ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।
ଗାଁ ଲୋକଙ୍କ ତୁଣ୍ଡରେ ସ୍ୱଚ୍ଛ ଜଳ ଦେବା ପାଇଁ ସରକାର ୨କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଇବା ପାଣି ବ୍ୟବସ୍ଥା କରିଛନ୍ତି। ହେଲେ ଗାଁ ମୁଣ୍ଡରେ ପହଂଚି ପାରୁନି ପାଣି। ଗାଁର ଅଧେ ଲୋକ ପାଣି ପାଉଥିବା ବେଳେ ଅଧେ ଲୋକ ପାଣି ପାଇବାରୁ ବଂଚିତ।