ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପୂର୍ଣ୍ଣିମା ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।
ମଘା – ମାନସିକ ଦୁଶ୍ଚିନ୍ତା ଦୂର ହେବ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି । ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ । ଧର୍ମ ମନୋଭାବ ଦ୍ୱାରା ପରିଜନମାନଙ୍କଠାରେ ପ୍ରିୟଭାଜନ ହେବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ପୂ , ଫାଲଗୁନୀ - ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଉ ,ଫାଲଗୁନୀ – ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ମହିଳାମାନେ ମାନସିକ ଶାନ୍ତି ପାଇବେ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧