ଏହି ସପ୍ତାହରେ ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ । ଏହି ସପ୍ତାହରେ ବାସସ୍ଥାନ ବା ଯାନବାହନର ନବୀକରଣ ସୁଯୋଗ ପ୍ରାପ୍ତି ହେବ । ଏହି ସପ୍ତାହରେ ଜୀବନ ସାଥୀଙ୍କ ସହିତ ଖୁସିରେ ସମୟ ବିତାଇବେ
ପରିବାର ସଦସ୍ୟଙ୍କ ସବୁ ଦାୟିତ୍ୱକୁ ପୂରଣ କରିବେ । ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଶ୍ଚିନ୍ତା ବଢିପାରେ । ଚାକିରି ଖୋଜୁଥିବା ବ୍ୟକ୍ତି ମାନଙ୍କୁ ନିଜର ପରିଣାମ ମିଳିବ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମିତ୍ରଙ୍କ ସାହାର୍ଯ୍ୟ ଦ୍ୱାରା ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ ।
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩