• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସଫଳ ମୂର୍ତ୍ତି କାରିଗର

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ସାଇଁକୂଳ ନିକଟ ଆଗର୍ଦା ଗାଁ, ଯେଉଁଠି ରହିଛି ଏକ ମୂର୍ତ୍ତି ତିଆରି କାରଖାନା । ଛାଞ୍ଚରେ ମୂର୍ତ୍ତି ଗଢିବା ଠାରୁ ଆରମ୍ଭ କରି ମୂର୍ତ୍ତିକୁ ରଙ୍ଗ ଦେବା, ତୂଳୀରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବା ସହ ପ୍ୟାକିଂ କରିବା ପର୍ଯ୍ୟନ୍ତ ସମସ୍ତ କାମ ଏଠାରେ କରାଯାଏ ।

ଏହାପରେ, ଏସବୁ ମୂର୍ତ୍ତିକୁ ବିଭିନ୍ନ ରାଜ୍ୟକୁ ପଠାଯାଏ । ଗତ ୨ ବର୍ଷ ହେଲା ଏଠାରେ ମୂର୍ତ୍ତି କାରଖାନା କରି ନିଜେ ସ୍ବାବଲମ୍ବୀ ହେବା ସହିତ, ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଗାଁର ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ ସ୍ତ୍ରୀ ମାନସୀ ।

ପ୍ରଫୁଲ୍ଲ ଓ ମାନସୀ କିଛିବର୍ଷ ତଳେ ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ମାତ୍ର କରୋନା ଛଡାଇ ନେଲା ଜୀବିକା । ଏହାପରେ ଧାରକରଜ କରି ଗାଁରେ ଆରମ୍ଭ କଲେ ଏକ ମୂର୍ତ୍ତି ତିଆରି କାରଖାନା । ଯେଉଁଠି ଫାଇବର୍, ମାର୍ବଲ୍ ଆଦିରେ ଚାହିଦା ମୁତାବକ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି, ପୁରାତନ କଳାକୃତି ତିଆରି କରୁଛନ୍ତି ।

ଦମ୍ପତ୍ତି ମାସକୁ ହଜାର ହଜାର ମୂର୍ତ୍ତି ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ, ଅନେକ କାରିଗରଙ୍କ ପେଟକୁ ଦାନା ଯୋଗାଇ ପାରିଛନ୍ତି ପ୍ରଫୁଲ୍ଲ ।