• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 11th Sep To 17th Sept 2023: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଏହି ସପ୍ତାହ

ଶିକ୍ଷା କ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବାର ସୁଯୋଗ ପାଇବେ ।

Capricorn

ମକର

Monday 11 Sep 2023

ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତି ଅନୁଭବ କରିବେ । ରାଜନୀତିରେ ଲୋକ ସମର୍ଥନ ମିଳିବା ଫଳରେ ପ୍ରଶଂସିତ ହେବେ ଓ ଉଚ୍ଚ ପଦ ପଦବୀ ମିଳିପାରେ । ଚାକିରି କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳରେ ସମାଧାନ ହୋଇଯିବ । ଡାକ୍ତରୀ ପଢୁଥିବା ବିଦ୍ୟାର୍ଥୀମାନେ ପାଠପଢା କ୍ଷେତ୍ରରେ ବିଶେଷ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଅହଂଭାବକୁ ବିସର୍ଜନ କରନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି । ମାତାପିତା ପୁତ୍ର କନ୍ୟାଙ୍କ ପାଇଁ ଗର୍ବିତ ହେବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର-“ଓଁ ଶ୍ରୀଂ ବତ୍ସଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ