• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬ ଛୁଇଁଛି। ରାଜ୍ୟରେ ଆଜି ଆଖି ବୁଜିଥିବା ୪ ଜଣ ରୋଗୀ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଛ କି, ଆଜି ରାଜ୍ୟରେ ୩୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା […]

  • Tuesday, 13 July 2021
Untitled-1
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ, ଅନୁଗୋଳ ଆଗରେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୫୮ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଠାରୁ ସର୍ବାଧିକ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଅଛି ସୁନ୍ଦରଗଡ। ଏଠାରୁ ୪୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି […]

  • Tuesday, 13 July 2021
corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ କରୋନା ରୋଗୀ, ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୮ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୦୮ କ୍ୱାରେଣ୍ଟିନ ସେଣ୍ଟରର  ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛି ୧୫୦। ସେହିପରି ୨୪ ଘଣ୍ଟାରେ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ କରୋନା ରୋଗୀ। ଏହା ପଛକୁ ବାଲେଶ୍ୱରରୁ ୩୫,  ସୁନ୍ଦରଗଡରୁ ୨୯, କଟକରୁ ୨୮, ନୂଆପଡାରୁ […]

  • Tuesday, 13 July 2021
Bhubaneswar Corona Update
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଆପୋଲ ହସ୍ପିଟାଲ୍‌ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

coronavirus
ସୁବର୍ଣ୍ଣପୁର ହେଲା କରୋନାମୁକ୍ତ ଜିଲ୍ଲା

ସୁବର୍ଣ୍ଣପୁର: କିଛିଦିନ କରୋନା ପ୍ରଭାବ ହ୍ରାସପାଇ ୪୦୦ ତଳକୁ ଖସିଥିବାବେଳେ ଆଜି ଉପରମୁହାଁ ହୋଇଛି। ଆଜି ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥିତିରେ ସୁବର୍ଣ୍ଣପୁରରୁ ଆସିଛି ଆଶ୍ୱସ୍ତିର ଖବର। କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୬୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା […]

  • Tuesday, 13 July 2021
corona
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ମୃତକ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ […]

corona
ରାଜ୍ୟରେ ପୁଣି ୧୧୨ କରୋନା ରୋଗୀ ଚିହ୍ନଟ, ୩,୪୯୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ NDRF, ODRAF ଓ Fire Serviceର ୨୧ ଜଣ ଅଛନ୍ତି। ପୁରୀରୁ […]

  • Tuesday, 13 July 2021
Coronavirus in India Latest Updates
ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍‌କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବାବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]

curfew relaxation odisha
ଆଜି କର୍ଫ୍ୟୁ କୋହଳ

ଭୁବନେଶ୍ୱର: ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। କିନ୍ତୁ […]

lockdown-1
ଦିନକ ପାଇଁ କୋହଳ ହେବ କର୍ଫ୍ୟୁ

ଭୁବନେଶ୍ୱର: ଜୁନ୍‌ ୧୨ତାରିଖ ଦିନ ଅର୍ଥାତ୍‌ ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜୁନ୍‌ ୧୨ତାରିଖ ଦିନ, ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ସୂଚନା ଦେଇଛନ୍ତି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। […]

  • Tuesday, 13 July 2021
corona
ନୂଆ ପ୍ରକାରର କରୋନା ଭୂତାଣୁ ଠାବ; ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା

ଲଣ୍ଡନ :ବ୍ରିଟେନ୍‌ରେ ପୁଣି କରୋନା ଭୟଙ୍କର ରୂପ ନେଉଛି। କାହିଁକି ଫେରିଲା ଏହି କରୋନା ? ଏ ଦିଗରେ ଗବେଷକମାନେ ଅନୁଧ୍ୟାନ କରିବା ପରେ କାରଣ ଜାଣିବାକୁ ପାଇଛନ୍ତି। ଏକ ନୂଆ ପ୍ରକାର କରୋନା ଭାଇରାସ ସେଠାରେ ବ୍ୟାପିଥିବା ସେମାନେ ଜାଣିବାକୁ ପାଇଛନ୍ତି। ଏହି ଭାଇରସ ବ୍ରିଟେନ ଓ ୟୁରୋପର ଅନ୍ୟ କେତେକ ଦେଶରେ ଦେଖିବାକୁ ମିଳିଛି। ନୂଆ କରୋନା ଭାଇରସ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବୁଧବାରଠାରୁ ଲଣ୍ଡନ ଏବଂ ଆଖପାଖ ଅଞ୍ଚଳରେ ପୁଣି ଲକ୍‌ଡାଉନ […]

  • Tuesday, 13 July 2021
corona
ପଶ୍ଚିମବଙ୍ଗରୁ ଫେରିଥିବା ‘ଅମ୍ପନ୍‌’ ଉଦ୍ଧାରକାରୀ ଦଳର ଆଉ ୫୪ଜଣଙ୍କୁ କରୋନା

ଭୁବନେଶ୍ୱର: ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ବାହିନୀର ଆଉ ୫୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ନୂଆ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୫୪ଜଣ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ଏହା ପୂର୍ବରୁ କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ […]

  • Tuesday, 13 July 2021
EaNSYFqWAAApKws
ଆଉ ୧୩୬ କରୋନା ପଜିଟିଭ୍‌‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ […]

  • Tuesday, 13 July 2021
coronavirus
ଆଖି ବୁଜିଲେ ୪ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧,୮୧୫ ଛୁଇଁଛି। ଆଜି ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବାବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି ରାଜ୍ୟରୁ ୨୬ ଜିଲ୍ଲାରୁ ୩୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ […]

  • Tuesday, 13 July 2021
corona
୪ ଜିଲ୍ଲାରୁ କରୋନା ଗାଏବ, ତଥାପି ୩୦୦ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୦କରୋନା ରୋଗୀ। କ୍ୱାରେଣ୍ଟିନ ସେଣ୍ଟରର ୧୭୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୨୬।  ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାବେଳେ ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୪୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬,  ସୁନ୍ଦରଗଡରୁ ୩୪, କଟକରୁ ୨୦ […]

  • Tuesday, 13 July 2021
EXjQ3H-WAAAniMw
ଭ୍ୟାକ୍ସିନ୍ ଇନ୍ସପେକ୍ଟରଙ୍କୁ କରୋନା, ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ ରାୟଗଡ଼ା CDMO

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଭ୍ୟାକ୍ସିନ୍ ଇନ୍ସପେକ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭ୍ୟାକ୍ସିନ୍ ଇନ୍ସପେକ୍ଟରଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସିଡିଏମ୍ଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ରାଜ୍ୟରେ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ […]

  • Tuesday, 13 July 2021
Untitled-1
ରାଜ୍ୟରେ ଚିହ୍ନଟ ହେଲେ ୩୩୨ କରୋନା ରୋଗୀ, ଆଖିବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୧୮୯ କ୍ୱାରେଣ୍ଟିନ କେସ ଥିବାବେଳେ ୧୪୩ ଲୋକାଲ କେସ ଥିବା ଜଣାଯାଇଛି। ସେହପରି ରାଜ୍ୟରୁ  ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୨  କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ  ୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୫, ଖୋର୍ଦ୍ଧାରୁ ୨୯, ମୟୂରଭଞ୍ଜରୁ୨୨, କଟକରୁ ୨୭ ପୁରୀରୁ ୧୧ କରୋନା […]

  • Tuesday, 13 July 2021
91421093_3110305529059371_5797060119829151744_n
ଆଉ ୧୧୦ କରୋନା ପଜିଟିଭ୍‌‌ ଚିହ୍ନଟ, ୩,୨୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୩୩ଜଣ, ରାୟଗଡ଼ାରୁ ୪ଜଣ, କଟକରୁ ୨୦ଜଣ, ଝାରସୁଗୁଡ଼ାରୁ […]

  • Tuesday, 13 July 2021
coronavirus
୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜିଲ୍ଲାରୁ ୩୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୯୩ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬୫ ରହିଛି। ସେହିପରି ଦିନକରେ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳରେ ସର୍ବାଧିକ ୪୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୪୪ ଓ  ଖୋର୍ଦ୍ଧାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦ […]

  • Tuesday, 13 July 2021
corona
କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି। ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ […]

EXjQ3H-WAAAniMw
ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିହ୍ନଟ ନୂଆ ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ଜଣ ଅଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଯୁବକ, ଜଣେ ଯୁବତୀ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଜଣେ ଚନ୍ଦ୍ରଶେଖରପୁର, ଜଣେ ଡୁମୁଡୁମା, ୨ ଜଣ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଚନ୍ଦ୍ରଶେଖରପୁରରୁ ଚିହ୍ନଟ ଆକ୍ରାନ୍ତ ଜଣକ ୨୮ ବର୍ଷୀୟ ଯୁବକ ଓ ସେ ହାଇଦ୍ରାବାଦରୁ ଫେରିଥିଲେ। ଡୁମୁଡୁମାର ୨୯ ବର୍ଷୀୟ […]

  • Tuesday, 13 July 2021
Odisha Corona News in Odia
ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଏହି ଅଗ୍ନିଶମ କର୍ମଚାରୀ ଫେରିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି।କରୋନାରେ ଆକ୍ରାନ୍ତ ହୋଇଥିବା ଏହି ଅଗ୍ନିଶମ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅଗ୍ନିଶମ ଡିଜି। ରାଜ୍ୟରେ ଆଉ ୧୪୬ ଜଣ କରୋନା […]

corona latest news odisha
ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ […]

atm
ଭୁବନେଶ୍ୱରରୁ ୨୭ ଲକ୍ଷ ଲୁଟି ଭାଇଜାକ୍‌ରେ ଧରାପଡ଼ିଲେ, ଲୁଟ୍‌ର ଡମୋ ଦେଖାଇଲେ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ଥିବା ପିଏନ୍‌ବି ଏଟିଏମ୍‌ରୁ ୨୭ ଲକ୍ଷ ଟଙ୍କା ଲୁଟରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିଛି ଭୁବନେଶ୍ୱର ପୋଲିସ। ଆନ୍ଧ୍ର ପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ଆଣି ଭୁବନେଶ୍ୱର କମିଶନରେଟ୍ ପୋଲିସ ଆଜି ଦୁହିଁଙ୍କୁ ନେଇ ଏଟିଏମ୍ ଲୁଟ୍‌ର  ଡେମୋ କରାଇଛି । ଦୁହେଁ କିପରି ଲୁଟ୍ କରିଥିଲେ, କେଉଁ ଟେକ୍ନୋଲୋଜି ଆପଣାଇଥିଲେ, ତାହା ପୋଲିସ ଆଗରେ କରି ଦେଖାଇଛନ୍ତି । ସେପଟେ ଏଟିଏମ୍ ଲୁଟ୍ ସଂପର୍କରେ […]

  • Tuesday, 13 July 2021
odisha
ଘରକୁ ଫେରିଥିଲେ ବାହା ହୋଇଥାନ୍ତେ, ହେଲେ କରୋନା ନେଇଗଲା ଜୀବନ

ଉଦଳା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ପୁଅ, ଫେରିଥିଲେ ବାହାଘର ହୋଇଥାନ୍ତା। ହେଲେ ପୁଅ ଆଉ ଫେରିଲାନି, ଫେରିଲା ପୁଅର ମୃତ୍ୟୁ ଖବର। ଆଉ ସବୁଦିନ ପାଇଁ ପରିବାର ଲୋକଙ୍କୁ ଛାଡି ଚାଲିଗଲା ପୁଅ। କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ‌ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। କାନ୍ଦ […]

  • Tuesday, 13 July 2021