ଆତ୍ମହତ୍ୟା ପୂର୍ବରୁ ଏଇ ଚିଠି ଲେଖିଥିଲେ ବୈଶାଳୀ। କହିଯାଇଛନ୍ତି...ରାହୁଲ ମତେ ବହୁତ ନିର୍ଯାତନା ଦେଇଛି। ତାକୁ କଠୋର ଦଣ୍ଡ ଦେବ...ନହେଲେ ମୋ ଆତ୍ମା କେବେ ବି ଶାନ୍ତି ପାଇବନି। ତେବେ ରାହୁଲ କିଏ?
ପୋଲିସ୍ ହାତରେ ବୈଶାଳୀଙ୍କ ଯେଉଁ ଡାଏରୀ ଲାଗିଛି, ସେଥିରେ ସେ ନିଜ ବାପା ଓ ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, ‘ ମୁଁ ଭଲ ଝିଅ ହୋଇପାରିଲିନି।’