ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected #COVID19 cases in the last 24 hrs under the BMC area on 24th Sep 2020(till 9am). Further […]
ଭୁବନେଶ୍ୱର: ଚାରିଆଡ଼େ କରୋନାର ଭୟ। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ମନଇଚ୍ଛା ଔଷଧ ଖାଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ମନଇଚ୍ଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ଲୋକମାନଙ୍କୁ ଏହି ସତର୍କବାଣୀ ଶୁଣାଇଛନ୍ତି। ଡାକ୍ତର ପଣ୍ଡା କହିଛନ୍ତି, “କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି। ସମସ୍ତ କୋଭିଡ୍ […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ୩୭୭୯ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୬୧୦୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 46 from Malkangiri44 from Boudh39 from Anugul7 from Deogarh284 from State Pool The total recovered cases of Odisha now stand at 161044 — H & FW […]
ଝାରସୁଗୁଡ଼ା: ଆଜିଠୁ ୧୫ ଦିନ ଯାଏ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ବେପାରୀଙ୍କୁ ୨,୫୦୦ ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଯିଏ ଏହି ନିର୍ଦ୍ଦେଶ ପାଳନର ଖିଲାପ କରିବେ ତାଙ୍କ ବିରୋଧରେ ଜରିମାନା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି ଜଣାଇଛନ୍ତି। […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪,୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୪୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୬୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା Regret to inform the demise of fifteen #COVID19 positive patients while under treatment in hospitals. 1. A 60-year […]
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି । ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି ମେଡିକାଲ କଲେଜରେ ଟ୍ରାଏଲ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଆମେରିକା କଂପାନୀ ଜନସନ୍ସ ଆଣ୍ଡ […]
ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ। ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ି ଥିବାବେଳେ ଋଷ ପ୍ରଥମେ ଅଗଷ୍ଟ ମାସରେ ଭାକ୍ସିନ ବାହାର କରିବାରେ ସଫଳ ହୋଇଥିଲା। ତେବେ ଏହି ଭାକ୍ସିନକୁ ନେଇ ଅନକ କଥା […]
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ତାର ଉଗ୍ରରୂପ ଧାରଣ କରିଛି। ଇତି ମଧ୍ୟରେ ନୟାଗଡ ଜିଲ୍ଲାରେ ଦିନକୁ କରୋନା କାୟାବିସ୍ତାର କରିବାରେ ଲାଗିଛି। ତେବେ ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ସୋମ ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବ। ଏହି ସମୟରେ ମେଡିସିନ୍ ଦୋକାନ ଖୋଲା ରହିବ। ଆଜି ନୟାଗଡ଼ରେ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୦, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ରହିଛି। କେଉଁ ଅଞ୍ଚଳରୁ କେତେ:- ପଟିଆ ଅଞ୍ଚଳରୁ ୨୦, ନୟାପଲ୍ଲୀରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁନିଟ-୯ରୁ ୧୦, ଓଲ୍ଡ୍ ଟାଉନ ଅଞ୍ଚଳରୁ ୮ ଆକ୍ରାନ୍ତ, ବରମୁଣ୍ଡାରୁ ୮, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on newly detected #COVID19 cases in the last […]
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ରେକର୍ଡ ଛୁଇଁଛି। ଆଜି ମୋଟ ୪୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଯାହାକି ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେବାରେ ଏହା ରେକର୍ଡ। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୫୪୩୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 88 from Koraput73 from Keonjhar57 from Dhenkanal56 from Sonepur49 […]
ଭୁବନେଶ୍ୱର: ରାଜଧାନୀରେ ଥିବା ବ୍ୟବସାୟୀ ଓ ଦୋକାନୀ ସାବଧାନ। ଗାଇଡଲାଇନ୍ ନ ମାନିଲେ ବଜାର ବନ୍ଦ କରାଯିବ। ଏଭଳି ଢଙ୍ଗରେ ବ୍ୟବସାୟୀ ଓ ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ୍ କମିଶନର। ରାଜଧାନୀରେ କେମିିିତି କୋଭିଡ୍ ଗାଇଡଲାଇନ୍ ପାଳନ ହେଉଛି, ନିଜେ ଏହାର ଅନୁଧ୍ୟାନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ରାଜଧାନୀ ୟୁନିଟ୍-୨ର ମାର୍କେଟ ବିଲ୍ଡିଂକୁ ଡିସିପିଙ୍କ ସହ ଯାଇ ସିପି ବୁଲିଦେଖିଥିଲେ। ଗାଇଡ୍ ଲାଇନ୍ ଠିକ୍ ସେ ପାଳନ ନହେଲେ ବଜାର ବନ୍ଦ କରାଯିବ ବୋଲି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪, ୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪, ୩୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୨୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୮୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ଟିଭ କେସ ୩୯, ୧୮୪ ଅଛନ୍ତି। ତେବେ ଖୋର୍ଦ୍ଧାର ପଜେଟିଭ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଲା। ଏଠାରୁ ସର୍ବାଧିକ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୮୩ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform of the demise of sixteen Covid positive patients while under treatment in hospitals. 1.A 45 year old male of Balasore district. 2.A […]
ବରଗଡ: କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢାଇ ଥିବାବେଳେ ଔଷଧ ବା ଭାକ୍ସିନକୁ ଲୋକେ ଚାହିଁ ବସିଛନ୍ତି। ଏପରିକି କରୋନାରୁ ମୁକ୍ତି ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥା କହିଲେ ଲୋକ କରିବାକୁ ପଛାଉ ନାହାନ୍ତି। ଲୋକଙ୍କ ଏପରି ମାନସିକତାର ଫାଇଦା ଉଠାଇବାକୁ ବସିଛନ୍ତି କଳା ବେପାରୀ। କରୋନାର ନକଲି ଔଷଧ ପ୍ରସ୍ତୁତ କରି ବିକ୍ରି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଏହାକୁ ଠାବ କରି ବିପୁଳ ନକଲି ଜିନିଷ ଜବତ କରିଛି। […]
ୱାଶିଂଟନ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ ଶୁଣାଇଛି। ଏହି ଭାଇରସ୍ରେ ସାରା ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି WHO କହିଛି। କରୋନା ଭ୍ୟାକ୍ସିନ୍ ଆବିଷ୍କାର ଓ ଏହାର ବିତରଣ ହେବା ପୂର୍ବରୁ ପାଖାପାଖି ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଥିବ ବୋଲି ସତର୍କବାଣୀ ଶୁଣାଇଛି WHO। କରୋନାକୁ ରୋକିବାକୁ ଯଦି ମିଳିତ ହୋଇ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ଭୟାନକ ହେବ ବୋଲି WHO କହିଛି। […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୭ ରହିଛି। ସେହିପରି ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୫୩ ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ନୟାପଲ୍ଲୀରୁ ୧୬, ପଟିଆ ଶିଶୁ ବିହାରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ସାଲିଆସାହିରୁ ୧୧ ଓ ଖଣ୍ଡଗିରିରୁ ୧୦, ୟୁନିଟ୍-୮, ଲକ୍ଷ୍ନୀସାଗର, ସହିଦ ନଗର ଓ ଡୁମୁଡୁମାରୁ ୮ ଲେଖାଏଁ, ନୀଳାଦ୍ରି ବିହାର ଓ ୟୁନିଟ୍-୯ରୁ […]
ଭୁବନେଶ୍ୱର: ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ଥିବା ବେଳେ କଟକରୁ ୪୧୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁ […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ ସେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଞ୍ଜରେ କ୍ୱାରେଣ୍ଟିନ୍ରେ ଅଛନ୍ତି। ଚାରି ଦିନ ପରେ ପୁଣିଥରେ କରୋନା ଟେଷ୍ଟ୍ କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ ବୋଲି ଟ୍ୱିଟ୍ କରି ଉମା ଭାରତୀ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୯୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୦୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୬୧୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୮୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ୩ ଜଣ, ଖୋର୍ଦ୍ଧା, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଏବଂ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ […]
ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ। କୋଭିଡ୍ ପରିଚାଳନା ସମ୍ପର୍କରେ ବିରୋଧୀ ଦଳ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ସଂପୂର୍ଣ୍ଣ ମିଛ ବୋଲି କୁହାଯାଇ ପାରିବ ନାହିଁ ବୋଲି ଉମା ସାମନ୍ତରାୟ କହିଛନ୍ତି। ସେ କହିଛନ୍ତି, ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେଥିଲାଗି ଅଧିକରୁ ଅଧିକ ଆଇସିୟୁ ବେଡ୍ ଆବଶ୍ୟକ। ହସ୍ପିଟାଲ୍ ଗୁଡ଼ିକରେ ଯେତିକି ଆଇସିୟୁ ରହିଛି, ତା’ ତୁଳନାରେ ଖୁବ୍ ଅଧିକ ରୋଗୀ ଆସୁଛନ୍ତି […]
ବାରିପଦା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୭ ଦିନ ଯାଏ ବାରିପଦା ସହରକୁ ସଟ୍ଡାଉନ୍ ନେଇ ନିଷ୍ପତ୍ତି ନିଆଯାଇଛି। ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ସଟ୍ଡାଉନ୍ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଆଜିଠାରୁ ଆସନ୍ତା ୩ ତାରିଖ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନ ଗୁଡ଼ିକ ପ୍ରଶାସନକୁ ନିବେଦନ କରିଥିଲେ। ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା […]
ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଶ୍ୱାସକ୍ରିୟାଜନିତ(ରେସ୍ପାଇରେଟୋରୀ) ଉପରେ ପ୍ରଭାବ ପକାଏ ନାହିଁ, ଏହା ଶରୀର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ହାର୍ଟ ମଧ୍ୟ କରୋନାରେ ପ୍ରଭାବିତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସାପ୍ତାହିକ କାର୍ଯ୍ୟକ୍ରମ ‘Sunday Samvadରେ ଯୋଗ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ପ୍ରଭାବରେ ଜୀବନ ବଞ୍ଚିରହିବାର ସମ୍ଭାବନା ଓ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କେନ୍ଦ୍ର ସରକାରଙ୍କର ଆକ୍ସନ ପ୍ଲାନ୍ ସମ୍ପର୍କରେ ଏକ ସୋସିଆଲ୍ ମିଡିଆ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୫ ରହିଛି। ଭୁବନେଶ୍ୱର ମହାନଗର ଅଞ୍ଚଳରୁ ସୁସ୍ଥ ହେଲେ ଆଉ ୩୧୨। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ଭ। କେଉଁ ଅଞ୍ଚଳରୁ କେତେ:- ୟୁନିଟ୍- ୯ରୁ ୧୭, ଶୈଳଶ୍ରୀ ବିହାର ଓ ୟୁନିଟ୍- ୮ରୁ ୧୨ ଲେଖାଏଁ, ସହିଦ ନଗରରୁ ୧୧, ବରମୁଣ୍ଡା ଓ ନୟାପଲ୍ଲୀରୁ ୯, ପଟିଆ ଓ […]