
ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଧର୍ମଘଟ ଡାକରା

ଭୁବନେଶ୍ୱର: ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍ ଓ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ […]

  • Monday, 19 July 2021
lab
ପିଇବା ପାଣିର ଶୁଦ୍ଧତା ଯାଞ୍ଚର ମାନକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ଷ୍ଟାଣ୍ଡପୋଷ୍ଟରୁ ବୋହି ଚାଲିଛି ପାଣି। ପିଇବା ପାଇଁ ଉଦ୍ଦିଷ୍ଟ ପାଣିରେ ଗୋଡ଼ ଧୋଉଛନ୍ତି ଲୋକେ। କାରଣ, ପାଣିର ସ୍ୱଚ୍ଛତା ଉପରେ ସେମାନଙ୍କର ଭରସା ନାହିଁ। ସରକାର ଯୋଗାଉଛନ୍ତି ପାନୀୟ ଜଳ। କିନ୍ତୁ, ଏହା କେତେ ଶୁଦ୍ଧ, ତାକୁ ନେଇ ଉଠିଛି ପ୍ରଶ୍ନ। ଖାଲି ଭୁବନେଶ୍ୱରର ନୁହେଁ ବାଲେଶ୍ୱରର ଚିତ୍ର ବି ସମାନ। କୂଅ/ନଳକୂପର ପାଣି ହିଁ ଏଠିକାର ଲୋକଙ୍କର ଭରସା। କିନ୍ତୁ, ଏହି ପାଣିର ଶୁଦ୍ଧତା କେବେ ଯାଞ୍ଚ ହେବା କଥା ଲୋକେ ଜାଣି ନାହାନ୍ତି। […]

  • Monday, 19 July 2021
vlcsnap-error478
ଅସଦାଚରଣ ଅଭିଯୋଗରେ ଗିରଫ ହେଲେ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ

କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେ। ଜଣେ ୯ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ନେଇ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ଏହାପରେ କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ଆତିଷ ମହିନ୍ଦ୍ରା ସଂପୃକ୍ତ ନାବାଳିକାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା […]

  • Monday, 19 July 2021
ST
ଆସନ୍ତାକାଲି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଧର୍ମଘଟ ଡାକରା

ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍‌ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ […]

  • Monday, 19 July 2021
laskar
ପୁଣି ଅାତଙ୍କବାଦୀ ସଙ୍ଗଠନରେ ଓଡିଶା ଲିଙ୍କ୍‌

ଭୁବନେଶ୍ୱର : କୁଖ୍ୟାତ ଅାତଙ୍କବାଦୀ ସଂଗଠନ ଲସ୍କର- ଏ- ତାଇବାର ଜଣେ ସହଯୋଗୀକୁ ଏନଅାଇଏ ଟିମ୍ ଗିରଫ କରିଛି। ହବିବୁର ରେହମାନ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ କରାଯାଇଛି। ହବିବ୍ ସାଉଦି ଅାରବରୁ ଭାରତକୁ ଅାସୁଥିଲା। ହବିବ୍ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି। ତା ନାଁରେ ସ୍ୱତନ୍ତ୍ର ଏନଅାଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।  ଏନଅାଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର […]

  • Monday, 19 July 2021