କରୋନା ଛଡାଇ ନେଲା ଜୀବିକା । ହେଲେ ଭାଙ୍ଗି ପଡି ନଥିଲେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳର ପ୍ରଫୁଲ୍ଲ ଭଞ୍ଜ । ଗତ ୨ ବର୍ଷ ହେଲା ମୂର୍ତ୍ତି କାରଖାନା କରି ନିଜେ ସ୍ୱାବଲମ୍ବୀ ହେବା ସହିତ, ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଆଗର୍ଦା ଗାଁର ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ ସ୍ତ୍ରୀ ମାନସୀ ।