ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ରାତ୍ରି ୦୮.୨୩ ଗତେ କର୍କଟ,ତିଥି- ପ୍ରତିପଦ ଅହୋରାତ୍ର,ଘାତ ଚନ୍ଦ୍ର- କନ୍ୟା ରାତ୍ରି ୦୮.୨୩ ପର୍ଯ୍ୟନ୍ତ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୩.୦୭ ଗତେ ୧ପାଦ
ଉ , ଫାଲଗୁନୀ – ଶାରୀରିକ ସମସ୍ୟାରୁ ମୁକ୍ତ ରହିବେ । ବ୍ୟବସାୟରେ ସାମାନ୍ୟ ପରିବର୍ତନ ଆସିବ । ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ ।
ହସ୍ତା – ଦୁର୍ବଳତା ସାଙ୍ଗକୁ ସାଧାରଣ କଥାରେ ରାଗିଲେ ନିଜ ପାଇଁ ଅନିଷ୍ଟ ହୋଇପାରେ । କର୍ମ କ୍ଷେତ୍ରରେ ଅନ୍ୟର ସାହାର୍ୟ୍ୟକୁ ଅସ୍ୱୀକାର କରି ପରିକ୍ଷଣରେ ନିନ୍ଦିତ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ ।
ଚିତ୍ରା – ରାଜନୈତିକ ପରିସର ବୃଦ୍ଧି ହେବ । ଜମି ବିବାଦ ପୁଣିଥରେ ଉପୁଜି ପାରେ । ମହିଳାଙ୍କ ପାଇଁ ବିବାହ ପ୍ରସ୍ତାବ ଅସିପାରେ । ସରକାରୀ ସାହାର୍ୟ୍ୟ ସହଯୋଗ ହାତଛଡା କରନ୍ତୁ ନାହିଁ । ସାମାଜିକ କାର୍ୟ୍ୟରେ ନିଜକୁ ନିଯୋଜିତ କରିବେ ।
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫