• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା
ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା

ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍‌ଧାମରେ ମନାଇବେ ଇସ୍‌ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍‌ଜିଦ୍ ଓ ଇଦ୍‌ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ଇଦ୍‌ଗା ମୈଦାନ୍ ଓ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିବ। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ। ଏହାପରେ […]

  • Friday, 02 July 2021
ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା
ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା

ଥିରୁଅନନ୍ତପୁରମ୍‌ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ରିଲିଫ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ବନ୍ୟା ଘେରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୫ ହଜାର ଲୋକ ୬୪୫ଟି […]

  • Friday, 02 July 2021
ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ
ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ

ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ରହିଛି। ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ […]

  • Friday, 02 July 2021
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ ଅନ୍ୟ ଏକ ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡ ଓ ୨୫ ହଜାର ଜୋରିମାନା କରାଯାଇଛି। ସୂଚନା ମୁତାବକ,ସୁଶାନ୍ତ ଧଳ ସାମନ୍ତ ବେଆଇନ ଅସ୍ତ୍ରଶସ୍ତ୍ର ଦେଖାଇ ଦାଦାବଟି […]

  • Friday, 02 July 2021
କିଡନୀ ରୋଗ ଅାତଙ୍କ   
କିଡନୀ ରୋଗ ଅାତଙ୍କ  

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍‌ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଥିବା ନଳକୂଅ ପାଣିରୁ ଲୁହା ଗୁଣ୍ଡ ବାହାରୁଥିବାବେଳେ ସବୁବେଳେ ପାଣିକୁ କପଡାରେ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ ଏଭଳି ଦୂଷିତ ପାଣି ପିଇ କିଡନୀ […]

  • Friday, 02 July 2021
କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ
କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ

ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି ଉଦ୍ଧାର ଅପେକ୍ଷାରେ। ଏହି ଗାଁର ୩୦ରୁ ଅଧିକ ଶ୍ରମିକ ଏବେ ଏଭଳି ବିପନ୍ନ ଅବସ୍ଥାରେ ଜୀବନ ଜୀଉଁଛନ୍ତି କେରଳରେ। କେବଳ ଏହି ଗୋଟିଏ ଗାଁ ନୁହେଁ, ରାଜ୍ୟର […]

  • Friday, 02 July 2021
ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର  
ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର  

କନ୍ଧମାଳ : ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ  ଗତକାଲି ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ ମିଞ୍ଜାପାଙ୍ଗା ଗାଁର ରେବତୀ ବଳିୟାରସିଂହ ସ୍ୱାମୀ ରିଫନଙ୍କ ସହ ମୋହନାରୁ ବସ୍ ଯୋଗେ ଫେରି ଝିଞ୍ଜିରିଗୁଡ଼ା ଛକରେ ଓହ୍ଲାଇଥିଲେ। ଏହି ସମୟରେ କରଜ ଟଙ୍କାକୁ ନେଇ ୪ଜଣ ଯୁବକ ଅତର୍କିତ ଭାବେ ସଂଘବଦ୍ଧ ହୋଇ ରିଫନଙ୍କୁ ଅାକ୍ରମଣ କରିଥିଲେ। ଗର୍ଭବତୀ ରେବତୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଯୁବକମାନେ ତାଙ୍କୁ ଗୋଇଠା […]

  • Friday, 02 July 2021
୩ ନକଲି ଅାର୍‌ଅାଇ ଗିରଫ
୩ ନକଲି ଅାର୍‌ଅାଇ ଗିରଫ

ନୂଅାପଡ଼ା : ନିଜକୁ RIର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୩ ଜଣ ଯୁବକ ଗିରଫ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ଝସକେତନ ତାଣ୍ଡି, ପ୍ରଶାନ୍ତ ତାଣ୍ଡି ଏବଂ ଯଦୁ ଭୁଏ। ନୂଅାପଡ଼ା ଜିଲ୍ଲା କୋମନା ଏବଂ ନୂଅାପଡ଼ା ତହସିଲର ବିଭିନ୍ନ ଗାଁରେ ଭୂମିହୀନ ଲୋକଙ୍କୁ ଘର ଡିହ ଜମି ଓ ଚାଷ ଜମି ଯୋଗାଇ ଦେବା ନାଁରେ ଠକିଥିବା ଅଭିଯୋଗ ରହିଛି ଏମାନଙ୍କ ନାଁରେ। ଏକ ନିର୍ଦ୍ଦିଷ୍ଟ ଫର୍ମରେ ତଥ୍ୟ ନେଇ ଜଣକା ୧୦୦ […]

  • Friday, 02 July 2021
ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ସିହିଡିହା ଗାଁରେ ଉତ୍ତେଜନା। କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ବାରକୋଟ-କଲେଇପୋଷ ରାସ୍ତା ଅବରୋଧ କରିଛନ୍ତି। ପାଖ ଗାଁର ରଶ୍ମୀ ଗିରି ଅାଜି ଦିନ ସାଢେ ୧୦ଟା ବେଳେ ପାହାଡି ଭୂୟାଁ ଅାବାସିକ ବିଦ୍ୟାଳୟରେ ପାଠ ପଢୁଥିବା ନିଜ ସାନ ଭାଇକୁ ଦେଖିବାକୁ ସିହିଡିହା ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ […]

  • Friday, 02 July 2021
ଘରୋଇ କଳିର କରୁଣ ପରିଣତି

ବରଗଡ଼: ଘରୋଇ କଳିର କରୁଣ ପରିଣତି। କୀଟନାଶକ ପିଇ ବାପ ପୁଅ ଗୁରୁତର। ବରଗଡ଼ ଗାଇସୀମା ପଞ୍ଚାୟତ ନୂଆଁଗଡ଼ ଗାଁ ରେ ବାପା ପରମା ସୁନା ଏବଂ ପୁଅ ବୁଧୁ ସୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ  ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘରୋଇ କଳହକୁ କେନ୍ଦ୍ର କରି ଆଜି ସକାଳେ ଉଭୟେ କୀଟନାଶକ ପିଇଦେଇଥିବା ସନ୍ଦେହ କରାଯାଉଛି।

  • Friday, 02 July 2021
କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ନୟାଗଡ଼: କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟରୁ। ଅଭିଯୋଗ ଅନୁଯାୟୀ ଜଣେ ମହିଳା କର୍ମଚାରୀଙ୍କୁ ସେହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଅଧ୍ୟାପକ ହରେକୃଷ୍ଣ ମହାପାତ୍ର ଏବଂ ଚନ୍ଦ୍ରକାନ୍ତ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଏ ସମ୍ପର୍କରେ ସେ ଆଗରୁ କଲେଜ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିଥିଲେ ବି କିଛି ଫଳ ନମିଳିବାରୁ […]

  • Friday, 02 July 2021
ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଗଜପତି  : ଗଜପତି ଜିଲ୍ଲାରେ ଅାଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କାଶୀନଗର ବ୍ଲକ୍‌ ସିଗିପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଚିନ୍ତାରା। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡେଙ୍ଗୁ ଜ୍ୱରରେ ଅାକ୍ରାନ୍ତ ହୋଇ ୫ ଦିନ ହେବ ସେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।  

  • Friday, 02 July 2021
ଶସ୍ତାରେ ମିଳୁଛି ଇଲିସି ମାଛ

ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର।  ଏବେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୪୫୦ଟଙ୍କା ଦରରେ ବିକ୍ରି ହେଉଛି। ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ମାଛ ମାର୍କେଟରେ ଗ୍ରାହକଙ୍କ ଭିଡ଼ ଜମୁଛି। ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି। ଏତେ ଇଲିଶି ରଖିବାକୁ ବରଫ ଓ ସ୍ଥାନର ଅଭାବ ଯୋଗୁ କମ୍‌ ଦରରେ ବିକ୍ରି ହେଉଛି।  ଛୋଟ ମାଛ ଯୋଡ଼ା ୧୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ମାଛ ଯୋଡ଼ା ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି।” ଜଣେ ମତ୍ସ୍ୟ ବ୍ୟବସାୟୀ କହିଛନ୍ତି,“ବଜାରରେ ଇଲିଶି ଦର ଖସିବା ଯୋଗୁ ମାଛ ବ୍ୟବସାୟୀଙ୍କର କୌଣସି କ୍ଷତି ହେବ ନାହିଁ। ପାଣିପାଗ ଏଭଳି ରହିଲେ ଆହୁରି ଇଲିଶି ଧରାପଡ଼ିବେ ଓଦର କମ୍‌ ରହିବ।” ଇଲିଶି ଦର ଶସ୍ତା ହୋଇଥିବାରୁ ଲୋକେ ନିଜ ସହ ବନ୍ଧୁବାନ୍ଧବଙ୍କ ପାଇଁ କିଣି ନେଉଛନ୍ତି। (ପାରାଦୀପରୁ ଏନ୍‌.ଏମ୍‌ […]

  • Friday, 02 July 2021
ନିର୍ଯାତନାର ବହ୍ନିରେ ଜଳିଗଲେ ଡାକ୍ତରାଣୀ ବୋହୂ
ନିର୍ଯାତନାର ବହ୍ନିରେ ଜଳିଗଲେ ଡାକ୍ତରାଣୀ ବୋହୂ

ଗଞ୍ଜାମ  : ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଅାତ୍ମୀୟ ଧୋକା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ବୋଧହୁଏ ମୋହ ତୁଟିଯାଏ। ଅାଉ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ଜୀବନ ହାରିଦେଇଛନ୍ତି ଜଣେ ସ୍ୱଳ୍ପ ବୟସର ମହିଳା ଡାକ୍ତର। ଗଞ୍ଜାମ, ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଅାଗକୁ ଡେଇଁ ସବୁ ନିର୍ଯାତନା ଓ ଲାଞ୍ଛନାରୁ ନିଜକୁ ମୁକ୍ତ କରିଦେଇଛନ୍ତି ଡାକ୍ତର ଅର୍ଚ୍ଚନା ଦାଶ। ଡାକ୍ତର ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା […]

  • Friday, 02 July 2021
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ମାଡ଼ ଖାଇଲେ ସ୍ୱାମୀ ଅଗ୍ନିବେଶ  
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ମାଡ଼ ଖାଇଲେ ସ୍ୱାମୀ ଅଗ୍ନିବେଶ  

ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ,ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଥିବାର ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ […]

  • Friday, 02 July 2021
ବିଜେଡିକୁ ଦାମ ବାଣ
ବିଜେଡିକୁ ଦାମ ବାଣ

ଭୁବନେଶ୍ୱର : ରାଜ୍ୟ ରାଜନୀତି ସହ ବିଭିନ୍ନ ପ୍ରସଙ୍ଗରେ ପୁଣି ଥରେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ। ସ୍ଥିତିକୁ ଦେଖି ବିଜେଡିର ନୀତି ବଦଳୁଛି ବୋଲି କହିଛନ୍ତି ଦାମ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତାସହ ବିଜେଡିରେ କୌଣସି ସମ୍ବିଧାନ ନାହିଁ ବୋଲି ଦାମ ମତ ରଖିଛନ୍ତି। ବ୍ଲାକରୋଜ୍ ସହ ବିଜେଡିର କେମିତି ରହିଛି ଲିଙ୍କ୍‌, ସେନେଇ ମଧ୍ୟ ଦାମ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଲାକଥା କାର୍ଯ୍ୟକ୍ରମରେ। […]

  • Friday, 02 July 2021
ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା
ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା

ଢେଙ୍କାନାଳ  : ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକମାନେ ହେଲେ ସୁଧାକର ବାଡ଼ିଆ ଓ ସିଲି ବାଡ଼ିଆ। ଅାଜି ଦିନ ୧୧ଟା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସୁଧାକର ଏକ ଟାଙ୍ଗିଆରେ ସ୍ତ୍ରୀ ସିଲିକୁ ହାଣି ହତ୍ୟା କରିଥିଲା। ପରେ ଫାଶୀ ଲଗେଇ ସୁଧାକର ଅାତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହକୁ ନେଇ ହତ୍ୟା […]

  • Friday, 02 July 2021
ଓଡ଼ିଶା ସହ ବାଜପେୟୀଙ୍କର ଥିଲା ଘନିଷ୍ଠ ସମ୍ପର୍କ
ଓଡ଼ିଶା ସହ ବାଜପେୟୀଙ୍କର ଥିଲା ଘନିଷ୍ଠ ସମ୍ପର୍କ

ଭୁବନେଶ୍ୱର : ବାଜପେୟୀ ସିନା ଇହଧାମରେ ନାହାନ୍ତି, ହେଲେ ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ସହ ଥିବା ତାଙ୍କର ସଂପର୍କ କିନ୍ତୁ ଅଭୂଲା ହୋଇ ରହିବ। ୧୯୯୯ ମହାବାତ୍ୟା ଭଳି ସଙ୍କଟ ବେଳ ହେଉ ଅବା ମେଣ୍ଟ ରାଜନୀତି, ସବୁଠି ବାଜପେୟୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ଏମ୍‌ସ ହେଉ କି ପାରାଦୀପରେ ଅାଇଓସିଏଲ୍‌ ନିର୍ମାଣ ବାଜପେୟୀ ଥିଲେ ତାର ମୁଖ୍ୟ ବିନ୍ଧାଣୀ। ଏମିତିକି ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ। […]

  • Friday, 02 July 2021
ପାଲଲହଡ଼ା ବିଧାୟକ ବିରୋଧରେ ଧମକ ଅଭିଯୋଗ
ପାଲଲହଡ଼ା ବିଧାୟକ ବିରୋଧରେ ଧମକ ଅଭିଯୋଗ

ପାଲଲହଡ଼ା: ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ  ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି […]

  • Friday, 02 July 2021
ପ୍ରଦେଶ କଂଗ୍ରେସ କମିଟିର ନୂଅା ଟିମ୍ ଘୋଷଣା

ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ପରେ ଏହି ଟିମ୍‌ ଘୋଷଣା ହୋଇଛିା କମିଟିରେ ଅଛନ୍ତି ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ। ଟିମ୍‌ରେ ୨୪ଜଣ ସାଧାରଣ ସଂପାଦକ ଓ ୯୯ ସଂପାଦକ ଅଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଥିବାବେଳେ କିଶୋର ପଟେଲ ହୋଇଛନ୍ତି ପିସିସି କୋଷାଧ୍ୟକ୍ଷ। ପିସିସି ଉପସଭାପତି ଭାବେ ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, […]

  • Friday, 02 July 2021
ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାହସିକତା, ବିଶିଷ୍ଟ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅାଜି ପ୍ରଦାନ କରାଯାଇଛି ପୁଲିସ୍‌ ମେଡାଲ। ଜାନୁଅାରୀ ୨୬ରେ ଘୋଷଣା ହୋଇଥିବା ଏହି ପୁରସ୍କାର ଅାଜି ପ୍ରଦାନ କରାଯାଇଛି। ଜୟଦେବ ଭବନରେ ଅାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅାରକ୍ଷୀ,  ଅଗ୍ନିଶମ, ଜେଲ, ଗୃହରକ୍ଷୀ  ଓ ସିଭିଲ୍‌ ଡିଫେନ୍ସର ବିଭିନ୍ନ ଶ୍ରେଣୀରେ ୨୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସାହାସିକତା ପାଇଁ ପ୍ରଶଂସନୀୟ ସେବା ଏବଂ ଉତ୍କୃଷ୍ଟ ପୁଲିସ ଟ୍ରେନିଂ […]

  • Friday, 02 July 2021
ସ୍ୱାଧୀନତା ଦିବସରେ କେନ୍ଦ୍ର-ରାଜ୍ୟ ଯୋଜନା ଟକ୍କର
ସ୍ୱାଧୀନତା ଦିବସରେ କେନ୍ଦ୍ର-ରାଜ୍ୟ ଯୋଜନା ଟକ୍କର

ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ନିର୍ବାଚନୀ ବର୍ଷରେ ଲୋକଙ୍କ ମନ ଜିତିବା ପାଇଁ  ଯୋଜନା ଯୋଜନା ମଧ୍ୟରେ ଟକ୍କର। କେନ୍ଦ୍ର ସରକାରଙ୍କ ଅାୟୁଷ୍ମାନ ଭାରତ ଯୋଜନାକୁ ନା କହି  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରିଛନ୍ତି ରାଜ୍ୟ ସରକାର। ସ୍ୱାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଜନାର ଘୋଷଣା କରିବା ସହ କ୍ୟାପିଟାଲ ହସ୍‌ପିଟାଲରେ ଏହାର ହେଲ୍‌ପଡେସ୍କ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର […]

  • Friday, 02 July 2021
ପ୍ରବଳ ବର୍ଷାରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଟ୍ରେନ୍‌ ବାତିଲ୍‌
ପ୍ରବଳ ବର୍ଷାରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ ମଧ୍ୟରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ରେଳ ବିଭାଗର ସୂଚନା ଅନୁସାରେ ସମ୍ବଲପୁର-କୋରାପୁଟ ପାସେଞ୍ଜର, ଜୁନାଗଡ଼ା-ଲାଞ୍ଜିଗଡ଼ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି। ସମ୍ବଲପୁର-କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ଉଭୟ ଟ୍ରେନ୍ ବାତିଲ ହୋଇଛି। ସେହିପରି ସମ୍ବଲପୁର-ଜୁନାଗଡ଼ ଓ ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍ ଉଭୟ ପଟୁ ବାତିଲ କରାଯାଇଛି। ଧାନବାଦ-ଅାଲେପି […]

  • Friday, 02 July 2021
୧୮ ବର୍ଷ ପରେ ବି ହୋଇପାରିନି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ

ନୂଆପଡ଼ା: ତିନି ପଟେ ପାଣି ,ମଝିରେ ଗାଁ। ଅନେକ ଘରେ ପାଣି ପଶିଯାଇଛି। ନୂଆପଡ଼ା ଜିଲ୍ଲା ନିର୍ମାଣାଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମ୍ପୂର୍ଣ୍ଣ ବୁଡ଼ିଯାଇଛି କାଲିମାଟି ଗାଁ । ଗାଁର ବିସ୍ଥାପିତ ଲୋକଙ୍କୁ ଏ ଯାଏଁ ମିଳିନି କ୍ଷତିପୂରଣ, ଏଣେ ଲୋକେ ଗାଁ ଛାଡ଼ିପାରୁନାହାଁନ୍ତି କି ରହି ବି ପାରୁନାହାଁନ୍ତି। ଗାଁ ଛାଡିଲେ କ୍ଷତିପୂରଣ ମିଳିବ ନାହିଁ ବୋଲ ଭୟ ରହିଛି। ତେଣୁ କାଲିମାଟି ଗାଁଠାରୁ କିଛି ଦୂରରେ ଏକ ନୂତନ ଗାଁ ତିଆରି କରି […]

  • Friday, 02 July 2021
ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା
ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା

ବାଲେଶ୍ୱର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଚକୁଳିଅା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଛାତ୍ରୀ ରାଇମଣି ବିନ୍ଧାଣୀ ଓ ବର୍ଜୁ ମୁର୍ମୁ ସ୍କୁଲରୁ ଫେରି ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣକ ଗୋଡ ଖସିଯିବାରୁ ଅନ୍ୟ ଜଣକ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ତେବେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ। ପାଖରେ ଥିବା ଜଣେ ମହିଳା ଏହା […]

  • Friday, 02 July 2021