ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି(ଶନିବାର) ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ ଟେଷ୍ଟ ହୋଇଥିଲା। ତେବେ ଯେଉଁ ମାନଙ୍କର କରୋନା ପଜିଟିଭ ଆସିଛି, ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ। ଆଜି ମଧ୍ୟ ଅନେକ ବିଧାୟକ କରୋନା ଟେଷ୍ଟ କରିଛନ୍ତି। ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି। ୨୯ […]
ଫୁଲବାଣୀ: ପୁଣି କୋଭିଡ୍ ଯୋଦ୍ଧା ଜୀବନ ନେଲା କରୋନା। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କର ନାଁ ହେଉଛି ଉନେଶ ନାୟକ। ତାଙ୍କ ଘର ଜି. ଉଦୟଗିରି ବଡେନାଜୁ ଗାଁରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି। ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. […]
ଭୁବନେଶ୍ୱର: ଗତ ୨୧ ତାରିଖରେ କଟକ ସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଚେତିଛି। ପ୍ରତି ୧୫ ଦିନରେ ଥରେ ସମସ୍ତ କୋଭିଡ୍ ହସ୍ପିଟାଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛି। ଏହାସହ ପ୍ରତି ୧୫ ଦିନରେ ଥରେ ଏର୍ମଜେନ୍ସି ଡ୍ରିଲ୍ ମଧ୍ୟ କରାଯିବ। ହସ୍ପିଟାଲ୍ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାସହ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୨୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୩୨୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୧୩ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ। ଗତକାଲି ୨ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ […]
ଭୁବନେଶ୍ୱର: ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତହାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୫୪୫, କଟକ-୪୦୪, ପୁରୀ- ୨୯୮, ଜଗତସିଂହପୁର- ୨୧୨, ଯାଜପୁର- ୧୬୭, ଷ୍ଟେଟ୍ ପୁଲ୍- ୧୮୯, ମୟୂରଭଞ୍ଜ- ୧୫୯, ସମ୍ବଲପୁର- ୧୫୭, ଅନୁଗୁଳ- […]
ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ […]
ପୁରୀ: ଶ୍ରୀମନ୍ଦିର ୬୦୦ ସେବାୟତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ ହେଉଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ୍ ପରିଚାଳନା ନେଇ ସ୍ବତନ୍ତ୍ର ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି ଯେ ଏଯାଏଁ ୬୦୦ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ବହୁ ସେବାୟତ ସୁସ୍ଥ ହୋଇଛନ୍ତି। ତେବେ ସେବାନୀତିରେ ଯେପରି ବ୍ୟାଘାତ ନଘଟେ, ସେନେଇ ଆଲୋଚନା ହୋଇଥିଲା। ସେବାୟତଙ୍କ […]
ଭୁବନେଶ୍ୱର: ଆଉ ୫ ବିଧାୟକ କରୋନା ପଜିଟିଭ୍। ସେମାନେ ହେଲେ- ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର ଓ ବିକ୍ରମ ପଣ୍ଡା। କାଲି ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା ଟେଷ୍ଟରୁ ୫ ଜଣଙ୍କ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଆଗରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩, ୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୨୫୮ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୩୭, ୨୧୦ ରହିଛି। Covid-19 Report For […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୨୮ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩ ଜଣ, ଭୁବନେଶ୍ୱରରୁ ୩ ଜଣ ଓ ପୁରୀରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fifteen #COVID19 positive patients while under treatment […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨୯ରୁ କ୍ୱାରେଣ୍ଟିନରୁ ୭୩, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୟାପଲ୍ଲୀରୁ ୧୯, ୟୁନିଟ୯ରୁ ୧୫, ରସୁଲଗଡ଼ରୁ ୧୪, ଓଲ୍ଡ ଟାଉନରୁ ୧୧, ୟୁନିଟ୯ରୁ ୧୧, ପଟିଆରୁ ୧୦, ସହିଦ ନଗରରୁ ୧୦ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୮, ନୀଳାଦ୍ରୀ ବିହାରରୁ ୭, ସୁନ୍ଦରପଦାରୁ ୭ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ଲକ୍ଷ୍ମୀସାଗର, ଝାରପଡ଼ା, […]
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଉପରାଷ୍ଟ୍ରପତିଙ୍କ ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। The Vice President of India who underwent a routine COVID-19 test today morning has been tested positive. He is however, asymptomatic and in good health. He has been advised […]
ଚେନ୍ନାଇ: ଦେଶରେ କରୋନା ଭାଇରସ୍ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ଡାଉନ୍ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏ ଲକ୍ଡାଉନ୍ ବୃଦ୍ଧି ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଯଦିଓ ତାମିଲନାଡୁରେ ଲକ୍ଡାଉନ୍ ବୃଦ୍ଧି ନେଇ ଘୋଷଣା ହୋଇଛି, ହେଲେ କିଛି କଟକଣାକୁ କୋହଳ କରାଯିବା […]
ନୂଆଦିଲ୍ଲୀ:କରୋନା ଭାଇରସକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଚିନ୍ତା ଦୂର କରିବାକୁ ଯାଉଛି। ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ପ୍ରସ୍ତୁତି କାମ ଶେଷ ହୋଇଯିବ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ କରୋନା ଟିକା ଯୋଗାଇ ଦିଆଯାଇ ପାରିବ। ପ୍ରାୟ ୨୦ କୋଟି କରୋନା ଟିକା ଉତ୍ପାଦନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ […]
ବରଗଡ଼: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କିରାସିନି ଘୋଟାଲା ଅଭିଯୋଗରେ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଇସିଲଟ ବିଡିଓ, ସରପଞ୍ଚଙ୍କୁ ଏହି ଅର୍ଥଦଣ୍ଡ କରିଛନ୍ତି। ୧ ଲକ୍ଷ ଟଙ୍କା ଜରିମାନା ୩ ଦିନ ମଧ୍ୟରେ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଲଗାତର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୫୭୦୦ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 49 from Boudh39 from Gajapati35 from Kalahandi21 from Deogarh162 from State Pool The total recovered cases of […]
ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧ ତାରିଖ ଠାରୁ ଏହି ନୂଆ ଗାଇଡ୍ଲାଇନ୍ ଲାଗୁ ହେବ। ଅନଲକ୍-୫ ଗାଇଡ୍ଲାଇନ୍ ଅନୁସାରେ କଣ ସବୁ ଖୋଲା ରହିବ, କାହା ପାଇଂ କଣ ନିୟମ ରହିବ ଆସନ୍ତୁ ଜାଣିବା। ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସିନେମା ହଲ୍ ଓ ଥିଏଟର୍ସ ଲାଗି SOP ଜାରି କରିବ […]
ବାଲେଶ୍ୱର: ବାଲେଶ୍ୱରରେ ସଟ୍ଡାଉନ୍ ନିଷ୍ପତ୍ତିକୁ କପଡ଼ା ଓ ଲୁଗା ଦୋକାନୀ ସଂଘ ବିରୋଧ କରିଛି। ପୂର୍ବରୁ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ ନେତୃତ୍ୱରେ ୧୫ଟି ବ୍ୟବସାୟୀ ସଂଘ ଏକତ୍ରିତ ହୋଇ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବିବୃତି ପ୍ରକାଶ ପାଇନାହିଁ। ତେବେ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସର ଏଭଳି […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୯୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ରେ ପହଞ୍ଚିଛି।