ଶିକ୍ଷା କ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବାର ସୁଯୋଗ ପାଇବେ ।
ପାରିବାରିକ କ୍ଷେତ୍ରରେ ସ୍ନେହ ଭାବ ବୃଦ୍ଧି ହୋଇ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂର ଯାତ୍ରାର ସୁଯୋଗ ପାଇବେ । ଥଣ୍ଡା ଜ୍ୱର ଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି । ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ । ରାଜନୈତିକ କ୍ଷେତ୍ରରେ ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧର୍ମାତ୍ମା, ବିଦ୍ୱାନ, ସାହସୀ ଓ ସମ୍ପତ୍ତି ବାନ୍ ହୋଇପାରନ୍ତି ।
ପ୍ରତିକାର-“ଓଁ ଶ୍ରୀଂ ଦେବକୃଷ୍ଣାୟ ଉର୍ଦ୍ଧ୍ୱଷଂତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩