ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍ରୁ ୧୧୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ତେବେ ଆଜି ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ଟେନସନ୍ ବଢ଼ିଯାଇଛି। କାରଣ ୨୬ଜଣ ସାଂସଦ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଲୋକସଭାର ୨୧ ଏବଂ ରାଜ୍ୟସଭାର ୯ ସାଂସଦଙ୍କୁ କରୋନା ହୋଇଛି। ଏହି ସାଂସଦଙ୍କର ୧୩ ଓ ୧୪ ତାରିଖରେ ସଂସଦ ଭବନରେ ଟେଷ୍ଟ କରାଯାଇଥିଲା। କରୋନା ପଜିଟିଭ୍ ଆସିଥିବା ୧୭ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ସର୍ବାଧିକ ୧୨ ସାଂସଦ ବିଜେପିରୁ ହୋଇଥିବା ବେଳେ ବାକି ୱାଇଆରଏସ୍ […]
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଟିଏମସି ଓ ସିସିଏଚ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁସବୁ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ […]
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୨୨୦୨୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ ? ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ଅଛନ୍ତି। ସେହିପରି କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ୱରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, […]
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ସିସୋଦିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମନୀଷ ସିସୋଦିଆ ଲେଖିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏଥିପାଇଁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି। ବର୍ତ୍ତମାନ ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ ଏବଂ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନଙ୍କ ଆଶୀର୍ବାଦରେ ଶୀଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିବି। हल्का […]
ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାର ୫ଟି ସହରରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ମହାନଗର କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଏବଂ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲମାନଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ସଂକ୍ରମିତଙ୍କ […]
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍ଡାଉନ୍ କରିବାକୁ National Disaster Management Authority (NDMA) କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଖବର ମିଛ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହା ଫେକ୍ ନ୍ୟୁଜ୍ ବୋଲି କହିଛି Press Information Bureau(PIB)। ଦେଶରେ ବଢୁଥିବା କରୋନା ସ୍ଥିତିକୁ ଦେଖି ସେପ୍ଟେମ୍ବର ୨୫ରୁ ପୁଣି ଥରେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇପାରେ ବୋଲି ସୋସିଆଲ୍ ମିଡିଆରେ ଭାଇରାଲ […]
ନୂଆଦିଲ୍ଲୀ: ୨୦୨୪ ଶେଷ ଯାଏ ହୁଏତ ବିଶ୍ୱର ସବୁ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ କୋଭିଡ୍-୧୯ ଭ୍ୟାକ୍ସିନ୍ ମିଳି ନ ପାରେ। Serum Institute of Indiaର ସିଇଓ ଅଦର ପୁନାଓ୍ୱାଲା ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ସେ ଆକଳନ କରିଛନ୍ତି, ଯଦି କୋଭିଡ୍-୧୯ ଭ୍ୟାକ୍ସିନ୍ ୨ଟି ଡୋଜ୍ ବିଶିଷ୍ଟ ହୋଇଥାଏ, ତେବେ ସାରା ବିଶ୍ୱର ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଦରକାର ୧୫ ବିଲିୟନ୍ ଡୋଜ୍। ଆଉ ଏତେ ପରିମାଣର ଭ୍ୟାକ୍ସିନ୍ ପ୍ରସ୍ତୁତ କରି ସମସ୍ତ ଲୋକଙ୍କୁ […]
ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆବଶ୍ୟକସ୍ଥଳେ କରୋନା ଟେଷ୍ଟ୍ କରାଇ ନିଅନ୍ତୁ ବୋଲି ପ୍ରଦୀପ ମହାରଥୀ କହିଛନ୍ତି।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୬୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୫୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୯୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୬୪୫ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି କରୋନା ଭାଇରସ୍। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ନିୟନ୍ତ୍ରଣକୁ ଆସୁନି କରୋନା। ଏବେ ବି ମଣିଷ ମନରେ ଗୋଟିଏ ପ୍ରଶ୍ନ। କେଉଁଠୁ ଆସିଲା ଏହି କରୋନା ଭାଇରସ୍ ? ଉହାନ ସହର ସ୍ଥିତ ମାଂସ ମାର୍କେଟରୁ ଏହି ଭାଇରସ୍ର ଉତ୍ପତ୍ତି ବୋଲି କୁହାଯାଉଥିବାବେଳେ ଚୀନ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି। ହେଲେ ଚୀନର ଜଣେ ବିଶେଷଜ୍ଞ କରୋନା ଭୂତାଣୁ ଉତ୍ପତ୍ତିର ରହସ୍ୟ […]
ନୂଆଦିଲ୍ଲୀ: ଭାରତରେ ୪୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧ ହଜାର ୫୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଛି। ଦେଶରେ ୮୦ ହଜାର ୭୭୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୯ […]
ଭୁବନେଶ୍ୱର: ଓଡ଼ିଆ ଅଭିନେତା ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବାରୁ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ସମସ୍ତେ ସତର୍କ ରହିବା ସହ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଶ୍ରୀତମ କହିଛନ୍ତି। ବର୍ତ୍ତମାନ ପାଇଁ ସେ ଶୁଟିଂ କାର୍ଯ୍ୟ ବନ୍ଦ ରଖିବା ସହ କୌଣସି ସାମାଜିକ ସମାବେଶରେ ଯୋଗଦେବେ ନାହିଁ […]
ନୂଆଦିଲ୍ଲୀ: ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇପାରେ ଚୀନର କରୋନା ଭ୍ୟାକସିନ୍। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ଜଣେ ବରିଷ୍ଠ ଅଧିକାରୀ ଚୀନର ସରକାରୀର ଟିଭି ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସୁରୁଖୁରୁରେ ଠିକ୍ ଭାବେ ଚାଲିଛି। ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ପ୍ରସ୍ତୁତ ହୋଇଯିବ। ସେହି ଅଧିକାରୀ ଜଣକ ନିଜେ ବି ଟିକା […]
ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ୩୪୨ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ୨୪୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛିା ଏହା ସହ ୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । କେଉଁ ଅଞ୍ଚଳରୁ କେତେ? ଆଇଆର୍ସି ଭିଲେଜରୁ ୯, ଡୁମୁଡୁମାରୁ ୭, ଭୋଇନଗରରୁ ୭, ବରମୁଣ୍ଡାରୁ ୬, ଟଙ୍କପାଣି ରୋଡରୁ ୬, ୟୁନିଟ ୭ରୁ […]
ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା, ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁନାହାନ୍ତି। ମହିଳା ଜଣକ କୌଣସି ଉପାୟ ନପାଇ ରୋଗୀଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୩୭୧୪ ଜଣ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୨୫୭୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 34 from Dhenkanal22 from Malkangiri19 from Boudh17 from Rayagada The total recovered cases of Odisha now stand at 125738 — H & FW […]
ଭୁବନେଶ୍ୱର: ଆଉ ଭୁବନେଶ୍ୱର କିମ୍ବା କଟକକୁ ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିପାରିବେନି କୋଭିଡ୍ ଆକ୍ରାନ୍ତ। ଏ ଦୁଇ ସହରର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ମାତ୍ରାଧିକ ରୋଗୀ ସଂଖ୍ୟାକୁ ହ୍ରାସ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଏମିତିକି ନିଜ ନିଜ ଅଞ୍ଚଳରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ସୁଦୃଢ଼ କରିବାକୁ ବି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ […]
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍କୁ ନେଇ ଏବେ ଏକ ଭଲ ଖବର ଆସିଛି। କରୋନା ଭ୍ୟାକ୍ସିନ୍ ବାହାର କରିବାରେ ଭାରତକୁ ଖୁବ୍ଶୀଘ୍ର ସଫଳତା ମିଳିପାରେ। ବର୍ତ୍ତମାନ ଦେଶରେ ୩ଟି କରୋନା ଭ୍ୟାକ୍ସିନ୍ କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜ୍ରେ ଅଛି। ସେଥିମଧ୍ୟରୁ Cadila ଓ Bharat Biotechର ଫେଜ୍-୧ ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ସେହିପରି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଫେଜ୍-୨ B3 ଟ୍ରାଏଲ୍ ସମ୍ପୂର୍ଣ୍ଣ ହୋଇଛି। ଅନୁମତି ମିଳିବା ପରେ ଏହାର ଫେଜ୍-୩ ଟ୍ରାଏଲ୍ ଆରମ୍ଭ ହେବ। ୧୪ଟି ସ୍ଥାନରେ ୧୫୦୦ରୋଗୀଙ୍କ ଉପରେ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ହଜାର ୦୬୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୦ ଜଣଙ୍କ ମୃତ୍ଯୁ ହୋଇଛି। ଦେଶରେ ମୋଟ ଆକ୍ଟିଭ୍ କେସ୍ ୯ଲକ୍ଷ ୯୫,୯୩୩ ରହିଥିବା ବେଳେ ସୁସ୍ଥ ହେଲେଣି ୩୯ଲକ୍ଷ ୪୨ହଜାର ୩୬୦ ଜଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୪,୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୭୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଛି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬ ହୋଇଛି।
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ। ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ୍ଲାଇନ୍ସ ଜାରି ହୋଇଛି। ବିଧାୟକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରମାନଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ବିଧାୟକ, ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ ହେବ। ଏଥିପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପରେ ଟେଷ୍ଟ କରାଯିବ। ବିଧାନସଭା ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍ ୪ ତାରିଖ […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଆସୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ଦେଲେ ଏମିତି ପରାମର୍ଶ । ଯେଉଁ ଆକ୍ରାନ୍ତ କଟକ ଓ ଭୁବନେଶ୍ୱର ଆସୁଛନ୍ତି, ସେମାନେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସୁବିଧା ସହ ଆସିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ବିଭିନ୍ନ ଜିଲ୍ଲାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆସୁଥିବା ଆକ୍ରାନ୍ତମାନେ ଉପଯୁକ୍ତ ଚିକିତ୍ସା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଆଶିବା ଆବଶ୍ୟକ । ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଭୁବନେଶ୍ୱର ଓ କଟକରେ […]