/odishatv-khabar/media/post_attachments/uploadimage/library/16_9/16_9_0/s_1653021853.jpg)
Youth Dead Body Found Near Railway Track In Khorda
‘ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ଜାଣିପାରୁନି କ’ଣ ସବୁ କରୁଛି। ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’... ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ ଯୁବକ। କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଯୁବକ ସୌମ୍ୟରଞ୍ଜନ ପରିଡା ବୋଲି ଜଣାପଡ଼ିଛି। କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ରେଳ ଧାରଣା କଡ଼ରୁ ମିଳିଛି।
ମୃତ୍ୟୁ ପୂର୍ବରୁ ସୌମ୍ୟରଞ୍ଜନ କରିଥିବା ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ନିଜ ହାତ କାଟିବା ସହ ପ୍ରେମରେ ଧୋକା ଖାଇଥିବା କଥା କହୁଛନ୍ତି। ହାତ କାଟିବା ପରେ ସେ ଘରଲୋକଙ୍କୁ ଫୋନ୍ କରିଥିବା ସୂଚନା ବି ମିଳିଛି।
‘ବାବା,ମମିଙ୍କୁ ମୁଁ ବହୁତ ଭଲ ପାଏ। ସେମାନେ ସବୁବେଳେ ଖୁସିରେ ରୁହନ୍ତୁ। କେବେବି ସେମାନେ କଷ୍ଟ ପାଆନ୍ତୁ ନାହିଁ। ବାବା,ମମି ମୋତେ କ୍ଷମା କରିଦେବେ। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’ ମୃତ୍ୟୁ ପୂର୍ବରୁ ଭିଡିଓ କରି ସୌମ୍ୟ ଏଭଳି କିଛି କହିଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
#ମୃତ୍ୟୁ_ପୂର୍ବର_ଶେଷ_ଭିଡିଓ_ଭାଇରାଲ୍
‘#କେବେ_ଭାବି_ନଥିଲି_ଏତେ_ଶୀଘ୍ର_ଦୁନିଆ_ଛାଡ଼ି_ଚାଲିଯିବି’
ହାତ କାଟିବା ପରେ ଭିଡିଓ କରି ଯୁବକ କହିଲେ- ‘ଯାହାକୁ ଭଲ ପାଉଥିଲି, ସେ ଧୋକା ଦେଲା’… #Odishapic.twitter.com/tRV8deI9nV— ଓଟିଭି (@otvkhabar) May 20, 2022
ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ରେଳ ଧାରଣା ପାଖକୁ ସୌମ୍ୟ କେମିତି ପହଞ୍ଚିଲେ, ତାହା ଜଣାପଡ଼ିନି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
#ରହସ୍ୟ_ଘେରରେ_ଯୁବକଙ୍କ_ମୃତ୍ୟୁ#ମୃତ୍ୟୁ_ପୂର୍ବରୁ_ହାତ_କାଟି_ଭିଡିଓ_କଲେ
କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏବେ ଚାଞ୍ଚଲ୍ୟ..#Odishapic.twitter.com/nVnGvgxOk1— ଓଟିଭି (@otvkhabar) May 20, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)