• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha News

Lokseba Bhawan
୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ର ମୋହର

ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ।

Bus Stand
ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବି ଥିଲା- ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।

ଗଣଶିକ୍ଷା ସଚିବ
ସବୁ ପରୀକ୍ଷାକୁ ଗୁରୁତ୍ୱର ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସଚିବ

ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏଇ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।

School
୨୬ରୁ ଖୋଲିବ ସ୍କୁଲ

ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ସବୁ ପିଲା ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସଚିବ କହିଛନ୍ତି।

Manjula
ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ।

Malkanagiri Planning Board meeting
ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।

Covid package for woman
ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ପ୍ୟାକେଜ୍‌

ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା।

COVID Relaxation In Odisha
ଆଶ୍ୱସ୍ତି ଆଣିଲା ଆଂଶିକ ଲକଡାଉନ୍, ତଥାପି ରହିଲା ଦୁଃଖ

ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ।

Abas
କୁଡ଼ିଆ ଘରେ ବିତୁଛି ଅନେକଙ୍କ ଜୀବନ, କାଗଜପତ୍ର ଥାଇ ବି ମିଳୁନି ଆବାସ

ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା ।

Forensic Team
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୫ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ !

ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୋଲିସ। କିନ୍ତୁ ତଦନ୍ତର ସ୍କାନର୍‌ରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରିନଥିବା କୁହାଯାଉଛି।

Priyanka Prusty
ଓପେରା ମିସ୍ ଇଣ୍ଡିଆର ରନର୍ସଅପ ମୁକୁଟ ପିନ୍ଧିଲେ ମୟୁରଭଞ୍ଜର ଝିଅ

ସର୍ବଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସଅପ୍ ହେବାର ସୈାଭାଗ୍ୟ ପାଇଛନ୍ତି। ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ। ସେଥିରୁ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି।

Naveen Modi
ରାଜ୍ୟ ପାଇଁ କେନ୍ଦ୍ର ୯୫% ଟିକା ଦେବାକୁ ନବୀନଙ୍କ ଦାବି

ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ।

Dengue
କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

Arun Sahoo
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।

covid tension in twin city
ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି। 

Unlock
ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌, ବିୟୁଟି ପାର୍ଲର-ସ୍ପା-ଜିମ୍-ସେଲୁନ୍ ଖୋଲିବାକୁ ମିଳିଲା ଅନୁମତି

ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।

school
ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

5T
ଭାଇରଲ ଭିଡିଓରେ ପିସି ଭାଗବଣ୍ଟା ! କାହାର କେତେ ରେଟ୍‌, ସବୁ ଫିକ୍ସଡ୍‌..

ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । ସିଧାସିଧା କହିଲେ, ପିସିର ମୋହ ଆଗରେ ବାବୁମାନଙ୍କ ପାଇଁ ସତେକି ତୁଚ୍ଛ ହୋଇଯାଇଛି କି ସରକାରଙ୍କ ଫାଇଭ୍-ଟି ମନ୍ତ୍ର ।

Corona Virus
ଅନଲକ୍‌ ହେବ ନା ପୁଣି ଥରେ ଆଂଶିକ ଲକଡାଉନ୍‌ କରିବେ ରାଜ୍ୟ ସରକାର?

କେତେ ଜିଲ୍ଲା ଖୋଲିବ, ଆଉ କେଉଁ କେଉଁ କ୍ଷେତ୍ରରେ ନିୟମ କୋହଳ ହେବ? ଦିନକ ପରେ ଆଂଶିକ ଲକଡାଉନ୍‌ ଶେଷ ହେଉଥିବାରୁ ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍। ତେବେ କେନ୍ଦ୍ର ସରକାର, ସବୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ଲେଖିଥିବା ଚିଠି, ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ରାଜ୍ୟର କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନଲକ୍‌ ନେଇ ନିଷ୍ପତ୍ତି ନେବେ

Corona Virus
ନୂଆ ଗାଇଡ୍‌ ଲାଇନ୍‌କୁ ଅପେକ୍ଷା

ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି।

coronavirus
“ଆସିପାରେ କରୋନାର ଚତୁର୍ଥ ଲହର”

ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍‌ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Bidyabharati Panda
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣା, ଦୁଇ ଦିନ ପରେ ମୁହଁ ଖୋଲିଲେ ପତ୍ନୀ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ କେମିତି ହେଲା ମୃତ୍ୟୁ ? ଅଘଟଣ ନା ଆତ୍ମହତ୍ୟା ନା ହତ୍ୟା ? ଗତ ଦୁଇ ଦିନ ଧରି ଏନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ

Gundicha Temple
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

Bhadrak Bird
ପକ୍ଷୀଙ୍କ ପ୍ରେମରେ ଡାକ କର୍ମଚାରୀ

ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀ ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ସଷ୍ଟ ବାରି ହୋଇ ପଡୁଛି । ନିଜର ଦୈନନ୍ଦିନ ଜୀବନରୁ ଟିକିଏ ସମୟ ପାଇଲେ କିଏ ପରିବାର ସହିତ ସମୟ ଅତିବାହିତ କରୁଥିବା ବେଳେ ସେ କିନ୍ତୁ ନିଜର ପରିବାର କହୁଥିବା ପକ୍ଷୀଙ୍କ କାମରେ ଲାଗି ପଡନ୍ତି ।

Snake
ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ