ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ […]
ଭୁବନେଶ୍ୱର: ଏସ୍ସି/ଏସ୍ଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା, ବୀରମିତ୍ରପୁର, ମାଲକାନଗିରି ଓ ବଲାଙ୍ଗିରରେ ବସ୍ ଚଳାଚଳ ବନ୍ଦ […]