ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୧୦.୦୯ ଗତେ ମେଷ । ତିଥି- ୯ମୀ ଦିବା ୦୯.୩୭ ଗତେ ୧୦ମୀ । ଘାତଚନ୍ଦ୍ର- ଧନୁ ରାଶିର , ରାତ୍ରି ୧୦.୦୯ ଗତେ ମେଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି ।
ମକର-
ଉ,ଷାଢା- ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ । ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି । ଦୀର୍ଘ ଦିନର ଅଭିଳାଷା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ ।
ଶ୍ରବଣା- ଭାବପ୍ରବଣାତା ପ୍ରକାଶ ପାଇବ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ ।
ଧନିଷ୍ଠା- ରାଜନୀତିରେ ନୂତନ ସମସ୍ୟାରେ ପୀଡ଼ିତ ହେବେ । ମାଲି ମକଦ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮