• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

rain
ଲଗାଣ ବର୍ଷାରେ ନାକେଦମ୍ ସାରା ରାଜ୍ୟ

ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ […]

  • Monday, 19 July 2021
mnegrs
ରାଜ୍ୟରେ ମନରେଗାର ଦୟନୀୟ ସ୍ଥିତି

ଭୁବନେଶ୍ୱର : ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ବା MGNREGS ଯୋଜନାରେ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ। ବର୍ଷ ବର୍ଷ ଧରି ବି ପାଉଣା ଅପେକ୍ଷାରେ ଅଛନ୍ତି ବହୁ ହିତାଧିକାରୀ। ଏହି ଯୋଜନାରେ ଶ୍ରମଦାନର ୧୫ ଦିନ ଭିତରେ ପ୍ରାପ୍ୟ ମିଳିବାର ନିୟମ ଥିଲେ ବି ଏ ଅନୁଶାସନ ପ୍ରତି ଯେମିତି ଅାଖି ବୁଜି ଦେଇଛନ୍ତି ସରକାର। ଏ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲା ଯାଦବ।  ଏପଟେ […]

  • Monday, 19 July 2021
naveen3
ନବୀନଙ୍କ ସମର୍ଥନ ପାଇଁ ଜାତୀୟ ରାଜନୀତିରେ ଟଣାଓଟରା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହୋଇପାରେ ଗେମ୍ ଚେଞ୍ଜର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅାଣିପାରେ ନିର୍ଣ୍ଣାୟକ ମୋଡ଼। ତେଣୁ ନବୀନଙ୍କୁ ନେଇ ଜାତୀୟ ରାଜନୀତିରେ ଚାଲିଛି ଟଣାଓଟରା। ଏନିଡିଏ ବନାମ୍ ବିରୋଧୀ। ହରିବଂଶ ନରାୟଣ ସିଂ ଭରସେସ୍ ବନ୍ଦନା ଚଭନ୍। ଜେଡିୟୁ ପ୍ରାର୍ଥୀ ହରିବଂଶ ଓ ସମ୍ଭାବ୍ୟ ବିରୋଧୀ ପ୍ରାର୍ଥୀ ବନ୍ଦନାଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହୋଇପାରେ ଟକ୍କର। ଏସବୁ ଭିତରେ କିନ୍ତୁ ଅଧିକ ଚର୍ଚ୍ଚାରେ ରହିଛି ବିଜେଡିର ଅାଭିମୁଖ୍ୟ। […]

  • Monday, 19 July 2021
an
ଅାନ୍ଧ୍ର ନଜରରେ ଓଡ଼ିଶାର ଗାଁ

କୋରାପୁଟ : କୋଟିଆ ପରେ କୋରାପୁଟର ଆଉ ଦୁଇ ଗାଁ ଉପରେ ଆନ୍ଧ୍ର ପକାଇଛି ନଜର। ଖାଲି ନଜର ନୁହେଁ, ଓଡ଼ିଶା ସରକାରଙ୍କ ଦୁର୍ବଳତାର ଫାଇଦା ନେଇ ସିଧା ଅନୁପ୍ରବେଶ କରିଛି ପଡ଼ୋଶୀ ରଜ୍ୟ ପ୍ରଶାସନ। ନିକଟରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ତୁଲୁମ୍ ପଞ୍ଚାୟତର ଜୟନ୍ତଗିରି ଗାଁରେ ଲାଗିଛି ତେଲୁଗୁ ଭାଷାରେ ଫଳକ। କିଛିଦିନ ତଳେ ଏହି ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଫଳକ ବି ମାରିଛନ୍ତି ଆନ୍ଧ୍ର ସରକାର। […]

  • Monday, 19 July 2021
vlcsnap-error704
ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ

କେନ୍ଦ୍ରାପଡ଼ା: ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ। ଏହା କହିଛନ୍ତି, ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ହବିବୁର ରେହମାନର ବାପା। ସେ କହିଛନ୍ତି ଯେ, ୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଘରକୁ ଆସିଥିଲା। ତା’ ପରଠୁ ହବିବୁର ସହିତ ପରିବାର ଲୋକଙ୍କ କୌଣସି ସଂପର୍କ ନାହିଁ। ସେ କେମିତି ଆତଙ୍କବାଦୀଙ୍କ ସହିତ ମିଶିଲା, ତାହା ଜାଣିନଥିବା ହବିବୁରର ବାପା ମିର୍ ଅଏନୁର୍ ଉଦ୍ଦିନ କହିଛନ୍ତି। […]

  • Monday, 19 July 2021
Puri-Jagannath-temple-
ଜଗମୋହନରୁ ଗଳୁଛି ପାଣି

ପୁରୀ: ASI ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି। ଅଣସରପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ASI ପକ୍ଷରୁ ସତ୍ୟପାଠ ଦିଆଯାଇଥିବା ବେଳେ କାର୍ଯ୍ୟର ମାନକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠ ସତ୍ୱେ ପାଣି ଗଳିବା ନେଇ […]

  • Monday, 19 July 2021
image
କାନ୍ଥ ପଡ଼ି ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର

କେନ୍ଦୁଝର: କାନ୍ଥ ପଡ଼ି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଂଚୁପଲି ପଂଚାୟତର ବେଉସାହିରେ। ମୃତକ ଜଣକ ହେଲେ ଭାସ୍କର ଦେହୁରୀ। ଗୁରୁତର ତିଳୋତ୍ତମାକୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିବାରୁ ଘଟଣାସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି।

  • Monday, 19 July 2021