• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Dec 2023: ନୂଆ ଯାନବାହନ କିଣିବେ,ବୈବାହିକ ଜୀବନରେ ମଧୁରତା ଆସିପାରେ ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୪ଶୀ ପ୍ରାତଃ ୦୬.୨୪ ଗତେ ଅମାବାସ୍ୟା (କ୍ଷୟ) ନିଶାନ୍ତ ୦୫.୦୧ ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Capricorn

ମକର

Tuesday 12 Dec 2023

ଉ,ଷାଢା- ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହେବ ।

ଶ୍ରବଣା- ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଖୋଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ ।

ଧନିଷ୍ଠା- ରାଜନୀତିରେ ବଡ ଆହ୍ୱାନକୁ ଦୃଢଭାବେ ମୁକାବିଲା କରନ୍ତୁ । କୋର୍ଟ ମାମଲାରେ ବିଜୟ ଲାଭ କରିବେ । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି

ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :