ବିଜେପିର ଦବଦବାରେ ଚେକ୍ ଦେବାକୁ ବିଜେଡିର ୨୪ ବ୍ଳୁ ପ୍ରିଣ୍ଟ I ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ I ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ।
Published: Chandan Shishu
Last updated: 07 June 2022, 11:11 PM IST
୨୦୨୪ ନିର୍ବାଚନ ସମୟରେ ଓଡିଶାରେ “ମୋଦୀ-ନବୀନ ଲହର” ଭିତରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ରାଜ୍ୟରେ ପରିବର୍ତ୍ତନର ହାୱା ବହିଲା! ୨୪ବର୍ଷର ସରକାର କ୍ଷମତାଚ୍ୟୁତ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମର ୧୩ଟି ନିର୍ବାଚନମଣ୍ଡଳୀରୁ ୧୧ଟି ପୋଛିନେଲା ବିଜେପି । ବାକି ୨ଟି ସ୍ଥାନରୁ ଗୋଟିଏ ବିଜେଡି ଏବଂ ଅନ୍ୟଟି କଂଗ୍ରେସ ଖାତାକୁ ଗଲା ।