• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ହୁତ୍ ହୁତ୍ ହୋଇ ଜଳିଗଲା ପିଚୁ ଫ୍ୟାକ୍ଟ୍ରି

ସମ୍ବଲପୁର: ହୁତ୍ ହୁତ୍ ହୋଇ ଜଳିଗଲା ପିଚୁ ଫ୍ୟାକ୍ଟ୍ରି। ସମ୍ବଲପୁର ଜିଲ୍ଲା ଜୟନ୍ତପୁରରେ ଥିବା ଏକ ପିଚୁ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିରେ ଥିବା କିଛି ପାଇପ୍ ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

  • Saturday, 03 July 2021
ହଲକୁ ଅାସିଲା ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ୍’
ହଲକୁ ଅାସିଲା ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ୍’

ଭୁବନେଶ୍ୱର : ପୂଜା ବଜାରରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ ଟନିକ୍। ଗୋଟିଏ ‘ପ୍ରେମ୍ କୁମାର’ ଓ ଅନ୍ୟଟି ‘ଶ୍ରୀମାନ ସୁର ଦାସ’। ତରଙ୍ଗ ସିନେ ପ୍ରଡକ୍ସସନ୍ସର ଏ ଦୁଇଟି ଯାକ ଫିଲ୍ମ ରିଲିଜ୍ ପରେ ଅାଜି ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏମିତି କ୍ରେଜ୍ । କଟକ ବୃନ୍ଦାବନ ଟକିଜ୍‌ରେ ‘ପ୍ରେମକୁମାର’ ପ୍ରିମିୟର ସୋ ପୂର୍ବରୁ ହିଁ ବେଶ୍ ଖଚାଖଚ୍ ହୋଇଥିଲା ହଲ୍ ପରିସର। ହଲ୍ ବାହାରେ ଓ ଭିତରେ ଥିଲା ଦର୍ଶକଙ୍କ ପ୍ରବଳ ଭିଡ । […]

  • Saturday, 03 July 2021
ତେଜୁଛି ବିଜେଡିର ଗୋଷ୍ଠୀ କନ୍ଦଳ
ତେଜୁଛି ବିଜେଡିର ଗୋଷ୍ଠୀ କନ୍ଦଳ

କଣ୍ଟାମାଳ : ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ର ହେବାରେ ଲାଗିଛି। ବିଧାୟକଙ୍କ ବିରୋଧରେ କର୍ମୀମାନେ ଖୋଲାଖୋଲି ପ୍ରତିବାଦ କରୁଛନ୍ତି। ବୌଦ୍ଧରେ ଦଳ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। କଣ୍ଟାମାଳ ବିଧାୟକ ମହିଧର ରଣାଙ୍କୁ ଖୋଲା ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଆଗାମୀ ନିର୍ବାଚନରେ ମହିଧରଙ୍କୁ ଯଦି ଦିଆଯିବ, ତେବେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। କୁଲତାଜୋର ପଞ୍ଚାୟତ ଛେପ୍ରାରେ ୮ଟି ପଞ୍ଚାୟତର ବିଜେଡି କର୍ମୀ ଏକାଠି ହୋଇ ବିଧାୟକଙ୍କ […]

  • Saturday, 03 July 2021
କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ
କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ବାଇସିଙ୍ଗା ଗାଁରେ କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ । ରେଙ୍ଗାଲି ଭଇରପୁର ଶାଖା କେନାଲ ଭାଙ୍ଗି ଯିବାରୁ ଗାଁ ଭିତରକୁ ପାଣି ପଶିଯାଇଛି। ଗାଁ ପାଖ ଦେଇ ଯାଇଥିବା କେନାଲରେ ଘାଇ ସୃଷ୍ଟି ହୋଇଥିଲା।  ପରେ ପରେ ୧୦ ଫୁଟ ଗଭୀର ହୋଇ ଗାଁ ଭିତରକୁ ପାଣି ପଶିଯାଇଛି। ଲୋକେ ପାଣିକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ […]

  • Saturday, 03 July 2021