୧୯୯୭ରେ OAS ପାଇବା ପରେ ୯୯ ମସିହାରେ ଭୁବନେଶ୍ୱର ସେଟେଲମେଣ୍ଟ ଅଫିସରେ ଚାକିରି ଆରମ୍ଭ କରିଥିଲେ ବିଶ୍ୱଜିତ ମହାପାତ୍ର । ପରେ ପରେ ବିଭିନ୍ନ ସ୍ଥାନରେ ସେଟେଲମେଣ୍ଟ ଅଫିସର, ଅତିରିକ୍ତ ତହସିଲଦାର, ତହସିଲଦାର ଓ ବିଡିଓ ହୋଇଥିଲେ ।
ଚାକିରିକୁ ବାକି ଥିଲା ଆଉ ମାତ୍ର ୧୬ ଦିନ । ୧୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ କରିତର୍କମା ଦୁର୍ନୀତିଖୋର ସରକାରୀ ବାବୁ । ଆଉ ସବୁ ଦୁର୍ନୀତି ପରଦା ପଛରେ ରହିଯାଇଥାନ୍ତା । ହେଲେ ଖେଳ ଖତମ ହେବା ଆଗରୁ ବାବୁଙ୍କ ଦୁର୍ନୀତିକୁ ପରଦା ସାମ୍ନାକୁ ଆଣିଛି ଭିଜିଲାନ୍ସ ।