ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୧୨.୨୦ ଗତେ ୭ମୀ ।ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ , ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୨.୨୦ ଗତେ ୨ ପାଦ
କୃତିକା- ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ
ରୋହିଣୀ- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ
ମୃଗଶିରା- ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଘରୋଇ କାର୍ୟ୍ୟ ଯୋଗୁଁ ଥକା ଅନୁଭବ କରିବେ
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬