• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ତଥା ଜାମିନଯୁକ୍ତ ମାମଲା ଗୁଡ଼ିକର ବିଚାର କରି ସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟଦିବସର ସମୟ ଅନୁଯାୟୀ କ୍ୟାମ୍ପ୍ କୋର୍ଟ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ।

  • Saturday, 03 July 2021