ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍ରେ ପଶି ବୁଲାଇଦେଉଛନ୍ତି କଳାକନା।
ନିଜକୁ RTO ଅଧିକାରୀ କହି ଲୁଟୁଥିଲେ ଟଙ୍କା । ଏନ୍ଏଚ୍ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ RTO ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ।
ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।
ମମିତା ନିଖୋଜ, ଷ୍ଟାଡିୟମ୍ ଖୋଳୁଛି ପୋଲିସ୍। ଷ୍ଟାଡିୟମରେ ପହଞ୍ଚିଛନ୍ତି ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ।୧ ପ୍ଲାଟୁନ୍ ଫୋର୍ସ ମୁତୟନ
ଆଜିଠାରୁ ଜେଇଇର ବି-ଟେକ୍, ବି-ଆର୍କ, ବି-ପ୍ଲାନ, ବି-କ୍ୟାଟ୍ ଓ ଇଣ୍ଟେଗ୍ରେଟେଡ୍ ଏମ୍ଏସସି ପାଇଁ ୱେବ କାଉନସେଲିଂ ଆରମ୍ଭ ହେବ।
ଦିନକରେ ୫୨୧ ପଜିଟିଭ, ୬ ମୃତ, ରାଜ୍ୟରେ ୨୪ ଘଣ୍ଟାରେ ୫୨୧ ସଂକ୍ରମିତ ଚିହ୍ନଟ । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତI ଗତକାଲି ଅପେକ୍ଷା ଆଜି କମିଛି ଆକ୍ରାନ୍ତଙ୍କ ସଂଖ୍ୟା
ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ ହୋଇଛି ନିଷ୍ପତ୍ତି
ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । କଲଭର୍ଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସମ୍ପୁର୍ଣ୍ଣ ରାସ୍ତାକୁ ନେଇ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଧ୍ୟ ହେଇ ବାଉଁଶର ପୋଲ ଉପରେ ଗାଁ ଲୋକମାନେ ନିର୍ଭର କରି ରହିଛନ୍ତି ।
ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ ।
କେମିତି ହେଲା ମନିଷ ଦାସଙ୍କ ମୃତ୍ୟୁ ? ମନିଷ ଦାସଙ୍କ ମୃତ୍ୟୁ କିପରି ହେଲା ଏବଂ ସେ ପାତ୍ରପଡ଼ା ପୋଖରୀକୁ କେମିତି ଆସିଲେ ତାହା ଜାଣିବା ପାଇଁ ଡାଏଟମ୍ ଟେଷ୍ଟ କରାଯିବ ।
ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ଆଜି ମଧ୍ୟ ବଢ଼ିଲା ତୈଳ ଦର। ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି।
କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର କୋର୍ଟରେ ଆର୍ୟନଙ୍କୁ ହାଜର କରିଛି ଏନ୍ସିବି। ମିଳିଥିବା ଖବର ଅନୁସାରେ ଅକ୍ଟୋବର ୧୧ ଯାଏ ଆର୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି।
ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର । ପୂର୍ବରୁ ପାର୍ବଣ ଋତୁ ଆସିଲେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ଏହି ବ୍ୟାଣ୍ଡ ପାର୍ଟି ଏବଂ ଡିଜେ ଷ୍ଟାଫ୍ ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏମାନେ ହାତ ବାନ୍ଧି ବସିଛନ୍ତି ।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଂଚଳବାସୀ । ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ଯୁଆଡେ ଗଲେ ମଧ୍ୟ ଅଥଳ ପାଣି ଭିତରେ ଏଠି ଡଙ୍ଗା ହିଁ ଭରସା ।
ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି।
ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ
ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ । ସବୁଠି କାଣ୍ଡେଲ ଶୋଭାଯାତ୍ରା, ଶୋକସଭା
ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।
ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !
ରାଜ୍ୟରେ ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି ।
ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍ ଖୋଳି ବିଏସ୍ଏନ୍ଏଲ୍ ଟାୱାରକୁ ଲିଙ୍କ୍ ଦେଇଛନ୍ତି।
ବଲିଉଡ ଅଭିନେତା ସୋନୁ ସୁଦ୍ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢଉ କରିଥିଲା। ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍ ସେୟାର କରିଛନ୍ତି।