ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।
ଧସିଗଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଛି ।ଏହାସହ କିଛି ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଧସି ହୋଇ ରହିଥିବା ଅନୁମାନ କରାଯାଉଛି ।
ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।