ନୂଆପଡ଼ା( ମାୟାଧର ସରାଫ) : କଥାରେ ଅଛି ଏକତା ହିଁ ବଳ। ଆଉ ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ନୂଆପଡ଼ା ଜିଲ୍ଲା କୋମନାବାସୀ । ଏଠିକାର ଲୋକେ ଏକତ୍ରିତ ହୋଇ ଶ୍ରମଦାନ କରି ନିର୍ମାଣ କରିଛନ୍ତି ଆଡ଼ିବନ୍ଧ। ଫଳରେ ଦୂର ହୋଇଛି ଜଳକଷ୍ଟ। ନିଜସ୍ୱ ଉଦ୍ୟମରେ ଜଳ ସମସ୍ୟା...
କଳାହାଣ୍ଡି : ମୌସୁମୀ ଆସିବା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇ ଫସଲ ନଷ୍ଟ। ଡାଳୁଅ ଧାନ ଏଥର ବେଶ୍ ଭଲ ହୋଇଥିଲା। କିନ୍ତୁ ଠିକ୍ ଅମଳ ବେଳକୁ ପ୍ରବଳ ବର୍ଷା ହୋଇଛି। ମଣ୍ଡିରୁ ଧାନ ଉଠିନଥିବାରୁ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ଯାଇଛି। ଖଳାରୁ ଆରମ୍ଭ...
ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ଆଜି ୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମୟୂରଭଂଜ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ଆଜି ଝଡ଼, ବର୍ଷା, ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ସଂଧ୍ୟା ୬ଟା...
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ ଗିରଫ କରିଛି। ୪ ଜଣଙ୍କୁ କୋରାପୁଟ ଲକ୍ଷ୍ମୀପୁରରୁ ଏବଂ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ପୁଲିସ ଗିରଫ...
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଆଜିଠାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା। ଭୁବନେଶ୍ୱରରୁ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏହି ବିମାନ। ଭୁବନେଶ୍ୱରରୁ ଯାଇଥିବା ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ ୭୨...
ସାଉଥହମ୍ପଟନ୍ : ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।...
କନ୍ଧମାଳ : କନ୍ଧମାଳ ଜିଲ୍ଲା ମଣ୍ଡାକିଆ ଗ୍ରାମରେ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ୧୫ ବର୍ଷିଆ ନାବାଳିକା ଗୁରୁତର। ପ୍ରଥମେ ତାଙ୍କୁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ବିଗିଡିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣକ ନିଜ ରୋଷେଇ...
ଭୁବନେଶ୍ୱର : ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ। କଟକର ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା...
ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ। କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ରାଜ୍ୟ...
ଭୁବନେଶ୍ୱର : ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ...
ବାଲେଶ୍ୱର : ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ‘ବ୍ରହ୍ମୋସ୍’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି। ଭାରତ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ...
ଭୁବନେଶ୍ୱର : ବଢୁଛି ଜିରୋ ରେଜଲ୍ଟ ସ୍କୁଲ୍ ଓ କଲେଜ୍ ତାଲିକା। କମୁଛି ପାସ୍ ହାର। ସରକାର କହୁଛନ୍ତି ସିସିଟିଭି ଲାଗି ମାଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ କମିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ କଲେଜ୍ରେ ଜିରୋ ରେଜଲ୍ଟ ହୋଇଛି ସେ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା...
ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ନିଜ ଶରୀର ଦାନ କଲେ ଜଣେ ପ୍ରଶାସନିକ ଅଧିକାରୀ। ମୃତ୍ୟୁ ପୂର୍ବରୁ ସେ କରିଥିବା ଘୋଷଣା ମୁତାବକ ତାଙ୍କ ପରିବାର ମୃତଦେହକୁ ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ଦାନ କରିଛନ୍ତି। ଶରୀର ଦାନ କରିଥିବା ମୃତକ...
ଭୁବନେଶ୍ୱର : ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଅପରାଜିତା କହିଲେ, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ନିର୍ବାଚନ ଜିତିବା ପରେ ଭେଟିନଥିଲି, ଭେଟି ଅଭିନନ୍ଦନ ଜଣାଇଲି। ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦର ଓ ସକାରାତ୍ମକ ଆଲୋଚନା ହେବା...
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ...