କରାଚି:ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣା କାରଣ ନେଇ ତଦନ୍ତ ଚାଲିଥିବାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହି ତଦନ୍ତ ରିପୋର୍ଟରେ ପାଇଲଟ୍ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିମାନର ପାଇଲଟ୍ଙ୍କୁ ତିନି ତିନି ଥର ସତର୍କ ସୂଚନା ଦିଆଯିବା ସତ୍ତ୍ୱେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ବୋଲି କୁହାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ବିମାନର ଉଚ୍ଚତା ଏବଂ ସ୍ପିଡ୍ ନେଇ ତିନି ଥର ୱାର୍ଣ୍ଣିଂ ଜାରି କରାଯାଇଥିଲା। […]