ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ରାତ୍ରି ୦୮.୨୩ ଗତେ କର୍କଟ,ତିଥି- ପ୍ରତିପଦ ଅହୋରାତ୍ର,ଘାତ ଚନ୍ଦ୍ର- କନ୍ୟା ରାତ୍ରି ୦୮.୨୩ ପର୍ଯ୍ୟନ୍ତ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୩.୦୭ ଗତେ ୧ପାଦ
ବିଶାଖା – ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ । ସାମୟିକ ମୁଣ୍ଡ ଓ ପେଟରେ କଷ୍ଟ ପାଇବେ । ପୂର୍ବସମସ୍ୟା ସମାଧାନ ହୋଇ ବ୍ୟବସାୟ ବିସ୍ତାର କରିବାକୁ ଯୋଜନା କରି ପାରିବେ । କୈାଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ ।
ଅନୁରାଧା – କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବକୁ ନେଇ ପ୍ରଂଶସିତ ହେବେ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । ଧାର୍ମିକ କାର୍ୟ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ ।
ଜ୍ୟେଷ୍ଠା – ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଭୂ-ସମ୍ପତି ଭାଗ ହୋଇପାରେ । ନାରୀ ମାନଙ୍କର ସହନଶୀଳତା ବୃଦ୍ଧି ପାଇବ । କ୍ୟାରିୟର ଓ ଶିକ୍ଷାକ୍ଷେତ୍ରରେ ପ୍ରତ୍ୟେକ କାର୍ୟ୍ୟକୁ ବଡ ମାନଙ୍କୁ ବୁଝିବିଚାରି କଲେ ଠିକ୍ ହେବ ।
ପ୍ରତିକାର –ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯