• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Dec 2022: ଏହି ରାଶିର ବ୍ୟକ୍ତି ଆଜି ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ରାତ୍ରି ୦୪.୦୨ ଗତେ ଧନୁ,ତିଥି- ୧୪ଶୀ ସନ୍ଧ୍ୟା ୦୭.୧୩ ଅମାବାସ୍ୟା,ଘାତ ଚନ୍ଦ୍ର- ରାତ୍ରି ୦୪.୦୨ ଗତେ ତୁଳା ଓ କୁମ୍ଭ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।

Virgo

କନ୍ୟା

Thursday 22 Dec 2022

ଉ , ଫାଲଗୁନୀ – ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ , ପୁରାତନ ରୋଗରୁ ଉପଶମ ମିଳିବ । ମହିଳା ମାନେ ଅଧିକ ପରିଶ୍ରମି ହେବେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ

ହସ୍ତା – କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ଅଧିକାରୀଙ୍କ ସହିତ ତାଳ ମେଳ ରଖନ୍ତୁ ଫାଇଦ ହେବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ

ଚିତ୍ରା – ଅଭାବି ଲୋକଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ । ଆଶାଶୂନ୍ୟ ପରିସି୍ଥତିରୁ ମାନସିକ ଅବସାଦ ଦେଖାଦେଇ ପାରେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ । ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।

ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :