ଭୁବନେଶ୍ୱର : ବିଶ୍ୱ ଜନଜାତି ଦିବସ ଅବସରରେ ବିଜେଡିର ଅାଦିବାସୀ ସମାବେଶ। ରାଜଧାନୀର ଅାଦିବାସୀ ପଡ଼ିଆରେ ଅାୟୋଜିତ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅାଦିବାସୀଙ୍କ ପାଇଁ ଅାମେ କାମ କରି ଚାଲିଛୁ। ଲୋକଙ୍କ ସେବାରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରାଯାଇଛି। ଗୁରୁପ୍ରିୟା ଯୋଗୁଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିବ। ଅାଦିବାସୀଙ୍କ ବିକାଶ ପାଇଁ କାମ କରୁଛି, କାମ କରି ଚାଲିଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅାସିଥିବା […]
କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଜଙ୍ଗଲ ରାସ୍ତା ଦେଇ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଶିଶୁଟିକୁ ଦେଖିଥିଲେ। ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଜନ୍ଦା ପିମ୍ପୁଡ଼ି ଖାଉଥିବା ଦେଖି ସାଙ୍ଗେସାଙ୍ଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଶିଶୁଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡ଼ିଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନି।
ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଲାଲବାହିନୀର ତାଣ୍ଡବ। ଛତିଶଗଡ଼ର ଦାନ୍ତେଓ୍ୱାଡା କମାଲୁର ଷ୍ଟେସନ ନିକଟରେ ମାଓବାଦୀମାନେ ଏକ ରେଳ ଟ୍ରାକ୍କୁ ତାଡ଼ି ଦେଇଛନ୍ତି। ଏଥିପାଇଁ ଟ୍ରେନ୍ଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସୂଚନା ଅନୁସାରେ, ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ୍ କମାଲୁରରୁ ଦାନ୍ତେଓ୍ୱାଡ଼ା ଯାଉଥିଲା। ଟ୍ରେନ୍ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ତେବେ ରେଳ ଟ୍ରାକରେ ସମସ୍ୟା ଥିବା ଜାଣିବା ପରେ ଟ୍ରେନ୍କୁ ଅଟକା ଯାଇଥିଲା। ପରେ […]
ବଲାଙ୍ଗିର: ଆଜି ଓ କାଲି ବଲାଙ୍ଗିର ସହର ବନ୍ଦ। ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛି। ପୂର୍ବରୁ କଂଗ୍ରେସ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଥିଲା। ଏହା ପରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୁଇ ଦିନିଆ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପପୁଲୁରୁ ସବ୍ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ନାରାୟଣ ପୋଲାସି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୧୦ରୁ ୧୫ ସଶସ୍ତ୍ର ଲୋକ ଗାଁକୁ ଆସିଥିଲେ। ପରେ ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା […]
କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। କେନ୍ଦୁଝର ବାମେବାରୀ ଥାନା ପୀଢ଼ପୋଖରୀ ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ପୀଢ଼ପୋଖରୀ ଗାଁର ସୁଦାମ ମୁଣ୍ଡା। ଅଭିଯୋଗ ଅନୁଯାୟୀ,ଏହି ଗାଁର ଟୁଟୁ ମୁଣ୍ଡାଙ୍କ ମାଆ ଦେହ କିଛି ଦିନ ହେଲା ଖରାପ ରହିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି କରି ସୁଦାମ ତାଙ୍କ ମାଆକୁ ମାରିଦେଇଥିବା ନେଇ ଟୁଟୁ ସନ୍ଦେହ କରୁଥିଲା। ଗତକାଲି ଟୁଟୁଙ୍କ ସହ ତାଙ୍କର ସମ୍ପର୍କୀୟ ଏକାଠି ହୋଇ […]
ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।
ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠ ସତ୍ୟମ୍ଗୁଡ଼ାର ଜଣଙ୍କ ଘରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ। ଘରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଟିଣ ଛାତ ତଳେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ଦେବା ପରେ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।
ସୁନ୍ଦରଗଡ଼: ଲୋକଙ୍କ ବିରୋଧ ପରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର OCL ଚୂନପଥର ଖଣି ସମ୍ପ୍ରସାରଣ ସଂପର୍କିତ ଜନଶୁଣାଣି ସ୍ଥଗିତ ରହିଛି। ଆଜି ଜାମ୍ପାଲିରେ ଜନଶୁଣାଣି ହେବାର ଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚୂନ ପଥର ଖଣି ସଂପ୍ରସାରଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହାର ନେତୃତ୍ୱ ନେଉଛନ୍ତି ଜର୍ଜ ତିର୍କୀ। ତେବେ OCL କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ଯେ, ଖଣି […]
ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ […]
ଭୁବନେଶ୍ୱର : ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ବା MGNREGS ଯୋଜନାରେ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ। ବର୍ଷ ବର୍ଷ ଧରି ବି ପାଉଣା ଅପେକ୍ଷାରେ ଅଛନ୍ତି ବହୁ ହିତାଧିକାରୀ। ଏହି ଯୋଜନାରେ ଶ୍ରମଦାନର ୧୫ ଦିନ ଭିତରେ ପ୍ରାପ୍ୟ ମିଳିବାର ନିୟମ ଥିଲେ ବି ଏ ଅନୁଶାସନ ପ୍ରତି ଯେମିତି ଅାଖି ବୁଜି ଦେଇଛନ୍ତି ସରକାର। ଏ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲା ଯାଦବ। ଏପଟେ […]
ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହୋଇପାରେ ଗେମ୍ ଚେଞ୍ଜର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅାଣିପାରେ ନିର୍ଣ୍ଣାୟକ ମୋଡ଼। ତେଣୁ ନବୀନଙ୍କୁ ନେଇ ଜାତୀୟ ରାଜନୀତିରେ ଚାଲିଛି ଟଣାଓଟରା। ଏନିଡିଏ ବନାମ୍ ବିରୋଧୀ। ହରିବଂଶ ନରାୟଣ ସିଂ ଭରସେସ୍ ବନ୍ଦନା ଚଭନ୍। ଜେଡିୟୁ ପ୍ରାର୍ଥୀ ହରିବଂଶ ଓ ସମ୍ଭାବ୍ୟ ବିରୋଧୀ ପ୍ରାର୍ଥୀ ବନ୍ଦନାଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହୋଇପାରେ ଟକ୍କର। ଏସବୁ ଭିତରେ କିନ୍ତୁ ଅଧିକ ଚର୍ଚ୍ଚାରେ ରହିଛି ବିଜେଡିର ଅାଭିମୁଖ୍ୟ। […]
କୋରାପୁଟ : କୋଟିଆ ପରେ କୋରାପୁଟର ଆଉ ଦୁଇ ଗାଁ ଉପରେ ଆନ୍ଧ୍ର ପକାଇଛି ନଜର। ଖାଲି ନଜର ନୁହେଁ, ଓଡ଼ିଶା ସରକାରଙ୍କ ଦୁର୍ବଳତାର ଫାଇଦା ନେଇ ସିଧା ଅନୁପ୍ରବେଶ କରିଛି ପଡ଼ୋଶୀ ରଜ୍ୟ ପ୍ରଶାସନ। ନିକଟରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ତୁଲୁମ୍ ପଞ୍ଚାୟତର ଜୟନ୍ତଗିରି ଗାଁରେ ଲାଗିଛି ତେଲୁଗୁ ଭାଷାରେ ଫଳକ। କିଛିଦିନ ତଳେ ଏହି ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଫଳକ ବି ମାରିଛନ୍ତି ଆନ୍ଧ୍ର ସରକାର। […]