• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

lockdown
ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ୍‌ ବୃଦ୍ଧି ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଯଦିଓ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା ହୋଇଛି, ହେଲେ କିଛି କଟକଣାକୁ କୋହଳ କରାଯିବା […]

  • Saturday, 03 July 2021
corona vaccine
ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ:କରୋନା ଭାଇରସକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଚିନ୍ତା ଦୂର କରିବାକୁ ଯାଉଛି। ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ପ୍ରସ୍ତୁତି କାମ ଶେଷ ହୋଇଯିବ ।  ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ କରୋନା ଟିକା ଯୋଗାଇ ଦିଆଯାଇ ପାରିବ। ପ୍ରାୟ ୨୦ କୋଟି କରୋନା ଟିକା ଉତ୍ପାଦନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ […]

  • Saturday, 03 July 2021
fine-1
ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ବରଗଡ଼: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କିରାସିନି ଘୋଟାଲା ଅଭିଯୋଗରେ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଇସିଲଟ ବିଡିଓ, ସରପଞ୍ଚଙ୍କୁ ଏହି ଅର୍ଥଦଣ୍ଡ କରିଛନ୍ତି। ୧ ଲକ୍ଷ ଟଙ୍କା ଜରିମାନା ୩ ଦିନ ମଧ୍ୟରେ […]

  • Saturday, 03 July 2021
coronavirus
ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୪୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ରେ ପହଞ୍ଚିଛି।

  • Saturday, 03 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ

  • Saturday, 03 July 2021
corona1
ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଲଗାତର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୫୭୦୦ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 49 from Boudh39 from Gajapati35 from Kalahandi21 from Deogarh162 from State Pool The total recovered cases of […]

  • Saturday, 03 July 2021
ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧ ତାରିଖ ଠାରୁ ଏହି ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହେବ। ଅନଲକ୍‌-୫ ଗାଇଡ୍‌ଲାଇନ୍‌ ଅନୁସାରେ କଣ ସବୁ ଖୋଲା ରହିବ, କାହା ପାଇଂ କଣ ନିୟମ ରହିବ ଆସନ୍ତୁ ଜାଣିବା। ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସିନେମା ହଲ୍ ଓ ଥିଏଟର୍ସ ଲାଗି SOP ଜାରି କରିବ […]

shutdown
ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ବାଲେଶ୍ୱର: ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ କପଡ଼ା ଓ ଲୁଗା ଦୋକାନୀ ସଂଘ ବିରୋଧ କରିଛି। ପୂର୍ବରୁ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ ନେତୃତ୍ୱରେ ୧୫ଟି ବ୍ୟବସାୟୀ ସଂଘ ଏକତ୍ରିତ ହୋଇ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବିବୃତି ପ୍ରକାଶ ପାଇନାହିଁ। ତେବେ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସର ଏଭଳି […]

  • Saturday, 03 July 2021
corona test
୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୬୧୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୧୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୯୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ରେ ପହଞ୍ଚିଛି।

  • Saturday, 03 July 2021
coronavirus
ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform the demise of seventeen #COVID19 positive patients while under treatment in hospitals. 1. A 45-year old male of Angul district who was also […]

  • Saturday, 03 July 2021
corona testing
ଆଜି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ, ୪୫ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ କରୋନା ଆକ୍ରାନ୍ତଙ୍କ…

  • Saturday, 03 July 2021
lockdown
ଆସିଲା ରାଜ୍ୟ ସରକାରଙ୍କ ଅନ୍‌ଲକ୍ ଗାଇଡ୍ ଲାଇନ୍

ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ରହିବ:- କଣ୍ଟେନମେଣ୍ଟ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡାଉନ୍ ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଓ ସୁଇମିଂ ପୁଲ କେବଳ କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ ୩୧ ଯାଏଁ ଥିଏଟର ଓ ଅଡିଟୋରିଅମ୍ ବନ୍ଦ ରହିବ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ […]

  • Saturday, 03 July 2021
mask
ରାଜ୍ୟରେ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୦୦୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧାରୁ ସର୍ବାଧତ୍କ ୭୭୦, କଟକରୁ ୫୫୮, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୨୩୩ ଲେଖାଏଁ, ଯାଜପୁରରୁ ୧୯୮, ପୁରୀ- ୧୯୨, ଝାରସୁଗୁଡ଼ା- ୧୬୮, ମୟୂରଭଞ୍ଜରୁ ୧୫୮, ବରଗଡ଼- ୧୩୫, କେନ୍ଦ୍ରାପଡ଼ା- ୧୨୪, ବାଲେଶ୍ୱରରୁ ୧୨୨ ସୁସ୍ଥ […]

  • Saturday, 03 July 2021
ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର କଟକଣା ଅବଧି ବଢ଼ିଲା

ପୁରୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ବାରଣ କରାଯାଇଛି। ଏ ନେଇ କଟକଣା ମଧ୍ୟ ଲାଗୁ ହୋଇଛି। ଯାହାର ଅବଧି ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। ସେହିପରି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଜାରି ହୋଇଥିବା କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କୋଭିଡ୍‌ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। […]

  • Saturday, 03 July 2021
ନଡ଼ିଆ ଷଢେଇରେ ନିଆରା ମାସ୍କ

ପୁରୀ: ଆପଣ ସୁନା, ରୂପା ମାସ୍କ…ଏପରିକି ହୀରା ଖଚିତ ମାସ୍କ ଶୁଣିଥିବେ ହେଲେ କେବେ ନଡ଼ିଆ ଷଢେଇରେ ମାସ୍କ ଶୁଣିଛନ୍ତି କି ? ହେଲେ ଏବେ ଏହି ମାସ୍କକୁ ନେଇ ବେଶ୍‌ ଚର୍ଚ୍ଚା। ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ ଭୀମସେନ ଖୁଣ୍ଟିଆ ନଡ଼ିଆ ସଢ଼େଇରେ ତିଆରି ମାସ୍କ ପିନ୍ଧି ହସ୍ତଶିଳ୍ପକୁ ପ୍ରୋତ୍ସାହନ କରିଛନ୍ତି। ଏହି ମାସ୍କ ଏଭଳି ଭାବରେ ତିଆରି କରାଯାଇଛି ଯେଉଁଥିରେ ନିଶ୍ୱାସ ନେବାପାଇଁ ଏକ ସ୍ୱତନ୍ତ୍ର ରାସ୍ତା କରାଯାଇଛି। ଯେପରି ନିଶ୍ୱାସ ପ୍ରଶ୍ୱାସ […]

  • Saturday, 03 July 2021
corona
ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୩,୬୦୦ ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍ କେବଳ‌ ୧,୪୯୧

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୬୦୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୦୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ରେ ପହଞ୍ଚିଛି।

  • Saturday, 03 July 2021
ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୫ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୬ଜଣ, ନୟାଗଡ଼ରୁ ୩ଜଣ, କଟକ ଓ ବାଲେଶ୍ୱରରୁ ୨ଜଣ ଲେଖାଏ, ଜଗତସିଂହପୁର, ବରଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of sixteen #COVID19 […]

  • Saturday, 03 July 2021
coronavirus
କେବଳ ସେପ୍ଟେମ୍ବର ମାସରେ ୪୧.୫୩% କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି  ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି। ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର […]

  • Saturday, 03 July 2021
harsh-wardhan
କରୋନାଠୁ ଦୂରେଇ ରହିବା ପାଇଁ କାହାକୁ ବଡ଼ ଅସ୍ତ୍ର କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍‌କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ […]

  • Saturday, 03 July 2021
bhubaneswar
ଭୁବନେଶ୍ୱରରୁ ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୮, ଲୋକାଲ୍ କେସ୍ ୨୫୪ ରହିଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଜିଲ୍ଲାରୁ କେତେ:- ପଟିଆରୁ ୨୨, ନୟାପଲ୍ଲୀରୁ ୧୩, ଝାରପଡ଼ାରୁ ୧୦, ଚନ୍ଦ୍ରଶେଖରପୁରରୁ ୯, ୟୁନିଟ୍-୯ ଓ ୟୁନିଟ୍-୬ରୁ ୮ ଲେଖାଏଁ, ବାପୁଜୀ ନଗରରୁ ୭, ଶୈଳଶ୍ରୀ ବିହାରରୁ ୭, ସହିଦ୍ […]

  • Saturday, 03 July 2021
mask
ସୁସ୍ଥ ହେଲେ ୪୦୪୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩, କଟକ- ୪୬୬, ଷ୍ଟେଟ୍ ପୁଲ୍- ୩୧୩, ପୁରୀ- ୧୯୫, ଯାଜପୁର-୧୭୬, ଅନୁଗୁଳ- ୧୬୭, କନ୍ଧମାଳ- ୧୪୬, କେନ୍ଦ୍ରାପଡ଼ା- ୧୪୨, ନବରଙ୍ଗପୁର- […]

  • Saturday, 03 July 2021
trump
ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।ଆସନ୍ତା ମାସ ୩ ତାରିଖରେ ଆମେରିକାରେ […]

  • Saturday, 03 July 2021
priyam garg
କ୍ରିକେଟ୍‌ କିଟ୍‌ କିଣିବା ପାଇଁ ପାଖରେ ଟଙ୍କା ନ ଥିଲା, ହେଲେ ଆଜି IPLରେ କରୁଛନ୍ତି ଧମାଲ୍‌

ଦୁବାଇ: ଚେନ୍ନାଇ ସୁପର କିଙ୍ଗ‌ସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍‌ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍‌ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍‌ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା। ସନ୍‌ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି […]

  • Saturday, 03 July 2021
corona
ଦିନକରେ ଓଡ଼ିଶାରେ ଚିହ୍ନଟ ହେଲେ ୩,୦୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୦୫୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୦୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୦୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୨୪୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ରେ ପହଞ୍ଚିଛି।

  • Saturday, 03 July 2021
୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୯୨ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର ଓ ଢେଙ୍କାନାଳରୁ ୩ଜଣ ଲେଖାଏ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏ, ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform […]

  • Saturday, 03 July 2021