• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th October 2023: ଚାକିରିରେ ଶୁଭଫଳ,ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର, ଚନ୍ଦ୍ର- ମେଷ ଦିବା ୧୦.୨୯ ଗତେ ବୃଷ, ତିଥି- ୨ୟା ରାତ୍ରି ୧୦.୨୩ ଗତେ ୩ୟା, ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୦.୨୯ ଗତେ ବିଛା ରାଶିର, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୦୧ ପର୍ଯ୍ୟନ୍ତ ।

Capricorn

ମକର

Monday 30 Oct 2023

ଉ,ଷାଢା- ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସ୍ଥାରୁ ଧନର ଆଗମନ ହେବ । ଅନ୍ୟ ମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ ।

ଶ୍ରବଣା- କାହାର ଗ୍ୟାରେଣ୍ଟି ନେବା ଠାରୁ ଦୂରେଇ ରୁହନ୍ତୁ । ମହିଳା ମାନଙ୍କର ଖ୍ୟାତି ବୃଦ୍ଧି ପାଇବ । ଛାତ୍ରଛାତ୍ରି ମାନେ ସୁନାମ ଅର୍ଜନ କରିବା ସହିତ ସବୁ ପ୍ରକାର ସୁବିଧା ପାଇବେ ।

ଧନିଷ୍ଠା- ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ । ମାନସିକ ଏକାଗ୍ରତା ରଖି ପାରିବେ ନାହିଁ

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :