• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

keonjhar
ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ମହିଳା ପରୀକ୍ଷାର୍ଥୀ ଗୁରୁତର

କେନ୍ଦୁଝର: କେନ୍ଦୁଝରରେ ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମହିଳା ପରୀକ୍ଷାର୍ଥୀ ଗୁରୁତର ହୋଇଛନ୍ତି। ପରୀକ୍ଷାର୍ଥୀ ଜଣକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ପରୀକ୍ଷାର୍ଥୀ ହେଲେ ପଣ୍ଡାପଡା ଥାନା ଜଙ୍ଘିରା ଗାଁର ଦମୟନ୍ତୀ ବେହେରା। ସୂଚନାଥାଉ କି, ଗତକାଲି କଟକରେ ଓଡ଼ିଶା ଷ୍ଟେଟ୍‌ ଆର୍ମଡ୍‌ ପୁଲିସ୍‌ (OSAP) ଶାରୀରିକ ପରୀକ୍ଷାର ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା।

  • Monday, 19 July 2021
nuapada
ଭାଲୁ ଆକ୍ରମଣରେ ୨ ଆହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲର୍‌କି ଗାଁରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ୟାଦ୍‌ ବିଶ୍ୱାଳ ଓ ନିବାସ କୁମାର ନିଆଲ। ଆଜି ସକାଳେ ସେମାନେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହଠାତ୍ ଏକ ଭାଲୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୟାଦ ବିଶ୍ୱାଳଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ନିବାସଙ୍କ ହାତ ପାପୁଲିକୁ ଭାଲୁ କାମୁଡ଼ି ଦେଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କୋମନା […]

  • Monday, 19 July 2021
adivasi divas
ବିଜେଡି ଦ୍ୱାରା ବିଶ୍ୱ ଜନଜାତି ଦିବସ ପାଳନ

ଭୁବନେଶ୍ୱର : ବିଶ୍ୱ ଜନଜାତି ଦିବସ ଅବସରରେ ବିଜେଡିର ଅାଦିବାସୀ ସମାବେଶ। ରାଜଧାନୀର ଅାଦିବାସୀ ପଡ଼ିଆରେ ଅାୟୋଜିତ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅାଦିବାସୀଙ୍କ ପାଇଁ ଅାମେ କାମ କରି ଚାଲିଛୁ। ଲୋକଙ୍କ ସେବାରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରାଯାଇଛି। ଗୁରୁପ୍ରିୟା ଯୋଗୁଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିବ। ଅାଦିବାସୀଙ୍କ ବିକାଶ ପାଇଁ କାମ କରୁଛି, କାମ କରି ଚାଲିଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅାସିଥିବା […]

  • Monday, 19 July 2021
vlcsnap-error931
ପୁଣି ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଜଙ୍ଗଲ ରାସ୍ତା ଦେଇ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଶିଶୁଟିକୁ ଦେଖିଥିଲେ। ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଜନ୍ଦା ପିମ୍ପୁଡ଼ି ଖାଉଥିବା ଦେଖି ସାଙ୍ଗେସାଙ୍ଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଶିଶୁଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡ଼ିଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନି।

  • Monday, 19 July 2021
Capture
ରେଳ ଟ୍ରାକ୍‌ ତାଡ଼ି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଲାଲବାହିନୀର ତାଣ୍ଡବ।  ଛତିଶଗଡ଼ର ଦାନ୍ତେଓ୍ୱାଡା କମାଲୁର ଷ୍ଟେସନ ନିକଟରେ ମାଓବାଦୀମାନେ ଏକ ରେଳ ଟ୍ରାକ୍‌କୁ  ତାଡ଼ି  ଦେଇଛନ୍ତି। ଏଥିପାଇଁ  ଟ୍ରେନ୍‌ଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସୂଚନା ଅନୁସାରେ, ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ୍‌ କମାଲୁରରୁ ଦାନ୍ତେଓ୍ୱାଡ଼ା ଯାଉଥିଲା। ଟ୍ରେନ୍‌ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ତେବେ ରେଳ ଟ୍ରାକରେ ସମସ୍ୟା ଥିବା  ଜାଣିବା ପରେ ଟ୍ରେନ୍‌କୁ ଅଟକା ଯାଇଥିଲା। ପରେ […]

  • Monday, 19 July 2021
vlcsnap-error394
ଆଜି ଓ କାଲି ବଲାଙ୍ଗିର ବନ୍ଦ

ବଲାଙ୍ଗିର: ଆଜି ଓ କାଲି ବଲାଙ୍ଗିର ସହର ବନ୍ଦ। ବାଇପାସ୍‌ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛି। ପୂର୍ବରୁ କଂଗ୍ରେସ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଥିଲା। ଏହା ପରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୁଇ ଦିନିଆ […]

  • Monday, 19 July 2021
post master
ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ହତ୍ୟା!

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପପୁଲୁରୁ ସବ୍ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ତାଙ୍କ ନାଁ ନାରାୟଣ ପୋଲାସି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୧୦ରୁ ୧୫ ସଶସ୍ତ୍ର ଲୋକ ଗାଁକୁ ଆସିଥିଲେ। ପରେ ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା […]

  • Monday, 19 July 2021
vlcsnap-error150
ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। କେନ୍ଦୁଝର ବାମେବାରୀ ଥାନା ପୀଢ଼ପୋଖରୀ ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ପୀଢ଼ପୋଖରୀ ଗାଁର ସୁଦାମ ମୁଣ୍ଡା। ଅଭିଯୋଗ ଅନୁଯାୟୀ,ଏହି ଗାଁର ଟୁଟୁ ମୁଣ୍ଡାଙ୍କ ମାଆ ଦେହ କିଛି ଦିନ ହେଲା ଖରାପ ରହିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି କରି ସୁଦାମ ତାଙ୍କ ମାଆକୁ ମାରିଦେଇଥିବା ନେଇ ଟୁଟୁ ସନ୍ଦେହ କରୁଥିଲା। ଗତକାଲି ଟୁଟୁଙ୍କ ସହ ତାଙ୍କର ସମ୍ପର୍କୀୟ ଏକାଠି ହୋଇ […]

  • Monday, 19 July 2021
snake
ଉଦ୍ଧାର ହେଲା ୧୦ ଫୁଟ୍ ର ଅଜଗର

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

vlcsnap-error318
ମାଲକାନଗିରି ସତ୍ୟମ୍‌ଗୁଡ଼ାରୁ ଅଜଗର ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠ ସତ୍ୟମ୍‌ଗୁଡ଼ାର ଜଣଙ୍କ ଘରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ। ଘରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଟିଣ ଛାତ ତଳେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ଦେବା ପରେ ସ୍ନେକ୍‌ ହେଲପ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

  • Monday, 19 July 2021
vlcsnap-error051
OCL ଖଣି ସଂପ୍ରସାରଣକୁ ସ୍ଥାନୀୟ ଲୋକଙ୍କ ବିରୋଧ

ସୁନ୍ଦରଗଡ଼: ଲୋକଙ୍କ ବିରୋଧ ପରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର OCL ଚୂନପଥର ଖଣି ସମ୍ପ୍ରସାରଣ ସଂପର୍କିତ ଜନଶୁଣାଣି ସ୍ଥଗିତ ରହିଛି। ଆଜି ଜାମ୍ପାଲିରେ ଜନଶୁଣାଣି ହେବାର ଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚୂନ ପଥର ଖଣି ସଂପ୍ରସାରଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହାର ନେତୃତ୍ୱ ନେଉଛନ୍ତି ଜର୍ଜ ତିର୍କୀ। ତେବେ OCL କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ଯେ, ଖଣି […]

  • Monday, 19 July 2021