/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744356529.jpg)
Bus-Truck Collision
କଟକ ଯାଉଥିବା ବାଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ । ଆଜି ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳୀ ରାସ୍ତାର ଛତାବର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର
ସୂଚନା ମୁତାବକ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମ ପାଇଁ ବସ୍ଟି ଯାତ୍ରୀଙ୍କୁ ନେଇ ଆଠଗଡ଼ରୁ କଟକ ଅଭିମୁଖେ ଯାଉଥିଲା । ଛତାବର ଛକ ନିକଟରେ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଆହତ ଓ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ଏତେ ଜୋର୍ରେ ଧକ୍କା ହୋଇଥିଲା ଯେ, ଉଭୟ ବସ୍ ଓ ଟ୍ରକର ସମ୍ମୁଖ ଭାଗ ପୂରାପୂରି ଚୁରମାର୍ ହୋଇଯାଇଛି ।
ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଆହତ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବା ଜଣାପଡ଼ିଛି । ସମସ୍ତ ଆହତ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)